ETV Bharat / bharat

ଆଜି EDରେ ହାଜର ହେବେ ସୋନିଆ, ଦେଶବ୍ୟାପି ପ୍ରତିବାଦ କରିବ କଂଗ୍ରେସ

ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଆଜି (ଗୁରୁବାର) ଇଡିରେ ହାଜର ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

ଆଜି EDରେ ହାଜର ହେବେ ସୋନିଆ
ଆଜି EDରେ ହାଜର ହେବେ ସୋନିଆ
author img

By

Published : Jul 21, 2022, 8:07 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଆଜି (ଗୁରୁବାର) ଇଡିରେ ହାଜର ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ରାହୁଲଙ୍କ ପରି ସୋନିଆଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଦଳ ପ୍ରତିବାଦ କରିବ । ଦିଲ୍ଲୀ ସମେତ ସାରା ଦେଶରେ ପ୍ରଦର୍ଶନ ରଣନୀତି ପ୍ରସ୍ତୁତ କରିଛି ଦଳ । କଂଗ୍ରେସ ନେତାମାନେ ଦିଲ୍ଲୀରେ ସଂସଦ ଭବନରୁ ନେଇ ରାସ୍ତାରେ ବିରୋଧ ପ୍ରଦର୍ଶନ କରିବେ । ରାହୁଲ ଗାନ୍ଧୀ ଇ଼ଡିରେ ହାଜର ହେବା ସମୟରେ ମଧ୍ୟ ସମାନ ପ୍ରତିବାଦ ପ୍ରଦର୍ଶନ କରିଥିଲା କଂଗ୍ରେସ । ରାଜରାସ୍ତା ଜାମ ହୋଇଥିଲା ।

  • Congress office HQ in Akbar Road but now closed by shah police…. They know the strength of Congress workers and their commitment. 💪🏻🇮🇳 pic.twitter.com/ftUmLxFP5M

    — Manickam Tagore .B🇮🇳✋மாணிக்கம் தாகூர்.ப (@manickamtagore) July 20, 2022 " class="align-text-top noRightClick twitterSection" data=" ">

ସୋନିଆଙ୍କୁ ସମର୍ଥନ କରି ବିଜେପି ନେତୃତ୍ବଧୀନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି ଦଳ । କଂଗ୍ରେସ ନେତା ମନିକାମ ଟାଗୋର ଟ୍ବିଟ କରି କହିଛନ୍ତି ଆକବର ରୋଡରେ କଂଗ୍ରେସ ଅଫିସ ହେଡକ୍ବାର୍ଟର ବର୍ତ୍ତମାନ ଶାହ ପୋଲିସ ଦ୍ବାରା ବନ୍ଦ ହୋଇଛି । ସେମାନେ କଂଗ୍ରେସ କର୍ମୀଙ୍କ ସାମର୍ଥ୍ୟ ଶକ୍ତି ଏବଂ ପ୍ରତିବଦ୍ଧତା ବିଷୟରେ ଜାଣନ୍ତି ବୋଲି କହିଛନ୍ତି ମନିକାମ ଟାଗୋର । ପୋଲିସ ଆକବର ରୋଡରେ ବ୍ୟାରିକେଟ କରି ବନ୍ଦ ରଖିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟ ଏବଂ ଅନ୍ୟ ବରିଷ୍ଠ ଦଳ ନେତା ଏବଂ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଆଜି ସନ୍ଧ୍ୟାରେ ସେମାନେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ବୈଠକ କରିବେ ।

ସୋନିଆଙ୍କ ପୂର୍ବରୁ ଜୁନ ମାସରେ ରାହୁଲ ଗାନ୍ଧିଙ୍କୁ ଇଡି ପଚରାଉଚରା ବେଳେ କଂଗ୍ରେସ ଜବରଦସ୍ତ ପ୍ରଦର୍ଶନ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା । ​ଅର୍ଥ ହେରଫେର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା । ଗୁରୁବାର ଦିନ କଂଗ୍ରେସ ସାଂସଦମାନେ ସଂସଦ ଭିତରେ ଓ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଆକବର ରୋଡରେ ଥିବା ମୁଖ୍ୟାଳୟରେ ଏକାଠି ହୋଇ ଇଡି କାର୍ଯ୍ୟାଳୟ ଆଡକୁ ଯିବାକୁ ଚେଷ୍ଟା କରିବେ ।

ଦିଲ୍ଲୀ ସହିତ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ରାଜସ୍ଥାନ ଓ ଛତିଶଗତରେ କଂଗ୍ରେସ ସରକାର ଥିବାରୁ ଦୁଇ ରାଜ୍ୟରେ ବିଶାଳ ପ୍ରଦର୍ଶନ ହେବା ଅନୁମାନ କରାଯାଉଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ଜୁନ 1 ତାରିଖରେ ସମନ ଜାରି କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ହାଜର ହେବାକୁ ସମୟ ମାଗିଥିଲେ ସୋନିଆ । ପ୍ରଥମଥର ପାଇଁ ସୋନିଆଙ୍କୁ ପଚରାଉଚରା କରିବ ଇଡି । ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅଲଗା ଅଲଗା ଦିନରେ 50 ଘଣ୍ଟା ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.