ETV Bharat / bharat

କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ସମାଲୋଚନା, କହିଲେ ବିଭାଜନ କୁସଂସ୍କାରକୁ ସକ୍ରିୟ କରୁଥିବା ଶକ୍ତିକୁ ସମର୍ଥନ ମିଳୁଛି

author img

By

Published : Aug 21, 2023, 11:24 AM IST

ନୂଆଦିଲ୍ଲୀରେ 25ତମ ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର କ୍ରୁରତାର ସହ ଶେଷ ହୋଇଥିବା କହିଛନ୍ତି ସୋନିଆ । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କୁ ସୋନିଆ ଗାନ୍ଧୀଙ୍କ ଟାର୍ଗେଟ
Sonia targets Modi Govt

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ 25ତମ ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହରେ ମୋଦି ସରକାଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ । ଏହା ସହ ସେ କହିଛନ୍ତି ରାଜୀବ ଗାନ୍ଧୀ ତାଙ୍କ କମ ସମୟ ରାଜନୀତି କ୍ୟାରିୟରରେ ଅସଂଖ୍ୟ ଉପଲବ୍ଧି ହାସଲ କରିଛନ୍ତି ଯାହା କ୍ରୁରତାର ସହ ଶେଷ ହୋଇଛି ।

  • देश सेवा के लिए मिले कम समय में भी राजीव गांधी जी ने अनगिनत उपलब्धियां हासिल की थी।

    वे भारत में मौजूद बहुरूपता की सुरक्षा और संरक्षण के समर्थक थे।

    वे इस बात को लेकर बेहद संवेदनशील थे कि धार्मिक, जातीय, भाषाओं व संस्कृति का जश्न मनाकर ही भारत की एकता को मजबूत किया जा सकता है।

    :… pic.twitter.com/oBj9XsCRgz

    — Congress (@INCIndia) August 20, 2023 " class="align-text-top noRightClick twitterSection" data=" ">

ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହରରୁ କେନ୍ଦ୍ର ସରକାଙ୍କ ଉପରେ ଆକ୍ରମଣ କରିଛନ୍ତି ସୋନିଆ ଗାନ୍ଧୀ । ସେ କହିଛନ୍ତି, ''ସମ୍ପ୍ରଦାୟିକ ସଦଭାବ, ଶାନ୍ତି ଏବଂ ରାଷ୍ଟ୍ରୀୟ ଏକତାର ଆଦର୍ଶ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି । ଯେବେ ଘୃଣା, ସମାଜରେ ବିଭାଜନ, କଠୋରତା, ପକ୍ଷପାତ ଏବଂ କୁସଂସ୍କାରକୁ ସକ୍ରିୟ କରୁଥିବା ରାଜନୀତିକୁ ଗୁରୁତ୍ବ ଦିଆଯାଉଛି । ସେହିପରି ସରକାରଙ୍କ ସତ୍ତାର ସମର୍ଥନ ମିଳୁଛି ।''

ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହର ସମ୍ବୋଧନ କରି ସୋନିଆ କହିଛନ୍ତି,''ରାଜୀବ ଗାନ୍ଧୀଙ୍କ ରାଜନୈତିକ କ୍ୟାରିଅର ଅତ୍ୟନ୍ତ କ୍ରୁରତାର ସହ ସମାପ୍ତ ହୋଇଥିଲା ମାତ୍ର ଦେଶ ସେବା ପାଇଁ ମିଳିଥିବା କମ ସମୟରେ ରାଜୀବ ଗାନ୍ଧୀଜୀ ଅସଂଖ୍ୟ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ବ୍ୟକ୍ତିଗତ ଓ ରାଜନୈତିକ କ୍ୟାରିୟର ଦେଖିଲେ ଲାଗେ ସେ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ଥିଲେ । ଧାର୍ମିକ, ଜାତୀୟ, ଭାଷା ଏବଂ ସଂସ୍କୃତି ଓ ବିଭିନ୍ନତାର ଉତ୍ସବ ପାଳନ କରି ଭାରତର ଏକତାକୁ ମଜବୁତ କରାଯାଇପାରିବ ।''

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି,''1984ରେ ରାଜୀବ ଗାନ୍ଧୀ ଯେବେ ପ୍ରଧାନମନ୍ତ୍ରୀ ଥିଲେ ସେବେ ମହିଳାଙ୍କ ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ଥିଲେ । ସେ ପଞ୍ଚାୟତ ଏବଂ ନଗରପାଳିକାରେ ମହିଳାଙ୍କର ସଂରକ୍ଷଣ ପାଇଁ ସଂଘର୍ଷ କରିଛନ୍ତି । ଯଦି ଆଜି ଗ୍ରାମୀଣ ଓ ସହରାଞ୍ଚଳରେ 15 ଲକ୍ଷରୁ ଅଧିକ ମହିଳା ପ୍ରତିନିଧି ରହିଛନ୍ତି ତେବେ ତାହା କେବଳ ରାଜୀବ ଗାନ୍ଧୀଙ୍କ ଦୂରଦର୍ଶିତା ପାଇଁ ହୋଇଛି । 1989ରେ ସଂସଦୀୟ ନିର୍ବାଚନରେ ପ୍ରଥମ ଥର ପାଇଁ 18 ବର୍ଷର ଯୁବଗୋଷ୍ଠୀଙ୍କୁ ଭୋଟ ଦେବାକୁ ଅଧିକାର ପ୍ରଦାନ କରାଯାଇଥିଲା । ଯେବେ ମହିଳା ଶିକ୍ଷିତ ହେବେ ତେବେ ସେ ତାଙ୍କ ପାଇଁ ସୁନ୍ଦର ଭବିଷ୍ୟତ ତିଆରି କରିପାରିବେ ।''

ଏହା ବି ପଢନ୍ତୁ....Lok Sabha polls: କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ପୁନଃଗଠନ କଲେ ଖଡଗେ

ଏହା ବି ପଢନ୍ତୁ...ଲଦାଖରୁ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: ସୀମା ପାର କରିଛି ଚୀନ, ଏମିତି ଜବାବ ଦେଲା BJP

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମ ଜୟନ୍ତୀ ଅବସରରେ ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.