ETV Bharat / bharat

Defections in Goa Congress: ମୁକୁଲ ୱାସନିକଙ୍କୁ ଗୋଆକୁ ପଠାଇଲେ ସୋନିଆ - ଗୋଆ କଂଗ୍ରେସରେ କନ୍ଦଳ

ଗୋଆ କଂଗ୍ରେସରେ ବିଦ୍ରୋହ ସ୍ଥିତି । ବିଜେପି ସହ ସମ୍ପର୍କରେ ଥିବା ଅଭିଯୋଗରେ ବିରୋଧୀ ଦଳ ନେତା ମିଚେଲ ଲୋବୋଙ୍କୁ ପଦରୁ ହଟାଇଲା ଦଳ । ସାଂସଦ ମୁକୁଲ ୱାସନିକଙ୍କୁ ଗୋଆ ପଠାଇଲେ ସୋନିଆ । ଅଧିକ ପଢନ୍ତୁ

defections in Goa Congress: ମୁକୁଲ ୱାସନିକଙ୍କୁ ଗୋଆକୁ ପଠାଇଲେ ସୋନିଆ

author img

By

Published : Jul 11, 2022, 8:52 AM IST

ପାନାଜୀ: ଗୋଆ କଂଗ୍ରେସରେ ବିଦ୍ରୋହ ଆଶଙ୍କା । ଶାସନାଧିନ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ରରେ ପ୍ରାୟ 5 କଂଗ୍ରେସ ବିଧାୟକ ଦଳ ଛାଡି ବିଜେପି ଆଡକୁ ମୁହାଁଇ ପାରନ୍ତି ବୋଲି ଚର୍ଚ୍ଚା ଦେଖିବାକୁ ମିଳିବା ପରେ ଦଳର ହାଇକମାଣ୍ଡ ସାନିଆ ଗାନ୍ଧୀ ଆକ୍ସନ ମୋଡକୁ ଆସିଛନ୍ତି । ଦଳର ବରିଷ୍ଠ ନେତା ତଥା ସାଂସଦ ମୁକୁଲ ୱାସନିକଙ୍କୁ ଗୋଆକୁ ପଠାଇଛନ୍ତି ହାଇକମାଣ୍ଡ । ସେଠାରେ ଦଳୀୟ ବିଧାୟକଙ୍କ ସହ ସାକ୍ଷାତ କରି ଆଲୋଚନା କରିବେ ମୁକୁଲ ।

  • Hon'ble Congress President has asked Shri @MukulWasnik, MP to rush to Goa to oversee latest political developments in the state.

    — K C Venugopal (@kcvenugopalmp) July 10, 2022 " class="align-text-top noRightClick twitterSection" data=" ">

ଏନେଇ ଦଳର ବରିଷ୍ଠ ନେତା କେ.ସି ବେଣୁଗୋପାଲ ସୂଚନା ଦେଇ କହିଛନ୍ତି, ଗୋଆରେ ଘଟୁଥିବା ରାଜନୈତିକ କ୍ରମବିକାଶଃ ଉପରେ ନଜର ରଖିବା ପାଇଁ ମୁକୁଲ ୱାସନିକଙ୍କୁ ଗୋଆ ପଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗୋଆରେ ବିରୋଧୀ ଦଳ ନେତା ଥିବା ବିଧାୟକ ମିଚେଲ ଲୋବୋଙ୍କୁ ମଧ୍ୟ ବିରୋଧୀ ଦଳ ନେତା ପଦରୁ ଅପସାରଣ କରିଯାରିଛି । ମିଚେଲଙ୍କ ବିରୋଧରେ ବିଜେପି ସହ ସମ୍ପର୍କରେ ଥିବା ଅଭିଯୋଗ ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ ।

କଂଗ୍ରେସ କହିଛି, ବିଜେପି କଂଗ୍ରେସରେ ବିଭାଜନ ସୃଷ୍ଟି କରିବା ପାଇଁ ବିଧାୟକଙ୍କୁ ବିପୁଳ ପରମାଣ ଅର୍ଥ ପ୍ରଲୋଭନ ଦେଖାଉଛି । ବିଜେପି ସହିତ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ମିଚେଲ ଲୋବୋ ମଧ୍ୟ ସାମିଲ ଥିବା ଅଭିଯୋଗ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଯାଇଛି । ସେହିପରି ଲୋବୋଙ୍କ ସମେତ ମୋଟ 5 ବିଧାୟକ ଦଳ ବଦଳ ପାଇଁ ବିଜେପି ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେବା ପରେ କେନ୍ଦ୍ରୀୟ ନେତୃତ୍ବଙ୍କ ଚିନ୍ତା ବଢିଛି । ଦଲର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୁରନ୍ତ ସାଂସଦ ତଥା ବରିଷ୍ଠ ନେତା ମୁକୁଲ ୱାସନିକଙ୍କୁ ଗୋଆକୁ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.