ETV Bharat / bharat

National Herald Case: EDରେ ହାଜର ପାଇଁ 3 ସପ୍ତାହ ସମୟ ମାଗିଲେ ସୋନିଆ - ଇଡିରେ ହାଜର ପାଇଁ ସମୟ ମାଗିଲେ ସୋନିଆ

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଥିଲା । ହାଜର ହେବା ପାଇଁ ଇଡିକୁ 3 ସପ୍ତାହ ସମୟ ମାଗିଛନ୍ତି ସୋନିଆ ଗାନ୍ଧୀ। ଅଧିକ ପଢନ୍ତୁ

EDରେ ହାଜର ପାଇଁ 3 ସପ୍ତାହ ସମୟ ମାଗିଲେ ସୋନିଆ

author img

By

Published : Jun 9, 2022, 9:41 AM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଥିଲା । ଜୁନ 8 ତାରିଖରେ ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ସୋନିଆ କୋରୋନାରେ ଆକ୍ରାନ୍ତ ହେବାରୁ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ଏନେଇ ସେ ଇଡିକୁ 3 ସପ୍ତାହ ସମୟ ମାଗିଛନ୍ତି ।

ସୂଚନାଅନୁସାରେ, ନ୍ୟାସନାଲ ହେରାଲ୍ଡ ମାମଲାରେ ଜୁନ ପହିଲାରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଥିଲା ଇଡି । ଖାଲି ସୋନିଆ ନୁହେଁ ତାଙ୍କ ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ ହୋଇଥିଲା । ସମନରେ ଗୋଟିଏ ଦିନ ପରେ କୋରୋନା ସଂକ୍ରମିତ ହୋଇଥିଲେ ସୋନିଆ । ଯେ ପର୍ଯ୍ୟନ୍ତ ତାଙ୍କ ରିପୋର୍ଟ ନେଗେଟିଭ ନ ଆସିଛି ସେ ଇଡିରେ ହାଜର ହୋଇପାରିବେ ନାହିଁ ତେଣୁ ସେ 3 ସପ୍ତାହ ଇଡିକୁ ସମୟ ମାଗିଛନ୍ତି ।

ବର୍ତ୍ତମାନ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ମାତ୍ର କୋରୋନାରୁ ସୁସ୍ଥ ହୋଇନାହାନ୍ତି । ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଜୁନ 2 ଓ ଜୁନ 7 ତାରିଖରେ ହୋଇଥିବା ସୋନିଆଙ୍କ ମେଡିକାଲ ରିପୋର୍ଟ ଇଡି ଅଫିସକୁ ପଠାଯାଇଛି । ହାଜର ହେବାକୁ 3 ସପ୍ତାହ ସମୟ ମାଗିବା ସହିତ ଏକ ନୂଆ ତାରିଖ ଦେବାକୁ ଅନୁରୋଧ କରିଛନ୍ତି ସୋନିଆ ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ଜୁନ 8ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ରାହୁଲ ଦେଶ ବାହାରେ ଥିବାରୁ ସେ ଜୁନ 13ରେ ହାଜର ହେବା ନେଇ ସୂଚନା ମିଳିଛି । ପ୍ରକାଶ ଥାଉକି, ୨୦୧୫ରୁ ବନ୍ଦ ପଡିଥିବା ନ୍ୟାସନାଲ ହେରାଲ୍ଡ ପୁରୁଣା ମାମଲାକୁ ପୁଣି ଖୋଲା ଯାଇଛି । ଏହି ମାମଲାରେ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରିବା ପାଇଁ ଇଡି ସମନ ଜାରି କରିଥିଲା । ନ୍ୟାସନାଲ ହେରାଲ୍ଡ ୧୯୪୨ ମସିହାର ଏକ ଖବର କାଗଜ ମାମଲା । ବ୍ରିଟିଶ ସରକାର ଏହାକୁ ଦବାଇବା ପାଇଁ କାମ କରୁଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.