ETV Bharat / bharat

ଇସ୍ତଫା ଦେବେ ସୋନିଆ ! ଚର୍ଚ୍ଚାକୁ କଂଗ୍ରେସର ଖଣ୍ଡନ

author img

By

Published : Mar 12, 2022, 9:12 PM IST

Updated : Mar 12, 2022, 9:39 PM IST

ଆଜି CWC ବୈଠକ ପରେ ସୋନିଆ ଗାନ୍ଧୀଙ୍କ ଇସ୍ତଫା ନେଇ ଚର୍ଚ୍ଚା । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପଦ ଛାଡିପାରନ୍ତି । ଗଣମାଧ୍ୟମରେ ଲାଗି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କଲା ଦଳ । ଅଧିକ ପଢନ୍ତୁ

ଇସ୍ତାଫା ଦେଇ ଦେବେ ସୋନିଆ ଗାନ୍ଧୀ ! ଚର୍ଚ୍ଚାକୁ ଖଣ୍ଡନ କଲା କଂଗ୍ରେସ

ନୂଆଦିଲ୍ଲୀ: ୫ ରାଜ୍ୟରେ କଂଗ୍ରେସର ଲଜ୍ୟାଜନକ ପରାଜୟ ପରେ ବଡ ନିଷ୍ପତ୍ତି ନେଇପାରନ୍ତି ଦଳୀୟ ହାଇକମାଣ୍ଡ । ଆସନ୍ତାକାଲି ଅନ୍ତରୀଣ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧୀ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । କାଲି ଦିଲ୍ଲୀରେ ବସିବାକୁ ଥିବା ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଇସ୍ତାଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନିଜର ଶୋଚନୀୟ ପରାଜୟ ପରେ କାଲି କାରଣ ଖୋଜିବା ପାଇଁ କଂଗ୍ରେସ ପକ୍ଷରୁ ବୈଠକ ଡକାଯାଇଛି ।

ଏହା ମଧ୍ୟ ପଢନ୍ତୁ:-କାଲି ବସିବ କଂଗ୍ରେସ CWC ବୈଠକ, ପରାଜୟର କାରଣ ଖୋଜିବ ଦଳ

ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେବା ନେଇ ଅନୁମାନ କରାାଉଥିବା ବେଳେ ସୋନିଆଙ୍କ ଇସ୍ତଫା ଖବର ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ହାଇକମାଣ୍ଡ ପରିବର୍ତ୍ତନ ନେଇ ଦଳ ପକ୍ଷରୁ କିମ୍ବା ସୋନିଆ ମଧ୍ୟ ବ୍ୟକ୍ତିଗତ ଭାବେ କୌଣସି ସୂଚନା ଦେଇନାହାନ୍ତି । ଗଣମାଧ୍ୟମରେ ଜାରି ରହିଥିବା ଏପରି ଚର୍ଚ୍ଚାକୁ କଂଗ୍ରେସ ମଧ୍ୟ ଖଣ୍ଡନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.