ETV Bharat / bharat

ଅବସର ଆଡକୁ ସୋନିଆଙ୍କ ଇସାରା, ଭାରତ ଯୋଡୋ ଯାତ୍ରା ଶେଷ ରାଜନୈତିକ କାର୍ଯ୍ୟକ୍ରମ ! - ସୋନିଆ ଗାନ୍ଧୀ

ରାୟପୁର ମହାଅଧିବେଶନରେ ଅବସର ସଙ୍କେତ ଦେଲେ ସୋନିଆ ଗାନ୍ଧୀ । କହିଲେ ଭାରତ ଯୋଡୋ ଯାତ୍ରା ହେବ ଶେଷ ରାଜନୈତିକ କାର୍ଯ୍ୟକ୍ରମ । ନିକଟରେ ଛାଡିଥିଲେ ଅନ୍ତରୀଣ ଅଧ୍ୟକ୍ଷା ପଦ । ଅଧିକ ପଢନ୍ତୁ

ଅବସର ଆଡକୁ ସୋନିଆଙ୍କ ଇସାରା
ଅବସର ଆଡକୁ ସୋନିଆଙ୍କ ଇସାରା
author img

By

Published : Feb 25, 2023, 8:27 PM IST

ଅବସର ଆଡକୁ ସୋନିଆଙ୍କ ଇସାରା, ଭାରତ ଯୋଡୋ ଯାତ୍ରା ଶେଷ ରାଜନୈତିକ କାର୍ଯ୍ୟକ୍ରମ

ରାୟପୁର: ସକ୍ରିୟ ରାଜନୀତିରୁ ଅବସର ଗ୍ରହଣ କରିବେ କଂଗ୍ରେସର ପୂର୍ବତନ ହାଇକମାଣ୍ଡ ତଥା ୟୁପିିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦଳ ପକ୍ଷରୁ ନିକଟରେ ଶେଷ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ ତାଙ୍କ ରାଜନୈତିକ କ୍ୟାରିୟରର ଶେଷ କାର୍ଯ୍ୟକ୍ରମ ହୋଇପାରେ । ଆଜି (ଶନିବାର) ରାୟପୁରରେ ଜାରି ରହିଥିବା ଦଳୀୟ ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସକୁ ସମ୍ବୋଧିତ କରିବା ବେଳେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ଉପରେ ବର୍ଷିବା ସହ ନିଜ ଅବସର ନେଇ ସୋନିଆ ଏପରି ସଙ୍କେତ ଦେଇଛନ୍ତି । ନିକଟରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ସାଙ୍ଗଠନିକ ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଅନେକ ବର୍ଷ ବ୍ୟବଧାନ ପରେ ଅଣଗାନ୍ଧୀ ପୃଷ୍ଠଭୂମିରୁ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

  • Our victories in 2004&2009 along with the able leadership of Dr Manmohan Singh gave me personal satisfaction but what gratifies me most is that my innings could conclude with the Bharat Jodo Yatra, a turning point for Congress: Cong MP & UPA chairperson Sonia Gandhi in Raipur https://t.co/EPG2ByMUrf pic.twitter.com/irStn2XzPY

    — ANI MP/CG/Rajasthan (@ANI_MP_CG_RJ) February 25, 2023 " class="align-text-top noRightClick twitterSection" data=" ">

ଆଜି ଦଳୀୟ ମହାଅଧିବେଶନକୁ ସମ୍ବୋଧିତ କରିଛନ୍ତି ସୋନିଆ କହିଛନ୍ତି, ସେ ଖୁସି ଯେ, ତାଙ୍କର ଅଧ୍ୟକ୍ଷା ଭାବେ କାର୍ଯ୍ୟକାଳ ଭାରତ ଯୋଡୋ ଯାତ୍ରା ମଧ୍ୟରେ ହିଁ ଶେଷ ହୋଇଥିଲା । ତାଙ୍କ ନେତୃତ୍ବ ସମୟରେ ଦଳ ସଫଳତା ହାସଲ କରିଛି । ହେଲେ ସେ ଆଗକୁ କଂଗ୍ରେସରେ ସକ୍ରିୟ ରହିବେ ନାହିଁ । ଭାରତ ଯୋଡୋ ଯାତ୍ରା ତାଙ୍କ ରାଜନୈତିକ କ୍ୟାରିୟରର ଶେଷ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏବେ ମଧ୍ୟ ଜାତୀୟ କଂଗ୍ରେସର ପ୍ରଚ୍ଛନ୍ନ ମୁଖ୍ୟ ଭାବେ ସୋନିଆଙ୍କୁ ବିଚାର କରାଯାଉଥିବା ବେଳେ ଏହା ତାଙ୍କର ପରୋକ୍ଷ ରାଜନୈତିକ ଅବସର ଘୋଷଣା ବୋଲି କୁହାଯାଉଛି ।

ବିଜେପି ଉପରେ ବର୍ଷିଲେ:- ଦଳୀୟ ମହାଅଧିବେଶନକୁ ସମ୍ବୋଧନରେ ସେ ଭାରତୀୟ ଜନତା ପାର୍ଟି ସରକାରକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ବିଜେପି ସରକାର ସମାଜରେ ଘୃଣା ସୃଷ୍ଟି କରିବା ସହ, ସଂଖ୍ୟାଲଘୁ, ମହିଳା ଓ ଆଦିବାସୀଙ୍କୁ ପ୍ରସଙ୍ଗ କରିଥିବା ସୋନିଆ ଅଭିଯୋଗ କରିଥିଲେ । ସେହିପରି ବର୍ତ୍ତମାନ ଜାରି ରହିଥିବା ଉଦ୍ୟୋଗପତି ଗୌତମ ଆଦାନି ପ୍ରସଙ୍ଗ ଉଠାଇ ସେ ମୋଦି ନେତୃତ୍ବାଧୀନ ବିଜେପି ସରକାର ଉପରେ ବର୍ଷିଥିଲେ । ସରକାର ଜଣେ ବ୍ୟବସାୟୀଙ୍କୁ ପକ୍ଷପାତିତା ଭିତ୍ତିରେ ସହଯୋଗ କରି ଆର୍ଥିକ କ୍ଷତି କରିଛନ୍ତି ବୋଲି କହିଥିଲେ ସୋନିଆ ।

2024 ରେ କଂଗ୍ରେସ ସରକାର ଗଠନ କରିବା ଦିଗରେ ଆଗକୁ ବଢୁ:- ସୋନିଆ ଗାନ୍ଧୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟଶୈଳୀ ଦେଶରେ ସମ୍ବିଧାନିକ ମୂଲ୍ୟବୋଧକୁ ଉଲଙ୍ଘନ କରୁଛି । ସେହିପରି ସେ ତାଙ୍କର ରାଜନୈତିକ ଜୀବନର ପ୍ରାରମ୍ଭିକ ସମୟକୁ ମଧ୍ୟ ସେ ମନେ ପକାଇଥିଲେ । ଏହାସହ ଚଳିତ ସାଧାରଣ ନିର୍ବାଚନ (2024)ରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଦଳ ଭାରତୀୟ ଜନତା ପାର୍ଟିକୁ ହରାଇବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.