ETV Bharat / bharat

ଘରେ ମା’ର ମୃତଦେହ ରଖି ମନ୍ଦିରରେ ବିବାହ କଲା ପୁଅ

author img

By

Published : Jul 10, 2022, 8:53 AM IST

ମୃତ ମା'କୁ ଘରେ ରଖି ମନ୍ଦିରରେ ବିବାହ କଲା ପୁଅ । ବିବାହ ସରିବା ପରେ ମୃତ ମା'ର ପାଦ ଛୁଇଁବା ପରେ ଶ୍ମଶାନରେ କଲା ଅନ୍ତିମ ସତ୍କାର । କେଉଁଠି ଘଟିଛି ଏପରି ଘଟଣା । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଘରେ ମା'ର ମୃତଦେହ ରଖି ମନ୍ଦିରରେ ବିବାହ କଲା ପୁଅ

ରାଞ୍ଚି: ମା'ର ଶେଷ ଇଚ୍ଛା ପୂରଣ ପାଇଁ ପୁଅର ଅନ୍ତିମ ପ୍ରୟାସ, ମୃତ ମା'କୁ ଘରେ ରଖି ମନ୍ଦିରରେ ବିବାହ କଲା ପୁଅ । ବିବାହ ସରିବା ପରେ ମୃତ ମା'ର ପାଦ ଛୁଇଁଲା ପୁଅ, ଏ ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ତାଠାରୁ ଅଧିକ ଦୁଃଖଦାୟକ । ଝାଡଖଣ୍ଡର ଧାନବାଦରୁ ଏଭଳି ଘଟଣା ସାମ୍ନାକୁ ଆସିଛି । କେନ୍ଦୁଆଡିହ ଥାନା ନ୍ୟୁ ମେରିନ ଗୋପିଲୱଚକରେ ରହୁଥିବା ଓମ କୁମାର ନିଜ ମା’ଙ୍କ ଶେଷ ଇଚ୍ଛା ପୂର୍ଣ୍ଣ ପାଇଁ ଏପରି କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଜୁଲାଇ ୧୦ ତାରିଖରେ ଓମଙ୍କ ସହ ସରୋଜ ତୁରୀଙ୍କ ବିବାହ ସ୍ଥିର ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଓମଙ୍କ ମା’ ଅସୁସ୍ଥ ହୋଇପଡିବାରୁ ସେ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । କିନ୍ତୁ ପୁଅର ବିବାହ ପୂର୍ବରୁ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଶେଷକୃତ୍ୟ ସମ୍ପର୍ଣ୍ଣ ନକରି ମୃତଦେହକୁ ଘରେ ରଖିଥିଲେ ଓମ । ଏହାପରେ ନିକଟସ୍ଥ ଏକ ମନ୍ଦିରରେ ଯୁବତୀ ଜଣଙ୍କୁ ବିବାହ କରି ଘରକୁ ଆସି ମା’ଙ୍କ ଆଶୀର୍ବାଦ ନେବା ପରେ ଶ୍ମଶାନରେ ମା'ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ । ଏନେଇ ଓମ କହିଛନ୍ତି ଯେ,''ମା'ଙ୍କର ଇଚ୍ଛା ଥିଲା ଯେ ମୋ ବିବାହ ଦେଖିବେ, ତେଣୁ ଶେଷ ଇଚ୍ଛା ପୂରଣ କରିବା ପାଇଁ ଏହି ପଦକ୍ଷପ ନେଇଥିବା କହିଛନ୍ତି ଓମ''।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.