ETV Bharat / bharat

United Front against BJP: କେସିଆରଙ୍କ ଇସାରା, ଘଟିବ କିଛି ବଡ ଘଟଣା

author img

By

Published : May 22, 2022, 4:57 PM IST

ଦିଲ୍ଲୀ ଓ ପଞ୍ଜାବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ମାରାଥନ କାର୍ଯ୍ୟକ୍ରମ । ଏକାଧିକ ବିଜେପି ବିରୋଧୀ ନେତାଙ୍କୁ ଭେଟିଲେ । ଖୁବଶୀଘ୍ର କିଛି ସମ୍ବେଦନଶୀଳ ଘଟଣା ଘଟିବାକୁ ଯାଉଥିବା ଦେଲେ ଇଙ୍ଗୀତ । ବିଜେପି ବିରୋଧୀ ମିଳିତ ସାମୁଖ୍ୟ ଗଠନ କଥାବାର୍ତ୍ତା ଆରମ୍ଭ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

United Front against BJP: KCR ଙ୍କ ଇସାରା, କିଛି ବଡ ଘଟିବାକୁ ଯାଉଛି

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ବିରୋଧୀ ମିଳିତ ସାମୁଖ୍ୟ ଗଠନ ନେଇ କଳ୍ପନାଜଳ୍ପନା ମଧ୍ୟରେ ଦିଲ୍ଲୀ ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ଆଜି ଏକ ବଡ ଇଙ୍ଗୀତ କରିଛନ୍ତି । ଦିଲ୍ଲୀ ଏବଂ ପଞ୍ଜାବ ଗସ୍ତ କରି ବିଜେପି ବିରୋଧୀ ନେତାଙ୍କ ସହ ମାରାଥନ ସାକ୍ଷାତ ଓ ଆଲୋଚନା ଜାରି ରଖିଥିବା କେ.ସି.ଆର କହିଛନ୍ତି, ଆଗାମୀ ଦିନରେ କିଛି ବଡ ତଥା ସମ୍ବେଦନଶୀଳ ଘଟଣା ଘଟିବାକୁ ଯାଉଛି । ତେଣୁ ଅପେକ୍ଷା କର ଏବଂ ଦେଖ ବୋଲି ସେ ସଙ୍କେତ ଦେଇଛନ୍ତି ।

ଆଜି କେ.ସି.ଆର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ଗଣମାଧ୍ୟମର ବିଜେପି ବିରୋଧୀ ୟୁନାଇଟେଡ୍ ଫ୍ରଣ୍ଟ ଗଠନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କେ.ସି.ଆର କହିଛନ୍ତି, ରାଜନେତାମାନେ ଯେତେବେଳେ ସାକ୍ଷାତ କରନ୍ତି ସେତେବେଳେ ରାଜନୀତି ବିଷୟରେ ଆଲୋଚନା ହେବା ଏକ ସ୍ୱାଭାବିକ ଘଟଣା । ତେଣୁ ତାଙ୍କର ଏହି ଗସ୍ତ ମଧ୍ୟ ରାଜନୈତିକ । ଖୁବଶୀଘ୍ର କିଛି ସମ୍ବେଦନଶୀଳ ଘଟଣା ଘଟିବାକୁ ଯାଉଛି, ଏବଂ ଏହା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର 2ବର୍ଷ ଥିବାବେଳେ ଅଣ ବିଜେପି ଶାସିତ ରାଜ୍ୟ ତଥା ବିଜେପି ବିରୋଧୀ ଦଳର ନେତାଙ୍କୁ କ୍ରମାଗତ ଭାବେ ଭେଟିବାରେ ଲାଗିଛନ୍ତି କେସିଆର । ଗତ ଫେବୃଆରୀରେ ସେ ବିଜେପି ବିରୋଧୀ ମେଣ୍ଟର ଆବଶ୍ୟକତା ଥିବା ମଧ୍ୟ ସ୍ପଷ୍ଟ ଘୋଷଣା ମଧ୍ୟ କରିଥିଲେ । ପୂର୍ବରୁ ସେ ମହାରାଷ୍ଟ୍ର ଗସ୍ତ କରି ମୁଖ୍ଯମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ମହାରାଷ୍ଟ୍ର ସରକାରରେ ସହଯୋଗୀ ଦଳ NCP ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ଆଲୋଚନା କରିଥିଲେ ।

ତେବେ କିଛି ଦିନର ବ୍ୟବଧାନ ପରେ ଚଳିତ ଗସ୍ତରେ ସେ ଗତକାଲି ଦିଲ୍ଲୀରେ ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ସରକାରୀ ସ୍କୁଲ ଓ ମୋହଲା କ୍ଲିନିକ ମଧ୍ୟ ପରିଦର୍ଶନ କରିଥିଲେ । ଦିଲ୍ଲୀ ଢାଞ୍ଚାରେ ସେ ତେଲେଙ୍ଗାନାରେ ମଧ୍ୟ ସ୍କୁଲ ଖୋଲିବେ ଏବଂ ଏଥିପାଇଁ ତେଲେଙ୍ଗାନାରୁ ଏକ ବିଶେଷଜ୍ଞ ଟିମ ମଧ୍ୟ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ପଠାଇବେ ବୋଲି ସୂଚନା ଦେଇଛନ୍ତି ।

ତେବେ ନିର୍ବାଚନ ଆଉ ଦୁଇ ବର୍ଷ ଥିବା ବେଳେ ନିଜ ଭିଜନରେ କେ.ସି.ଆର ଆଗେଇବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ବିଜେପି ବିରୋଧୀ ଆଞ୍ଚଳିକ ଦଳଙ୍କୁ ଏକାଠି କରି ମିଳିତ ମଞ୍ଚ ଗଠନ ପ୍ରୟାସ କେତେ ସଫଳ ହେଉଛି ଓ ବିଜେପିକୁ ମାତ ଦେବାରେ କେ.ସି.ଆର ରଣନୀତି କଣ ଭୂମିକା ଗ୍ରହଣ କରୁଛି ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.