ETV Bharat / bharat

ଯବାନଙ୍କୁ ମିଳିଲା ନ୍ୟାୟ, ପତ୍ନୀଙ୍କୁ ପେନସନ ଦେବାକୁ ନିର୍ଦ୍ଦେଶ ଦେଲେ ଆର୍ମି କୋର୍ଟ - Soldier Widow Got Justice from Army Court

ମୃତ ସୈନିକ ମହମ୍ମଦ ୟୁନୁସ ଖାନଙ୍କ ପତ୍ନୀ ଫିରୋଜ ବାନୋଙ୍କୁ ମିଳିବ ପେନସନ । ଶସସ୍ତ୍ର ବଳ ଅଧିକରଣର ଜଷ୍ଟିସ୍ ରବିନ୍ଦ୍ର ନାଥ କକ୍କର (ଅବସରପ୍ରାପ୍ତ) ଏବଂ ଭାଇସ ଆଡମିରାଲ ଅତୁଲ କୁମାର ଜେନା (ଅବସରପ୍ରାପ୍ତ) ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ମୃତ ସୈନିକଙ୍କୁ ମିଳିଲା ନ୍ୟାୟ
ମୃତ ସୈନିକଙ୍କୁ ମିଳିଲା ନ୍ୟାୟ
author img

By

Published : Apr 18, 2023, 7:05 AM IST

ଲକ୍ଷ୍ନୌ: ଶସସ୍ତ୍ର ବଳ ଅଧିକରଣର ଜଷ୍ଟିସ୍ ରବିନ୍ଦ୍ର ନାଥ କକ୍କର (ଅବସରପ୍ରାପ୍ତ) ଏବଂ ଭାଇସ ଆଡମିରାଲ ଅତୁଲ କୁମାର ଜେନା (ଅବସରପ୍ରାପ୍ତ) ୧୬ ବର୍ଷ ପରେ ଉତ୍ତର ପ୍ରଦେଶ ବହରାଇଚର ବାସିନ୍ଦା ଫିରୋଜ ବାନୋଙ୍କୁ ପେନସନ୍ ପ୍ରଦାନ କରିବାକୁ ରାୟ ଶୁଣାଇଛନ୍ତି । ଆର୍ମି କୋର୍ଟଙ୍କ ଦ୍ବାରା ସେନାର ରାଜପୁତ ରେଜିମେଣ୍ଟରୁ ବରଖାସ୍ତ ହୋଇଥିବା ଫିରୋଜ ବାନୋଙ୍କ ସ୍ୱର୍ଗତ ସ୍ୱାମୀ ମହମ୍ମଦ ୟୁନୁସ ଖାନଙ୍କ ଏକ ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଫିରୋଜ ବାନୋଙ୍କର ସ୍ବର୍ଗତ ସ୍ୱାମୀ ମହମ୍ମଦ ୟୁନୁସ ୪ ଜୁଲାଇ ୧୯୯୦ ମସିହାରେ ରାଜପୁତ ରେଜିମେଣ୍ଟର ୨୫ତମ ପଦାତିକ ବାଟାଲିୟନରେ ଭର୍ତ୍ତି ହୋଇଥିଲେ । ସେ ୨୦ ମାଉଣ୍ଟେନ୍ ଡିଭିଜନରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଭଉଣୀ ନସୀମ ବାନୋଙ୍କ ପାରିବାରିକ ଏବଂ ବୈବାହିକ ଜୀବନରେ ବିବାଦ ଦେଖା ଦେଇଥିଲା । ଭଉଣୀଙ୍କର ଏଭଳି ପରିସ୍ଥିତିରେ ଭଉଣୀ ପାଖରେ ଛିଡ଼ା ହେବା ପାଇଁ ସେ ୪ ଏପ୍ରିଲ ୨୦୦୫ରେ ୬୨ ଦିନର ଲମ୍ବା ଛୁଟି ନେଇ ଗୋଣ୍ଡାରେ ନିଜ ଭଉଣୀଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଗୋଣ୍ଡା ପୋଲିସ ଅଧିକ୍ଷକଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଥିଲେ । ତେବେ ଗୋଣ୍ଡା ମହିଳା ହେଲ୍ପଲାଇନ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । କିନ୍ତୁ ମାମଲା ବହୁଦିନ ଚାଲିବାରୁ ମହମ୍ମଦ ୟୁନୁସଙ୍କ ଛୁଟି ସରିଗଲା । ତାଙ୍କ ଘରେ ଏସବୁ ବୁଝିବା ପାଇଁ ୟୁନୁସଙ୍କ ଛଡ଼ା ଅନ୍ୟ କେହି ନଥିଲେ । ଏନେଇ ସେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ ତାଙ୍କୁ ୭ ସେପ୍ଟେମ୍ବର ୨୦୦୫ରେ ପଳାତକ ଘୋଷିତ କରିଦିଆଗଲା । ଏହାର ଫାଇଦା ନେଇ ତାଙ୍କ ଭଉଣୀଙ୍କ ଶ୍ୱଶୁର ଘର ଲୋକେ ୧୬ ନଭେମ୍ବର ୨୦୦୫ରେ ନକଲ ପ୍ରମାଣ ପତ୍ର ଦାଖଲ କରି ମାମଲାକୁ ଆହୁରି ଅଧିକ ଦିନ ଚଳାଇବାକୁ ଚେଷ୍ଟା କରିଥିଲେ । ଏଥିରେ ୟୁନୁସ ନିଜ ଭଉଣୀ ସହ ରହି ମାମଲା ଲଢ଼ିବାର ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ତାଙ୍କର ଚାକିରି ଚାଲିଯାଇଥିଲା ।

ତେବେ ଶେଷରେ ୟୁନୁସ ଭଉଣୀଙ୍କୁ ନ୍ୟାୟ ଦେବାରେ ସଫଳ ହୋଇଥିଲେ । ଏହାପରେ ତାଙ୍କ ନିକଟରେ କେବଳ ଆତ୍ମସମର୍ପଣ କରିବା ହିଁ ଶେଷ ବିକଳ୍ପ ରହିଥିଲା । କିନ୍ତୁ ସେ ସେନାରେ ଆତ୍ମସମର୍ପଣ କରିବା ପୂର୍ବରୁ ତାଙ୍କୁ ସେଣ୍ଟ୍ରାଲ୍ କମାଣ୍ଡର ପ୍ରୋଭୋଷ୍ଟ ୟୁନିଟ୍ ୨୧ ଅଗଷ୍ଟ ୨୦୦୭ରେ ଗିରଫ କରିଥିଲେ । ଏହାପରେ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଥ୍ୟ ପ୍ରମାଣ ମଧ୍ୟ ରେକର୍ଡ କରାଗଲା । ଏହାପରେ ୧୩ ସେପ୍ଟେମ୍ବର ୨୦୦୭ରେ ତାଙ୍କୁ ସେନାବାହିନୀରୁ ବହିଷ୍କୃତ କରାଯାଇଥିଲା । ସେ ଘରକୁ ଫେରିବା ପରେ ତାଙ୍କର ହୃତପିଣ୍ଡ ଅସ୍ତ୍ରୋପଚାର କରିବାର ଥିଲା । ତେବେ ନିଜ ଝିଅ ମାନଙ୍କର ଉଚ୍ଚଶିକ୍ଷା ଓ ପାରିବାରିକ ବୋଝ କାରଣରୁ ସେ ନିଜ କଥା ଭୁଲିଯାଇଥିଲେ ।

2016ରେ ଆଡଭୋକେଟ ବିଜୟ କୁମାର ପାଣ୍ଡେଙ୍କ ଦ୍ବାରା ସେ ନିଜ ଚାକିରି ଫେରି ପାଇବାକୁ ଏକ ମାମଲା ଦାୟର କରିଥିଲେ । କିନ୍ତୁ 21 ଡିସେମ୍ବର 2016ରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାପରେ ପତ୍ନୀ ଓ ପିଲାମାନଙ୍କର କୌଣସି ରୋଜଗାରର ମାଧ୍ୟମ ନଥିବାରୁ ମାମଲା ଲଢ଼ିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ତେବେ ଏହାସତ୍ତ୍ବେ ପତ୍ନୀ ଫିରୋଜ ବାନୋ ମାମଲାକୁ ଆଗକୁ ନେବାକୁ ନିଷ୍ପତି ନେଇଥିଲେ । ଶସସ୍ତ୍ର ବଳ ଅଧିକରଣର ଜଷ୍ଟିସ୍ ରବିନ୍ଦ୍ର ନାଥ କକ୍କର (ଅବସରପ୍ରାପ୍ତ) ଏବଂ ଭାଇସ ଆଡମିରାଲ ଅତୁଲ କୁମାର ଜେନା (ଅବସରପ୍ରାପ୍ତ) ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ସ୍ବର୍ଗତ ସୈନିକ 17 ବର୍ଷ ଚାକିରି କରିଥିଲେ । ଯଦି ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇନଥାନ୍ତା, ତେବେ ସେ ପେନସନର ଅଧିକାରୀ ହୋଇଥାନ୍ତେ । ତେବେ ସେତେବେଳେ କୋର୍ଟଙ୍କ ଦ୍ବାରା ତାଙ୍କୁ ଆବଶ୍ୟକତାଠାରୁ ଅଧିକ ଦଣ୍ଡ ଦିଆଯାଇଥିଲା । ସେଥିପାଇଁ ତାଙ୍କ ବରଖାସ୍ତକୁ ଉଠାଇ ନେବା ସହ ତାଙ୍କ ପରିବାରକୁ ପେନସନ ପ୍ରଦାନ କରିବାକୁ ଭାରତ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.