ETV Bharat / bharat

ଲଦାଖରେ ହିମସ୍ଖଳନ: ଜଣେ ଯବାନ ମୃତ, ଅନ୍ୟ 3 ନିଖୋଜ - ଲଦାଖରେ ହିମସ୍ଖଳନରେ ଜଣେ ଯବାନ ମୃତ

ଲଦାଖରେ ହିମସ୍ଖଳନରେ ଜଣେ ଯବାନ ମୃତ । ଅନ୍ୟ ତିନି ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ । ଗତକାଲି ପ୍ରଶିକ୍ଷଣ ସମୟରେ ଘଟିଥିଲା ହିମସ୍ଖଳନ । ଅଧିକ ପଢନ୍ତୁ

ଲଦାଖରେ ହିମସ୍ଖଳନ: ଜଣେ ଯବାନ ମୃତ, ଅନ୍ୟ 3 ନିଖୋଜ

author img

By ETV Bharat Odisha Team

Published : Oct 9, 2023, 10:59 PM IST

ଶ୍ରୀନଗର: ଲଦାଖରେ ହିମସ୍ଖଳନ ଘଟି ସେନାର ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ କୁନ୍ ପର୍ବତାଞ୍ଚଳରେ ଏହି ହିମସସ୍ଖଳନ ଘଟିଛି । ନିଖୋଜଙ୍କୁ ଠାବ କରିବା ପାଇଁ ରେସ୍କ୍ୟୁ ଅପରେସନ ଗତକାଲିଠାରୁ ଜାରି ରହିଛି । ଏବେ ସୁଦ୍ଧା ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜ ଯବାନଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରିନି ।

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାଇ ଲାଟିଟ୍ୟୁଡ ଓ୍ବାରଫେୟାର ସ୍କୁଲ (HAWS)ରେ ପ୍ରଶିକ୍ଷଣ ନେଉଥିବା ଆର୍ମି ଆଡଭେଞ୍ଚର ୱିଙ୍ଗର ପ୍ରାୟ 40 ଯବାନଙ୍କର ଏକ ଟିମ୍‌ କୁନ୍ ପର୍ବତାଞ୍ଚଳ (ଲଦାଖ)ରେ ଏକ ସାଧାରଣ ପ୍ରଶିକ୍ଷଣ ଅଭ୍ୟାସରେ ନିୟୋଜିତ ହୋଇଥିଲେ । ତେବେ ଗତକାଲି ସେମାନେ ଅଭ୍ୟାସ ଜାରି ରଖିଥିବା ବେଳେ ହିମସ୍ଖଳନ ହୋଇଥିଲା । ଏଥିରେ ଅନ୍ୟମାନେ ବର୍ତ୍ତିଯାଇଥିବା ବେଳେ 4 ଜଣ ଯବାନ ନିଖୋଜ ହୋଇଯାଇଥିଲେ ।

ଅନ୍ୟମାନେ ଏ ସମ୍ପର୍କରେ ୟୁନିଟକୁ ସୂଚନା ଦେବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । କିଛି ଘଣ୍ଟାର ଅପରେସନ ପରେ ନିଖୋଜଙ୍କ ମଧ୍ୟରୁ ଜଣେ ଯବାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୁଦ୍ଧା ଅନ୍ୟ ତିନିଜଣଙ୍କର କୌଣସି ପତ୍ତା ମିଳିନାହିଁ । ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :-Sikkim flash floods: ଫସି ରହିଛନ୍ତି 17 ଶହ ପର୍ଯ୍ୟଟକ, ସେନାର ଏୟାର ଲିଫ୍ଟିଂ ଜାରି

ସେନା ଅଧିକାରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଏହି ସମୟରେ ମାଉଣ୍ଟେନିିଂ ଟ୍ରେନିଂ ଦିଆଯାଏ । ତେବେ ଲଦାଖ କ୍ଷେତ୍ରରେ ହିମସ୍ଖଳନ ହେବାର ଏହା ସ୍ବାଭାବିକ ସମୟ ନୁହେଁ । ମାତ୍ର ଗତକାଲି ଅସ୍ବାଭାବିକ ଭାବେ ଏହି ହିମସ୍ଖଳନ ଘଟିଥିଲା । ଏବେ ସୁଦ୍ଧା ଜଣେ ଯବାନଙ୍କ ମୃତ୍ୟୁକୁ ସେନା ନିଶ୍ଚିତ କରିଛି । ଅନ୍ୟପଟେ ମୃତ ଓ ନିଖୋଜ ଯବାନଙ୍କ ସମ୍ପର୍କରେ ପରିଚୟ କିମ୍ବା ଅନ୍ୟ କୌଣସି ସୂଚନା ସେନା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପରିଚୟ ସାର୍ବଜନୀନ କରାଯିବା ନେଇ ଅଧିକାରୀମାନେ କହିଛନ୍ତି । 4 ତାରିଖରେ ସିକ୍କିମରେ ହୋଇଥିବା ବନ୍ୟାରେ ମଧ୍ୟ 23 ଯବାନ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ବାଦଲଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟରେ ଏକାଧିକ ସେନା କ୍ୟାମ୍ପ ଓ ଟ୍ରକ ମଧ୍ୟ ଭାସି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.