ETV Bharat / bharat

ସାମାନ୍ୟ ବଚସା ପାଇଁ ବାପାର ଗୁପ୍ତାଙ୍ଗ କାଟିଦେଲା ସୈନିକ ପୁଅ - ଉତ୍ତରାଖଣ୍ଡରୁ ଆସିଲା ହୃଦୟ ବିଦାରକ ଘଟଣା

ଉତ୍ତରାଖଣ୍ଡ କାଶୀପୁର ରୁ ସାମ୍ନାକୁ ଆସିଛି ସମ୍ବେଦନଶୀଳ ମାମଲା । ନିଜ ପିତାର ଗୁପ୍ତାଙ୍ଗ କାଟିଦେଲା ଯବାନ ପୁଅ । ଅଧିକ ପଢ଼ନ୍ତୁ ।

ଉତ୍ତରାଖଣ୍ଡରୁ ଆସିଲା ହୃଦୟ ବିଦାରକ ଘଟଣା
ଉତ୍ତରାଖଣ୍ଡରୁ ଆସିଲା ହୃଦୟ ବିଦାରକ ଘଟଣା
author img

By

Published : Jan 31, 2023, 11:02 PM IST

ଡେରାଡୁନ୍: ଉତ୍ତରାଖଣ୍ଡରୁ ଆସିଲା ହୃଦୟ ବିଦାରକ ଘଟଣା । ବାପା-ପୁଅ ମଧ୍ୟରେ ସାମାନ୍ୟ ବଚସା ଏବଂ ମତଭେଦକୁ ନେଇ ପୁଅର ନୃଂଶସ କାଣ୍ଡ । ବାପାର ଆଙ୍ଗୁଠି ସହ ଗୁପ୍ତାଙ୍ଗ କାଟିଲା ସୈନିକ ପୁଅ । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ଉତ୍ତରାଖଣ୍ଡର କାଶିପୁର ଗାଁରେ । ବାପାଙ୍କ ଆଙ୍ଗୁଠି ଏବଂ ଗୁପ୍ତାଙ୍ଗ କାଟି ଦେଇଥିବା ପୁଅ ଏବଂ ତା ସାଙ୍ଗମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସାଙ୍ଗମାନେ ଫେରାର ହୋଇଥିବା ସୂଚନା ଦେଇଛି ପୋଲାସ ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୬ ସନ୍ଧ୍ୟାରେ ପିଡିତଙ୍କ ପୁଅ ତାର ତିନି ସାଙ୍ଗ ସହ ମିଶି କାଠ କଟା କୁରାଢି ସାହାଯ୍ୟରେ ତାଙ୍କ ଉପରେ ସାଂଘାତିକ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ବାମ ହାତର ଆଙ୍ଗୁଠି ଏବଂ ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଥିଲା । କାଶିପୁରର କାଚାନାଲ ଗାଜି କୁମାଓନ କଲୋନୀର ବାସିନ୍ଦା ଏହି ମାମଲାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲାସ ।

ପୀଡିତଙ୍କ ସୂଚନା ଅନୁଯାୟୀ , ତାଙ୍କ ପୁଅ ସମେତ ମୋଟ ଚାରି ଜଣ ତାଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରୁ ସେ ପୁଅର ଦୁଇଜଣ ବନ୍ଧୁଙ୍କୁ ଚିହ୍ନିଥିବା ବେଳେ, କିନ୍ତୁ ଅନ୍ୟ ଜଣକୁ ଜାଣନ୍ତି ନାହାନ୍ତି । ପୀଡିତାଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ରୋହିତ ଭର୍ମା ଏବଂ ରାହୁଲ ସାଇନି। ଉଭୟ କାଶୀପୁରର ବାସିନ୍ଦା ବୋଲି ପୀଡିତ ସୂଚନା ଦେଇଛନ୍ତି । ତାଙ୍କ ପୁଅ ସେନାରେ କାମ କରୁଥିବା ବେଳେ ସେ ତାର ଛୁଟି କାଟିବାକୁ ଘରକୁ ଆସିଥିଲା । କୌଣସି କାରଣରୁ ବଚସା ହେବା ପରେ ସେ ତାର ସାଙ୍ଗମାନଙ୍କ ସହ ମିଶି ଏପରି ଜଘନ୍ଯା କଣ୍ଡ ଘଟାଇଛି । ପୀଡିତା ଜଣାଇଛନ୍ତି ଯେ ଦୁଇ ଅଭିଯୁକ୍ତ ତାଙ୍କ ପାଟି ଓ ହାତ ଧରିଥିଲେ। ତୃତୀୟ ଅଭିଯୁକ୍ତ ତାଙ୍କ ପାଦ ଧରିଥିଲେ ଯେପରି ସେ ଚିତ୍କାର କରିପାରିନଥିଲେ। ପୀଡିତା କହିଛନ୍ତି ଯେ ଆଙ୍ଗୁଠି ଏବଂ ଗୁପ୍ତାଙ୍ଗ କାଟିବା ପରେ ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲେ।

ପୀଡିତା ପୋଲିସକୁ କହିଥିଲେ ଯେ ତାଙ୍କ ଭାଇ ହିଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାସହ ସେ ତାଙ୍କ ଭାଇ ଏବଂ ପୁଅକୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲା । ଏହି ମାମଲାରେ କାଶୀପୁରର ପୋଲିସ ଅଧୀକ୍ଷକ ଅଭୟ ସିଂ କହିଛନ୍ତି ଯେ ପୀଡିତା ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଜଣାଇ ନାହାଁନ୍ତି। ଅନେକ ଦିନ ପରେ ସେ ଏ ବିଷୟରେ ପୋଲିସକୁ କହିଥିଲେ। ଏହା ପରେ ପ୍ରତାପ ପୋଲିସ ଚୋକି ଇନଚାର୍ଜଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.