ETV Bharat / bharat

ଅମୃତ କଳସ ଯାତ୍ରା ସମାପନ ଉତ୍ସବ, ଅନାଦିକାଳରୁ ଦେଶକୁ ରକ୍ଷା କରିଛି ମାଟି କହିଲେ ପ୍ରଧାନମନ୍ତ୍ରୀ - ଅମୃତ କଳସ ଯାତ୍ରା ସମାପନ

ମୋ ମାଟି ମୋ ଦେଶ ଅଭିଯାନ ଶେଷ ହୋଇଛି । ଅମୃତ କଳସ ଯାତ୍ରା ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

concluding ceremony of Meri Maati Mera Desh
Meri Mati Mera Desh campaign concluded
author img

By ETV Bharat Odisha Team

Published : Nov 1, 2023, 9:22 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ 'ମୋ ମୋଟି ମୋ ଦେଶ' ଅଭିଯାନର ଅମୃତ କଳର ଯାତ୍ରାର ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି । ଦେଶର କୋଣ ଅନୁକୋଣରୁ ଆସିଥିବା ମାଟିକୁ ମଥାରେ ତିଲକ କରି ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି କର୍ତ୍ତବ୍ୟପଥ ଏକ ଐତିହାସିକ ମହାଯଜ୍ଞର ସାକ୍ଷୀ ହେବାକୁ ଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ଜନଭାଗିଦାରୀର ନୂଆ ଇତାହାସ ସୃଷ୍ଟ କରିଛି । ଏହି ମାଟି ଆମକୁ ସୁରକ୍ଷା ଦେଇ ଆସୁଛି । ସମସ୍ର ଦେଶରୁ ଆସିଥିବା ଏହି ମାଟିରେ ଅଗଣିତ ଆକାଂକ୍ଷା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | At the concluding ceremony of Meri Maati Mera Desh-Amrit Kalash Yatra, Prime Minister Narendra Modi says, "When the intentions are good and the feeling of nation first is paramount, then the results are the best. During 'Azadi Ka Amrit Mahotsav', India achieved several… pic.twitter.com/LEedsBgZ86

    — ANI (@ANI) October 31, 2023 " class="align-text-top noRightClick twitterSection" data=" ">

ଅମୃତ କଳସ ଯାତ୍ରାର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଏହି ମହା ଉତ୍ସବ ଶେଷ ହେଉଛି । ବଡ଼ ବଡ଼ ମହାନ ସଭ୍ୟତାର ସମାପ୍ତ ହୋଇଛି ମାତ୍ର ଭାରତର ମାଟି ସେହି ଚେତନା ରହିଛି ଯାହା ଅନାଦି କାଳରୁ ଭାରତକୁ ରକ୍ଷା କରି ଆସୁଛି । ଏହା ସେହି ମାଟି ଯାହା ଦେଶର କୋଣ ଅନୁକୋଣରୁ ଆତ୍ମୀୟତା ଏବଂ ଆଧ୍ୟାତ୍ମକୁ ଆମ ଆତ୍ମା ସହ ଯୋଡ଼ୁଛି । ଦେଶର ପ୍ରତି ଅଗଣାରୁ ଯେଉଁ ମାଟି ଆସି ଏଠାରେ ପହଞ୍ଚିଛି ତାହା ଆମକୁ କର୍ତ୍ତବ୍ୟ ଭାବନାରେ ବିକଶିତ ଭାରତର ନିଜ ସଂକଳ୍ପରୁ ସିଦ୍ଧି ନିମନ୍ତେ ପ୍ରେରଣା ଯୋଗାଉଛି । ଏଥିରେ ଦେଶର ଅଗଣିତ ଆକଂକ୍ଷା ଓ ସଂକଳ୍ପ ସାମିଲ ରହିଛି । ତେଣୁ ଭାରତକୁ ଭବ୍ୟ ବନାଇବାକୁ ଆମକୁ ସଂକଳ୍ପ ନେବାକୁ ହେବ । ଯେଉଁ ଅମୃତ ବାଟିକାର ଶିଳାନ୍ୟାସ ହୋଇଛି ତାହା ଆଗମୀ ପିଢ଼ିକୁ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରେରଣା ଦେବ ।"

  • #WATCH | At the concluding ceremony of Meri Maati Mera Desh-Amrit Kalash Yatra, Prime Minister Narendra Modi says, "While we are culminating an event, on the other hand, this is the beginning of the new resolution...In the 21st century, the 'Mera Bharat Yuva' organization will… pic.twitter.com/ERDhemYl4f

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଚିନ୍ତାଧାର ସଚ୍ଚୋଟ ହେବ, ରାଷ୍ଟ୍ର ପ୍ରଥମର ଭାବନା ସର୍ବୋପରି ହୁଏ ତେବେ ପରିଣାମ ଭଲ ହୋଇଥାଏ । ଆଜାଦୀ କା ଅମୃତ ମହୋତ୍ସବରେ ଭାରତ ଐତିହାସିକ ସଫଳତା ହାସଲ କରିଛି । ଏହି ଯାତ୍ରାରେ ରାଜପଥରୁ କର୍ତ୍ତବ୍ୟପଥର ରାସ୍ତା ଅତିକ୍ରମ କରିଛି । ବିକଶିତ ଭାରତର ରୋଡମ୍ୟାପ ହୋଇଛି । ଯେଉଁଭଳି ଭାବେ ଦାଣ୍ଡିଯାତ୍ରା ଦେଶବାସୀଙ୍କୁ ଏକାଠୀ କରିଥିଲା ଠିକ ସେହିପରି ଅମୃତ ମହୋତ୍ସବ ଲୋକଙ୍କ ଭାଗୀଦାରୀକୁ ଆହୁରି ମଜବୁତ କରିଛି । ମୋର ବିଶ୍ବାସ ରହିଛି ଅମୃତ ମହୋତ୍ସବର ସମାପନ ସହିତ ଆରମ୍ଭ ହୋଇଥିବା ମୋ ଯୁବା ଭାରତ ପୋର୍ଟାଲ ବିକଶିତ ଭାରତ ନର୍ମାଣରେ ଯୁବଗୋଷ୍ଠୀଙ୍କୁ ଜୋସ ଦେବ ।''

  • #WATCH | Prime Minister Narendra Modi virtually launches the 'Mera Yuva Bharat Portal' at the concluding ceremony of Meri Maati Mera Desh-Amrit Kalash Yatra, in Delhi pic.twitter.com/DiVVHA09cf

ଏହା ବି ପଢନ୍ତୁ...National Unity Day: 'ଜାତୀୟ ଏକତା ଦିବସ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ସଞ୍ଚାର ପର୍ବ ହୋଇଛି'

ମେରା ୟୁବା ଭାରତ ପୋର୍ଟାଲ ଶୁଭାରମ୍ଭ: ଅମୃତ କଳସ ଯାତ୍ରାର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ଆଉ ଏକ ନୂଆ ସଂକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଯୁବତୀଙ୍କ ନିମନ୍ତେ ମେରା ୟୁବା ଭାରତ ମଞ୍ଚର ଶୁଭାରମ୍ଭ କରିଛନ୍ତି । ଏହା ବ୍ୟତୀତ ମହୋତ୍ସବ ସ୍ମାରକ ଏବଂ ଅମୃତ ବାଟିକାକୁ ମଧ୍ୟ ଡିଜିଟାଲ ଭାବେ ଶିଳାନ୍ୟାସ କରିଛନ୍ତି । ମେରା ଭାରତ ସଂଗଠନ ଭାରତର ଯୁବଶକ୍ତିର ଉଦଘୋଷ । ଏହା ଦେଶର ସବୁ ଯୁବଗୋଷ୍ଠୀଙ୍କୁ ଗୋଟିଏ ମଞ୍ଚରେ, ଗୋଟିଏ ପୋର୍ଟାଲରେ ଆଣିବାକୁ ବହୁତ ବଡ ମାଧ୍ୟମ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

6 ଲକ୍ଷ ଗାଁରୁ ମାଟି ଆସିଛି: କର୍ତ୍ତବ୍ୟ ପଥରେ ମୋ ମାଟି ମୋ ଦେଶ ଅଭିଯାନ ସମାପନ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ଏହି ଅଭିଯାନରେ ଭାରତର ପ୍ରାୟ 6 ଲକ୍ଷ ଗ୍ରାମ ଓ କୋଟି କୋଟି ଘରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଇଛି । ଏହା ଏକ ଜନ ଆନ୍ଦୋଳନର ରୂପ ନେଇଛି । ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ହୋଇଛି । 4 କୋଟିରୁ ଅଧିକ ସେଲଫି ୱେବସାଇଟରେ ଅପଲୋଡ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କେନ୍ଦ୍ରମନ୍ତ୍ରୀ ମୀନିକ୍ଷୀ ଲେଖି ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.