ETV Bharat / bharat

'ସାମାଜିକ ଗଣମାଧ୍ୟମ ଅସାମାଜିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି'

ସାମାଜିକ ଗଣମାଧ୍ୟମ ଅସାମାଜିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

'ସାମାଜିକ ଗଣମାଧ୍ୟମ ଅସାମାଜିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି'
ସାମାଜିକ ଗଣମାଧ୍ୟମ ଅସାମାଜିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି: ବିହାର ମୁଖ୍ୟମନ୍ତ୍ରୀ
author img

By

Published : Feb 20, 2021, 3:50 PM IST

ପାଟନା: ସାମାଜିକ ଗଣମାଧ୍ୟମ ଅସାମାଜିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି ବୋଲି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଶୁକ୍ରବାର କହିଛନ୍ତି । ତେବେ ସେ ଫେବୃଆରୀ 24 ରେ ବିଧାୟକଙ୍କ ବୈଠକ ଘୋଷଣା କରୁଥିବା ସମ୍ପର୍କରେ ଏହି ମନ୍ତବ୍ୟ ଦେଇଥିଲେ ।

ଏ ସମ୍ପର୍କରେ ସେ କହିଛନ୍ତି ଯେ ଫେବୃଆରୀ 24 ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ବିଧାୟକଙ୍କ ସମେତ ଇଚ୍ଛୁକ ବ୍ୟକ୍ତିମାନେ ଯୋଗ ଦେବେ । ତେବେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଅସାମାଜିକ ବା ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି । କିନ୍ତୁ ଭାଇଚାରା ଓ ସମନ୍ବୟକୁ ପ୍ରୋତ୍ସାହିତ କରିବା ସହିତ ସାମାଜିକ ଗଣମାଧ୍ୟମର ସକରାତ୍ମକ ଦିଗରେ ବୈଠକରେ ଆଲୋଚନା ହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରିବା ପାଇଁ ବିଧାୟକ ଓ ବିଧାନ ପରିଷଦର ସଦସ୍ୟଙ୍କୁ କହିଛନ୍ତି । ବିଧାନସଭା ଗୃହର ବିଭିନ୍ନ ନିୟମ ସମ୍ପର୍କରେ ନୂତନ ସଦସ୍ୟମାନଙ୍କୁ ବରିଷ୍ଠ ସଦସ୍ୟମାନେ ଅବଗତ କରାଇବେ ବୋଲି ସେ କହିଛନ୍ତି । ଏହାସହିତ ଶନିବାର ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବେ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.