ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ ବିବାଦ ମଧ୍ୟରେ କେନ୍ଦ୍ର ସଂସଦୀୟ କମିଟି ସାମ୍ନାରେ ସୋସିଆଲ ମିଡିଆର ପକ୍ଷ ରଖିଛି ମାଇକ୍ରୋବ୍ଲଗିଙ୍ଗ ସାଇଟର ଅଧିକାରୀ ।
ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ସଂସଦୀୟ କମିଟି ସଦସ୍ୟମାନେ ଟ୍ବିଟରକୁ ପଚାରିଥିଲେ ଯେ ଦେଶର ଆଇନ ଉଲ୍ଲଂଘନ କରିଥିବା ନେଇ ଏହା ଉପରେ କଣ ପାଇଁ ଜୋରିମାନା ଲଗାଯିବ ନାହିଁ ? ସଂସଦୀୟ କମିଟି କହିଛି ଯେ ଦେଶର ନୀତି ହେଉଛି ସର୍ବୋପରି ।
ଏହାର ଉତ୍ତରରେ ଟ୍ବିଟର କହିଛି ଯେ କମ୍ପାନୀ ନୂତନ ଆଇଟି ନିୟମ ମାନୁଛି। ଏହା ସହିତ ସେ କହିଛନ୍ତି ଯେ ଅନ୍ତରୀଣ ମୁଖ୍ୟ ଅନୁପାଳନ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। କମିଟି ଦର୍ଶାଇଛି ଯେ ପୂର୍ବରୁ ଆୟର୍ଲାଣ୍ଡରେ ଟ୍ବିଟର ଉପରେ ଜୋରିମାନା ଲଗାଯାଇଥିଲା ।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ସଂସଦୀୟ କମିଟିର ଏକ ପ୍ରଶ୍ନରେ ଟ୍ବିଟର ଇଣ୍ଡିଆକୁ ପଚରାଯାଇଥିଲା ଯେ ଏହା ଆଇନ ଅନୁସରଣ କରୁଛି କି ? ଏହାର ଜବାବରେ ଟ୍ବିଟର ପ୍ରତିନିଧି କହିଛନ୍ତି, ଆମେ ଆମର ନୀତି ଅନୁସରଣ କରୁଛୁ ।