ETV Bharat / bharat

ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ଅନ୍ତରୀଣ ଜାମିନ

author img

By

Published : Sep 2, 2022, 7:02 PM IST

Updated : Sep 2, 2022, 10:51 PM IST

୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମକର୍ତ୍ତା ତିସ୍ତା ସେତଲବାଦଙ୍କୁ ମିିଳିଲା ଅନ୍ତରୀଣ ଜାମିନ (Teesta Setalvad Got interim bail from Apex Court) । ଅଧିକ ପଢ଼ନ୍ତୁ

ସାମାଜିକ କର୍ମକର୍ତ୍ତା ତିସ୍ତା ଶୀତଲୱାଡଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ଗିରଫ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ସର୍ବୋଚ୍ଚ କୋର୍ଟ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି(Teesta Setalvad got interim bail from apex court) । ୨୦୦୨ ଗୁଜୁରାଟ ଦଙ୍ଗାରେ ନିର୍ଦ୍ଦୋଶ ଲୋକଙ୍କୁ ଫସାଇବା ଓ ସେମାନଙ୍କ ବିରୋଧରେ ମିଛ ପ୍ରମାଣ ଯୋଗାଡ଼ କରିବା ଅଭିଯୋଗରେ ତାଙ୍କୁ ଜୁନ୍‌ ୨୫ରେ ଗୁଜରାଟ ATS ଟିମ ଗିରଫ କରିଥିଲା । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ 2002 ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

ନିୟମିତ ଜାମିନ ଆବେଦନ ଶୁଣାଣି ପର୍ଯ୍ୟନ୍ତ ତିସ୍ତାଙ୍କୁ ତାଙ୍କ ପାସ୍‌ପୋର୍ଟ ତଳ ଅଦାଲତର ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିଭଳି ତାଙ୍କ ବିରୋଧରେ ଥିବା ମାମଲାର ଯାଞ୍ଚ ପାଇଁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି । ତିସ୍ତା ଶୀତଲୱାଡ ଓ ଶ୍ରୀକୁମାରଙ୍କୁ ଗତ ଜୁନ୍‌ ମାସରେ ପୋଲିସ ଗିରଫ କରିଥିଲା । ୨୦୦୨ ଗୁଜୁରାଟ ଦଙ୍ଗାରେ ନିର୍ଦ୍ଦୋଶ ଲୋକଙ୍କୁ ଫସାଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗୁଜୁରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ ଏହି ଅଭିଯୋଗ ରହିଥିବାବେଳେ, ତାଙ୍କୁ ଗିରଫ କରାଯାଇଥିଲା ।

ଏହାପରେ ଏକ ତଳ କୋର୍ଟରେ ପ୍ରତ୍ୟେକ ଜାମିନ ଆବେଦନ କରିଥିଲେ । ଜୁଲାଇ ୩୦ ତାରିଖରେ ଜାମିନ ଆବେଦନ ଖାରଜ କରିଦେଇଥିଲେ କୋର୍ଟ । ଏମାନଙ୍କୁ ଜାମିନ ପ୍ରଦାନ କରାଗଲେ ଅପରାଧୀଙ୍କ ପାଇଁ ଖରାପ ସନ୍ଦେଶ ଯିବ । ଯେକେହି ବି ଭାବିବେ ଦୋଷାରୋପ ଥିବା ବ୍ୟକ୍ତି ବିଶେଷ କେତେବେଳେ ବି ଜାମିନ ପାଇ ପାରିବ । ଏଣୁ ଏମାନଙ୍କୁ ଜାମିନ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ତଳ ଅଦାଲତ କହିଥିଲେ ।

ଏହାକୁ ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ତିସ୍ତା । ମାମଲାର ଶୁଣାଣି ସେପ୍ଟେମ୍ବର ୧୯ ତାରିଖରେ କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ ହାଇକୋର୍ଟ । ଏହାପରେ ସୁପ୍ରିମକୋର୍ଟରେ ଅପିଲ୍‌ କରିଥିଲେ ତିସ୍ତା ସେତଲବାଦ । ଏହାପରେ ସୁପ୍ରିମକୋର୍ଟ ତିସ୍ତାଙ୍କ ଜାମିନ ଆବେଦନକୁ ବିଳମ୍ବରେ ସୂଚୀବଦ୍ଧ କରିବାକୁ ନେଇ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଏହାପରେ ଶୁକ୍ରବାର ମାମଲା ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Last Updated : Sep 2, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.