ETV Bharat / bharat

ବରଫରେ ଢାଙ୍କି ହୋଇଛି ବଦ୍ରିନାଥ ଧାମ, ଥଣ୍ଡାରେ ଥରୁଛି ସାରା ରାଜ୍ୟ - ଉତ୍ତରାଖଣ୍ଡ ବଦ୍ରନାଥ ଧାମ

ଉତ୍ତରାଖଣ୍ଡ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ବଦ୍ରିନାଥ ଧାମରେ ପ୍ରବଳ ତୁରଷାପାତ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଛି । ଧାମରେ 5 ଫୁଟର ବରଫ ଜମା ରହିଛି । ଅଧିକ ପଢନ୍ତୁ...

snowfall in uttarakhand badrinath-dham
ବରଫରେ ଢାଙ୍କି ହୋଇଛି ବଦ୍ରିନାଥ ଧାମ, ଥଣ୍ଡାରେ ଥରୁଛି ସମଗ୍ର ଅଞ୍ଚଳ
author img

By

Published : Jan 5, 2021, 10:35 PM IST

ଡେରାଡୁନ: ବରଫର ଶୁଭ୍ର ଚାଦରରେ ଘୋଡେଇ ହୋଇଛି ବଦ୍ରିନାଥ ଧାମ । ଗତ ଦୁଇ ଦିନର ଖରାପ ପାଗ ପରେ ଉତ୍ତରାଖଣ୍ଡର ବଦ୍ରିନାଥରେ ପ୍ରଚୁର ତୁଷାରପାତ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ଧାମ ବରଫରେ ଆବୃତ ଅଛି । ଏହାସହ ଉଚ୍ଚ ଅଞ୍ଚଳରେ ତୁଷାରପାତ ଯୋଗୁଁ ନିମ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ବରଫରେ ଢାଙ୍କି ହୋଇଛି ବଦ୍ରିନାଥ ଧାମ, ଥଣ୍ଡାରେ ଥରୁଛି ସମଗ୍ର ଅଞ୍ଚଳ

ଉତ୍ତରାଖଣ୍ଡ ପାଣିପାଗ ବିଭାଗର ପୂର୍ବାନୁମାନ ପୁଣି ଥରେ ଠିକ ପ୍ରମାଣିତ ହୋଇଛି । ଉଚ୍ଚରେ ଥିବା ଅଞ୍ଚଳଗୁଡିକରେ ତିନି ଧରି ତୁଷାରପାତ ଓ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ଚେତବନୀ ଦିଆଯାଇଥିଲା । ଯଦ୍ବାରା ବଦ୍ରିନାଥ ଧାମ, ହେମକୁଣ୍ଡ, ଫୁଲ ଉପତ୍ୟକା ଓ ଗୋରସୋଂ ବୁଗ୍ୟାଲରେ ବରଫ ବର୍ଷା ଆରମ୍ଭ ହୋଇଯାଇଛି ।

କେବଳ ବଦ୍ରିନାଥ ଧାମରେ 5 ଫୁଟର ବରଫ ଜମା ହୋଇଥିବାବେଳେ ଜିଲ୍ଲାରେ କିଛି ନିମ୍ନ ଇଲାକାରେ ଝିପଝିପ ବର୍ଷା ହୋଇଛି । ବର୍ଷା ଓ ତୁଷାରପାତ ପରେ ଜନବହୁଳ ଅଞ୍ଚଳ ପ୍ରବଳ ଥଣ୍ଡାରେ ଥରୁଛି । ଅତ୍ୟଧିକ ଥଣ୍ଡା କାରଣରୁ ଲୋକମାନେ ଗୃହବନ୍ଦୀ ହେବାକୁ ବାଧ୍ୟ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.