ETV Bharat / bharat

‘ଶିବଙ୍କ ବେକରେ ସାପ ଯେମିତି, ଦେଶବାସୀଙ୍କ ବେକରେ ମୁଁ ସେମିତି ’ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷଧର ସାପ କଟାକ୍ଷର ଜବାବ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶବାସୀ ମୋ ପାଇଁ ଭଗବାନଙ୍କ ସ୍ବରୂପ । ସେମାନଙ୍କ ବେକରେ ମୁଁ ସାପ ହେଲେ ମଙ୍ଗଳ । ଅଧିକ ପଢନ୍ତୁ

‘ଶିବଙ୍କ ବେକରେ ସାପ ଯେମିତି, ଦେଶବାସୀଙ୍କ ବେକରେ ମୁଁ ସେମିତି ’

author img

By

Published : Apr 30, 2023, 10:57 PM IST

ବେଙ୍ଗାଲୁରୁ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷଧର ସାପ କଟାକ୍ଷପୂର୍ଣ୍ଣ ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ନିର୍ବାଚନୀ ସଭାମଞ୍ଚରୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଭଗବାନ ଶିବଙ୍କ ବେକରେ ସାପ ହେଉଛି ଆବୁଷଣ । ସେହିପରି ଦେଶବାସୀ ହେଉଛନ୍ତି ତାଙ୍କ ପାଇଁ ଦେବତାଙ୍କ ସ୍ବରୂପ । ଯଦି ସେ ସେ ଦେଶବାସୀଙ୍କ ବେକରେ ସାପ ସହ ତୂଳନା କରାଯାଆନ୍ତି, ତେବେ ତାହା ତାଙ୍କ ପାଇଁ ମଙ୍ଗଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

18386377‘ଶିବଙ୍କ ବେକରେ ସାପ ଯେମିତି, ଦେଶବାସୀଙ୍କ ବେକରେ ମୁଁ ସେମିତି ’
‘ଶିବଙ୍କ ବେକରେ ସାପ ଯେମିତି, ଦେଶବାସୀଙ୍କ ବେକରେ ମୁଁ ସେମିତି ’

କର୍ଣ୍ଣାଟକ କୋଲାରରେ ଦଳ ପାଇଁ ପ୍ରଚାର ଜାରି ରଖିଥିବା ପ୍ରଧାନମନ୍ତ୍ରୀ ମୋଦି ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏପରି କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ଜାଣେ ଯେ କର୍ଣ୍ଣାଟକ ସାଧୁ ସାଧୁସନ୍ଥଙ୍କ ରାଜ୍ୟ । କଂଗ୍ରେସ କରିଥିବା ଏପରି ମନ୍ତବ୍ୟକୁ ଲୋକେ ସେମାନଙ୍କ ଭୋଟ ମାଧ୍ୟମରେ ଜବାବ ଦେବେ ।’’ ପୂର୍ବରୁ ଦଳର ତମାମ ନେତା କଂଗ୍ରେସ ମୁଖିଆଙ୍କ ଏହି ବୟାନକୁ କଡା ନିନ୍ଦା କରିସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଏହା ଉପରେ ପରୋକ୍ଷ ଟିପ୍ପଣୀ କରିଛନ୍ତି । ସିଧା ମନ୍ତବ୍ୟକୁ ନିନ୍ଦା କରିବା ପରିବର୍ତ୍ତେ ସେ ନିର୍ବାଚନୀ ସଭାମଞ୍ଚକୁ ଦେଶବାସୀଙ୍କୁ ଭଗବାନ ଶିବଙ୍କ ଉଦାହରଣ ଦେଇ ନିଜ ଭୂମିକାକୁ ତୁଳନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ, ଛୁଇଁଲେ ମୃତ୍ୟୁ ନିଶ୍ଚିତ’

‘‘ପ୍ରଧାନମନ୍ତ୍ରୀ ବିଷଧର ସର୍ପ । ଯଦି ଏହି ବିଷକୁ କେହି ଛୁଇଁବ , ତେବେ ମୃତ୍ୟୁ ନିଶ୍ଚିତ । ଦେଶକୁ ବର୍ବାଦ କରିସାରିଲେଣି ।’’ ଏପରି କିଛି ବୟାନ ଦେଇ ଏବେ ବିବାଦ ପରିସରକୁ ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ନିକଟରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଖଡଗେ ସଭାମଞ୍ଚରୁ ଏପରି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ହେଲେ ଏହାକୁ ନେଇ ବିବାଦ ତେଜିବା ପରେ ଖଡଗେ ତାଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ସହ ଗଣମାଧ୍ୟମରେ ପ୍ରଥମେ ସ୍ପଷ୍ଟୀକରଣ ଓ ପରେ କ୍ଷମା ମଧ୍ୟ ମାଗିଥିଲେ । ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ, ସେଥିପାଇଁ ସେ ଦୁଖିତଃ ବୋଲି କହିଥିଲେ ଖଡଗେ । ହେଲେ କ୍ଷମା ମାଗିବା ପରେ ମଧ୍ୟ ରାଜନୀତି ବନ୍ଦ ହୋଇନଥିଲା । ଏବେ ଦଳର ଅନ୍ୟନେତାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିର୍ବାଚନୀ ସଭାରୁ ଏହି କଟାକ୍ଷକୁ ଉଠାଇଛନ୍ତି । ଭିନ୍ନ ଢଙ୍ଗରେ କଂଗ୍ରେସ ଉପରେ ବର୍ଷିବା ସହ ଲୋକେ ଭୋଟ ମାଧ୍ୟମରେ ଏହାର ଜବାବ ଦେବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.