ETV Bharat / bharat

କଂଗ୍ରେସ ନେତାଙ୍କ ଲଟ୍‌କା-ଝଟ୍‌କା ମନ୍ତବ୍ୟ: ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ - ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ବିବଦାୟୀ ମନ୍ତବ୍ୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୁଦ୍ଧରେ କଂଗ୍ରେସ ନେତାଙ୍କ ଲଟ୍‌କା ଝଟ୍‌କା ମନ୍ତବ୍ୟ । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ । ଅଧିକ ପଢନ୍ତୁ

କଂଗ୍ରେସ ନେତାଙ୍କ ଲଟ୍‌କା ଝଟ୍‌କା ମନ୍ତବ୍ୟ
କଂଗ୍ରେସ ନେତାଙ୍କ ଲଟ୍‌କା ଝଟ୍‌କା ମନ୍ତବ୍ୟ
author img

By

Published : Dec 20, 2022, 10:17 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କଂଗ୍ରେସ ନେତା ଅଜୟ ରାୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସ୍ମୃତି ଇରାନୀ କେବଳ ଲଟ୍‌କା ଝଟ୍‌କା ଦେଖାଇବାକୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସନ୍ତି ବୋଲି ସେ କହିଛନ୍ତି । ଯାହାର କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇରାନୀ(UP Congress leader's 'latka-jhatka' comment) । କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ୨୦୨୪ରେ ଅମେଠୀରୁ ନିର୍ବାଚନ ଲଢିବାକୁ ରାହୁଲଙ୍କୁ ଆହ୍ବାନ ଦେଇଛନ୍ତି ।

ସ୍ମୃତି ଇରାନୀ ଟ୍ବିଟ୍ କରିଛନ୍ତି, "ରାହୁଲ ଗାନ୍ଧୀଜୀ ଆପଣ ନିଜର ଜଣେ ସ୍ଥାନୀୟ ନେତାଙ୍କ ଦ୍ବାରା ୨୦୨୪ରେ ଅମେଠୀରୁ ନିର୍ବାଚନ ଲଢିବା ପାଇଁ ଅଭଦ୍ର ଭାବେ ଘୋଷଣା କରିଥିବା ଶୁଣିବାକୁ ମିଳୁଛି । ଅମେଠୀରୁ ଲଢିବା ପକ୍କା ବୋଲି ମୁଁ ବୁଝିବି ତ ? ଆପଣ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିବା ପାଇଁ ପଳାୟନ କରିବେ ନାହିଁ ତ ? ଡରି ଯିବେନି ତ ? ଆପଣ ଓ ଆପଣଙ୍କ ମାଆ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଥିବା ମହିଳା ବିରୋଧି ଗୁଣ୍ଡାଙ୍କୁ ନୂଆ ଭାଷଣ ଲେଖକ(speechwriter) ଯୋଗାଇ ଦିଅନ୍ତୁ ।"

ଏହାମଧ୍ୟ ପଢନ୍ତୁ: Pathaan Row: ଇଣ୍ଟରନେଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ, ମାମଲା ରୁଜୁ

ପ୍ରକାଶଥାଉ କି, ସ୍ମୃତି ଇରାନୀ ଏବେ ଅମେଠୀରୁ ସାଂସଦ ଥିବାବେଳେ ଉତ୍ତରପ୍ରଦେଶ କଂଗ୍ରେସ ନେତା ଅଜୟ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ''ଅମେଠୀରୁ ଅଧିକାଂଶ କଳକାରଖାନା ବନ୍ଦ ହେଲାଣି । ଜଗଦୀଶପୁର ଅଞ୍ଚଳରେ ଅଧାରୁ ଅଧିକ ଶିଳ୍ପ କାରଖାନା ବନ୍ଦ ହୋଇଯାଇଛି । ସ୍ମୃତି ଇରାନୀ ଏଠାକୁ କେବଳ ଲଟ୍‌କା ଝଟ୍‌କା ଦେଖାଇବାକୁ ଆସୁଛନ୍ତି ଓ ଚାଲି ଯାଉଛନ୍ତି । ଅମେଠୀରୁ ହେଉଛି କଂଗ୍ରେସର ଗଡ । ଏଠାରୁ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସଂଜୟ ଗାନ୍ଧୀ ଲୋକସଭା ସାଂସଦ ଥିଲେ ।'' ୨୦୨୪ରେ ରାହୁଲ ଗାନ୍ଧୀ ଏହି ଆସନରୁ ଲଢିବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କଂଗ୍ରେସ ନେତା ଏପରି କହିଥିଲେ ।

ଅଜୟ ରାୟଙ୍କ ମନ୍ତବ୍ୟ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଯେଉଁ ଦଳରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ଦଳର ନେତାଙ୍କ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ବିଜେପି କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.