ETV Bharat / bharat

ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ନାମରେ ନାହିଁ ବାର୍‌ ଲାଇସେନ୍ସ: ଦିଲ୍ଲୀ ହାଇକୋର୍ଟ

author img

By

Published : Aug 1, 2022, 6:56 PM IST

ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅଙ୍କ ନାମରେ ନାହିଁ କୌଣସି ବାର୍‌ କିମ୍ବା ହୋଟେଲର ଲାଇସେନ୍ସ । ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ଭାବରେ ଏକ ହୋଟେଲ ଓ ବାର ଚଳାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ନାମରେ ନାହିଁ ବାର୍‌ ଲାଇସେନ୍ସ: ଦିଲ୍ଲୀ ହାଇକୋର୍ଟ
ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ନାମରେ ନାହିଁ ବାର୍‌ ଲାଇସେନ୍ସ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅଙ୍କ ନାମରେ ନାହିଁ କୌଣସି ବାର୍‌ କିମ୍ବା ହୋଟେଲର ଲାଇସେନ୍ସ । ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ଭାବରେ ଏକ ହୋଟେଲ ଓ ବାର ଚଲାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା । ଏହାପରେ ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କୁ ନେଇ ସୋସିଆଲ ମିଡିଆରେ କେତେକ ପୋଷ୍ଟ କରିଥିଲେ କଂଗ୍ରେସ ନେତା ।

ଦିଲ୍ଲୀ ହାଇକୋର୍ଟ ପ୍ରଥମେ ଏହିସବୁ ପୋଷ୍ଟକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କଂଗ୍ରେସ ନେତାଏ କୋର୍ଟଙ୍କ ନିକଟରେ ସମସ୍ତ ତଥ୍ୟ ରଖିବେ ବୋଲି କହିଥିଲେ । ସମସ୍ତ ତଥ୍ୟ ଉପସ୍ଥାପନ ପରେ କୋର୍ଟ ଆଜି ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି ।

କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଥିଲେ ସ୍ମୃତି ଇରାନୀ । ସେ କହିଥିଲେ ଯେ, "ମୋ ଝିଅ ନାମରେ କୌଣସି ହୋଟେଲ କିମ୍ବା ବାର୍‌ ନାହିଁ । ତାକୁ ୧୮ ବର୍ଷ ଓ ସେ ଏକ କଲେଜରେ ପାଠ ପଢ଼ୁଛି । କଂଗ୍ରେସ କରିଥିବା ଅଭିଯୋଗ ଭିତ୍ତିହୀନ । ଏଥିପାଇଁ ସେମାନେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।"

ଏହାକୁ ନେଇ କଂଗ୍ରେସ ନେତାଙ୍କୁ ଲିଗାଲ ନୋଟିସ ପଠାଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହି ମାମଲାର ଶୁଣାଣି କରୁଥିଲେ ଦିଲ୍ଲୀ ହାଇକୋର୍ଟ । ତେବେ ଆଜି ରାୟ କେନ୍ଦ୍ରମନ୍ତ୍ରୀଙ୍କ ସପକ୍ଷରେ ଆସିଛି । ତାଙ୍କ ନାମରେ ହୋଟେଲ କିମ୍ବା ବାର୍‌ ଥିବା ନେଇ କୌଣସି ଉପଯୁକ୍ତ ତଥ୍ୟ କିମ୍ବା ପ୍ରମାଣ ନାହିଁ ବୋଲି କହିଛନ୍ତି କୋର୍ଟ । ଏହି କ୍ରମରେ କଂଗ୍ରେସ ନେତାଙ୍କୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ହଟାଇବାକୁ ପଡ଼ିବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.