ETV Bharat / bharat

ବିମାନ ଭିତରେ ସିଗାରେଟ ପିଉଛନ୍ତି ଯୁବକ, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

author img

By

Published : Aug 11, 2022, 10:20 PM IST

ସ୍ପାଇସଜେଟ ବିମାନରେ ସିଗାରେଟ ଟାଣି ଭିଡିଓ ରେକର୍ଡ କଲେ ଯୁବକ । ସୋସିଆଲ ମିଡିଆରେ ଭାଇରାଲ ପରେ ବିଭାଗୀୟ ମନ୍ତ୍ରୀ ସିନ୍ଧିଆ କହିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ବିମାନ ଭିତରେ ସିଗାରେଟ ପିଉଛନ୍ତି ଯୁବକ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିମାନ ଭିତରେ ବେପରୁଆ ଢଙ୍ଗରେ ଶୋଇ ସିଗାରେଟ ଟାଣୁଛନ୍ତି ଯୁବକ । ଏପରି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏପରି କରିଥିବା ଯୁବକଜଣଙ୍କ ସୋସିଆଲ ମିଡିଆରେ ବେସ ପରିଚିତ ଚେହେରା ବବି କାଟାରିଆ ବୋଲି ଭିଡିଓରେ ସ୍ପଷ୍ଟ ଜଣାପଡୁଛି । ତେବେ ଭିଡିଓଟି ସ୍ପାଇସଜେଟ ବିମାନରେ ହୋଇଥିଲେ ସୁଦ୍ଧା କେଉଁ ସ୍ଥାନର ଓ କେବେ ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ଭିଡିଓଟି ଭାଇରାଲ ହେବା ପରେ ଅନେକ ଏହାକୁ ନେଇ ଟ୍ବିଟରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ଦେଖାଯାଇଛି । ସିନ୍ଧିଆ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

  • #SpiceJetStatement

    This is with reference to a video on social media of a passenger smoking onboard a SpiceJet aircraft. >>

    — SpiceJet (@flyspicejet) August 11, 2022 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆ ୟୁଜର୍ସଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏପରି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତଦନ୍ତ ନିର୍ଦ୍ଦେଶ ମିଳି ସାରିଛି, ସମ୍ପୃକ୍ତ ଯୁବକଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓରେ ସେ ସିଗାରେଟ ପିଉଥିବା ସହ ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ସେ ବିମାନ କମ୍ପାନୀର ସଦସ୍ୟଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି । ତେବେ ଭିଡିଓଟି କିଛି ମାସ ତଳର ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଭିଡିଓ ଦେଖାଯାଉଥିବା ଯୁବକ ବବି କାଟାରିଆ ସୋସିଆଲ ମିଡିଆରେ ବେସ ପରିଚିତ ଚେହେରା । ଲୋକପ୍ରିୟ ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ ତାଙ୍କର ମିଲିୟନ ମିଲିୟନ ଭିୟୁର୍ସ ମଧ୍ୟ ରହିଛନ୍ତି । ଏପରି କରି ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବିମାନ ମଧ୍ୟରେ ଏପରି ଔଦ୍ଧତ୍ୟ ଦେଖାଇବା ପରେ ସୋସିଆଲ ମିଡିଆରେ କଡା ସାମାଲୋଚନା ହେବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.