ETV Bharat / bharat

ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର, ଶନିବାର 77 ଆସନରେ ପଡିବ ଭୋଟ - ପ୍ରଥମ ପର୍ଯ୍ୟାୟ ପ୍ରଚାର

ପଶ୍ଚିମବଙ୍ଗ ଓ ଆସାମ ପାଇଁ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସରିଛି ପ୍ରଚାର । ଶନିବାର ଅର୍ଥାତ 27 ମାର୍ଚ୍ଚରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଅଧିକ ପଢନ୍ତୁ...

ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର, ଶନିବାର 77 ଆସନରେ ପଡିବ ଭୋଟ

author img

By

Published : Mar 25, 2021, 9:26 PM IST

ନୂଆଦିଲ୍ଲୀ: ସରିଲା ପ୍ରଚାର । ପ୍ରସ୍ତୁତ ନିର୍ବାଚନୀ ମୈଦାନ । ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ଆଉ ମତଦାନ କରିବେ ଜନସାଧାରଣ । ପଶ୍ଚିମବଙ୍ଗ ଓ ଆସାମ ପାଇଁ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସରିଛି ପ୍ରଚାର । ଶନିବାର ଅର୍ଥାତ 27 ମାର୍ଚ୍ଚରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ ।

ପ୍ରଥମ ପର୍ଯ୍ୟାୟରେ ଆସାମର 47 ଓ ପଶ୍ଚିମବଙ୍ଗର 30 ବିଧାନସଭା ଆସନରେ ପଡିବ ଭୋଟ । ଗୋଟିଏ ପକ୍ଷେ ଆସାମରେ ଭାରତୀୟ ଜନତା ପାର୍ଟି ପୁଣିଥରେ କ୍ଷମତାକୁ ଫେରିବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ତୃମମୂଳ କଂଗ୍ରେସର ମୁଳୋତ୍ପାଟନ କରିବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ବିଜେପି ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ 30ଟି ଆସନରେ ଆଦିଦାସୀ ବହୁଳ ପୁରୁଲିଆ, ବାଙ୍କୁରା, ଝାରଗ୍ରାମ, ପୂର୍ବମେଦିନାପୁର ଜିଲ୍ଲା ସାମିଲ ରହିଛି । ଏହି ସମସ୍ତ ଅଞ୍ଚଳରେ ଏକଦା ବାମଦଳର ପ୍ରଭାବ ଅଧିକ ରହିଥିଲା । ଆଉ ଏହି ଅଞ୍ଚଳରେ ହିଁ ବିଜେପି ପକ୍ଷରୁ ଅଧିକ ପ୍ରଚାର ହୋଇଛି ।

କେଉଁ ଆସନରେ ହେବ ମତଦାନ?

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ

ପତଶପୁରକାନ୍ଥି ଉତ୍ତରଭଗବାନପୁର
ଖେଜୁରୀକାନ୍ଥି ଦକ୍ଷିଣରାମନଗର
ଏଗରାଦାନ୍ତନନୟାଗ୍ରାମ
ଗୋପିବଲ୍ଲଭପୁରଝାରଗ୍ରାମକେଶିୟାର
ଖଡଗପୁରଗାରବେଟାସାଲବୋନି
ମେଦିନାପୁରବିନପୁରବନ୍ଦୱାନ
ବଳରାମପୁରବାଘମୁଣ୍ଡିଜୟପୁର
ପୁରୁଲିଆମନବଜାରକାଶିପୁର
ପାରାରଘୁନାଥପୁରସାଲତୋରା
ଛତନାରାଣୀବନ୍ଧରାଇପୁର

ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ

ସେହିପରି ଆସାମର ସୋନିତପୁର, ନଗାଁ, ଗୋଳାଘାଟ, ଜୋରହଟ, ମାଜୁଲି, ଶିବସାଗର, ଚରାଇଦେଓ, ଲକ୍ଷ୍ମୀପୁର, ଢେମାଜି, ଦିବ୍ରୁଗଡ, ତିନସୁକିଆ ଆଦି ଜିଲ୍ଲାର 47ଟି ଆସନରେ ହେବ ମତଦାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.