ETV Bharat / bharat

୧୬୬ ବର୍ଷ ପରେ ସ୍ବଦେଶ ଫେରିଲା ବୀର ଯବାନଙ୍କ ଖପୁରୀ, ନେଇଯାଇଥିଲେ ଇଂରେଜ

author img

By

Published : Aug 5, 2023, 9:43 PM IST

ଦୀର୍ଘ ୧୬୬ ବର୍ଷ ପରେ ସ୍ବଦେଶ ଭାରତ ଫେରିଲା କାନପୁର ବୀର ଶହୀଦ ଯବାନଙ୍କ ଖପୁରୀ । ଇଂଲଣ୍ଡକୁ ନେଇଯାଇଥିଲେ ବ୍ରିଟିଶ ସେନା । ଅଧିକ ପଢନ୍ତୁ

Skull of Alam Baig
Skull of Alam Baig

ଲକ୍ଷ୍ନୌ: ଦୀର୍ଘ ୧୬୬ ବର୍ଷ ପରେ ସ୍ବଦେଶ ଫେରିଲା ଉତ୍ତରପ୍ରଦେଶ କାନପୁରର ବୀର ଯବାନ ଆଲମ ବେଗଙ୍କ ଖପୁରୀ । ବୈଜ୍ଞାନିକମାନେ ଅନେକ ବର୍ଷ ପରେ ବୀରପୁତ୍ର ଆଲମ ବେଗଙ୍କ ଦେହାବଶେଷ ଫେରାଇ ଆଣିବାରେ ସଫଳତା ମିଳିଛି । ଏବେ ପଞ୍ଜାବ ପୋଲିସ ଦିଲ୍ଲୀରେ ରହୁଥିବା ଆଲମଙ୍କ ପରିବାର ସହିତ ଭେଟି ଏହି ଖପୁରୀକୁ ହସ୍ତାନ୍ତର କରିବେ । ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ଏହାସହିତ ପ୍ରଫେସର ଜ୍ଞାନେଶ୍ବର ଚୌବେ ଏହାର ଡିଏନଏ ଟେଷ୍ଟ କରିବେ ବୋଲି ସୂଚନା ମିଳିଛି ।

Skull of Alam Baig
ଖପୁରୀରୁ ମିଳିଥିବା ଚିଠି

ବନାରସ ହିନ୍ଦୁ ୟୁନିଭର୍ସିଟି (BHU)ର ଜିନ ପ୍ରଫେସର ଜ୍ଞାନେଶ୍ବର ଚୌବେ ଦୀର୍ଘ ଦିନ ଧରି DNA ଉପରେ ଗବେଷଣା କରିଆସୁଛନ୍ତି । ଗତ ୨୦୧୪ ମାର୍ଚ୍ଚ ମାସରେ ଅଜନାଲାରେ ମିଳିଥିବା ୨୦୦ରୁ ଅଧିକ ଖପୁରୀର ମଧ୍ୟ ଡିଏନଏ ଟେଷ୍ଟ କରୁଛନ୍ତି । ପ୍ରଫେସରଙ୍କ କହିବା ଅନୁସାରେ ୧୯୬୩ ମସିହାରେ ଲଣ୍ଡନଠାରେ ଏକ ପବ୍‌ରେ ବୀର ସିପାହୀ ଆଲମ ବେଗଙ୍କ ଖପୁରୀକୁ ଦେଖିଥିଲେ ଏକ ଦମ୍ପତି । ଏହି ଖପୁରୀକୁ ନେବା ଲାଗି ସେ ଆଗ୍ରହ ପ୍ରକାଶ କରିଥିଲେ । ଖପୁରୀକୁ ଆଣିବା ପରେ ଏକ ଚିଠି ସେମାନଙ୍କର ହସ୍ତଗତ ହୋଇଥିଲା । ଏଥିରେ ଆଲମ ବେଗଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ରହିଥିଲା ।

ଏହା ବି ପଢନ୍ତୁ- ଅଫେରା ଦୁନିଆରେ ବୀର ଯବାନ ଅଜିତ

ଏହାପରେ ଦମ୍ପତି ୟୁକେର ପ୍ରଫେସର ୱାଗନରଙ୍କ ସହିତ ଯୋଗାଯୋଗ କରିଥିଲେ । ପ୍ରଫେସର ୱାଗନର ଅନେକ ବର୍ଷ ଧରି ଖପୁରୀର ବୈଜ୍ଞାନିକ ଯାଞ୍ଚ କରିବା ପରେ ଶେଷରେ ସ୍ପଷ୍ଟ କରିଥିଲେ ଯେ ଏହି ଖପୁରୀ ହେଉଛି ଭାରତର ବୀର ସିପାହୀ ଆଲମ ବେଗ । ଚଣ୍ଡିଗଡ଼ର ପ୍ରଫେସର ଜେ.ଏସ ସହରାୱତ କେନ୍ଦ୍ର ଓ ବ୍ରିଟିଶ ସରକାରଙ୍କ ସହିତ ଯୋଗାଯୋଗ କରିବା ପରେ ଶେଷରେ ଭାରତ ମାଟିର ବୀର ଯବାନ ଆଲମ ବେଗଙ୍କ ଖପୁରୀ ଭାରତରେ ପହଞ୍ଚିଥିଲା । ଏହାପରେ ଅଜନାଲା କାଣ୍ଡର ଖୁଲାସା କରିଥିବା ଟିମରେ ଥିବା ପ୍ରଫେସର ଚୌବେ ଖୁସିବ୍ୟକ୍ତ କରିଥିଲେ ।

ବୀର ଶହୀଦ ଯବାନ ଆଲମ ବେଗଙ୍କ ବଂଶଧର ଏବେ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କୁ ଯୋଗାଯୋଗ କରାଯାଇ ଖପୁରୀକୁ ହସ୍ତାନ୍ତର କରାଯିବ । ଏହାପରେ ଖୁବଶୀଘ୍ର ଏହି ଖପୁରୀର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ଅନ୍ତିମ ସଂସ୍କାର ପୂର୍ବରୁ ଖପୁରୀକୁ ନେଇ ପ୍ରଫେସର ଚୌବେ ବିଭିନ୍ନ ପ୍ରକାର ଟେଷ୍ଟ ମଧ୍ୟ କରିବେ ।

ଆଲମ ବେଗ କିଏ ?:- ଆଲମ ବେଗ ଭାରତୀୟ ସେନାରେ ଜଣେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ସେ ପଶ୍ଚିମବଙ୍ଗ ଉତ୍ତର ଇନଫ୍ରାଣ୍ଟ୍ରିର ୪୬ ରେଜିମେଣ୍ଟ ବାଟାଲିୟନର ନେତୃତ୍ବ ନେଉଥିଲେ । ତେବେ ୧୮୫୭ ମସିହାରେ ଇଂରେଜମାନଙ୍କ ବିରୋଧରେ ସେ ଯୁଦ୍ଧ କରିଥିଲେ । ଅମୃତସର ଅଜନାଲା ବିଦ୍ରୋହରେ ୨୮୨ ଯବାନ ଥିବା ବେଳେ ଆଲମ ବେଗ ଏହାର ନେତୃତ୍ବ ନେଉଥିଲେ । ଏହି ଅଜନାଲା କାଣ୍ଡରେ ସମସ୍ତ ଯବାନ ଶହୀଦ ହୋଇଥିବା ବେଳେ ଆଲମ ଜୀବିତ ଥିଲେ । ତାଙ୍କୁ ଜମ୍ମୁ ନିକଟରେ କାବୁ କରିଥିଲା ବ୍ରିଟିଶ ସେନା । ତତ୍କାଳୀନ ବ୍ରିଟିଶ କମିଶନର ହେନରି କୁପର ରାଣୀ ଭିକ୍ଟୋରିଆଙ୍କୁ ଆଲମ ବେଗଙ୍କ କଟାମୁଣ୍ଡ ଭେଟିଦେବା ଲାଗି ଯୋଜନା କରିଥିଲା । ତୋପ ଲଗାଇ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ବୀର ଯବାନ ଆଲମଙ୍କ ମୁଣ୍ଡକୁ ଗ୍ରେସଲି ଟ୍ରଫି ନାମ ଦିଆଯାଇଥିଲା । ଏହାପରେ ୧୮୫୮ ମସିହାରେ ଆଲମଙ୍କ ଖପୁରୀକୁ ଇଂଲଣ୍ଡ ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.