ETV Bharat / bharat

ପ୍ରତିଶୃତି ପାଳନ କଲାନି କେନ୍ଦ୍ର, ମାର୍ଚ୍ଚ 21ରେ ଦେଶବ୍ୟାପୀ ବିକ୍ଷୋଭ କରିବ SKM

ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ନ ହେବା ନେଇ କ୍ଷୋଭ ପ୍ରକାଶ କଲେ ସଂଯୁକ୍ତ କିଷାନ ମୋର୍ଚ୍ଚା। ଏନେଇ କେନ୍ଦ୍ର ବିରୋଧରେ ଆସନ୍ତା 21ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଚେତାବନୀ ଦେଇଛି SKM । ଅଧିକ ପଢ଼ନ୍ତୁ

author img

By

Published : Mar 15, 2022, 12:42 PM IST

skm to hold nationwide protest on march 21
ଆସନ୍ତା 21ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ନ ହେବା ନେଇ କ୍ଷୋଭ ପ୍ରକାଶ କଲେ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏନେଇ କେନ୍ଦ୍ର ବିରୋଧରେ ଆସନ୍ତା 21ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଚେତାବନୀ ଦେଇଛି ମୋର୍ଚ୍ଚା । ଦିଲ୍ଲୀ ସ୍ଥିତ ଦିନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ବନ୍ଦ ଦ୍ବାର ବୈଠକ ପରେ ଏହା ନିଷ୍ପତ୍ତି ନିଆଯାଇଛି ।

ଏମଏସପି(MSP) ଉପରେ ସ୍ଥାପନ ହୋଇଥିବା ପ୍ୟାନେଲର ଅଗ୍ରଗତି ଏବଂ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ନେଇ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। SKMର ଜଣେ ନେତା ସୂଚନା ଦେଇ କହିଛନ୍ତି ଯେ, ଏମଏସପି ଉପରେ ଆଇନ ପ୍ରଣୟନ, ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ଏବଂ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପ୍ରସଙ୍ଗରେ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ନେଇ କୌଣସି ଦିଗରେ ମଧ୍ୟ ଅଗ୍ରଗତି ହୋଇନାହିଁ ।

ତେଣୁ ଚାଷୀଙ୍କ ପ୍ରତିଶୃତି ପାଳନ ନ କରାଯିବା ନେଇ ପୁନଃ ଆନ୍ଦୋଳନକୁ ଓହ୍ଲାଇବ ବୋଲି କିଷାନ ମୋର୍ଚ୍ଚା କହିଛି । ଚାଷୀଙ୍କ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଆଧାରରେ ଆସନ୍ତା ଅପ୍ରିଲ 11 ତାରିଖରୁ 17ତାରିଖ ଯାଏ 'ଏମଏସପି ଗ୍ୟାରେଣ୍ଟି ସପ୍ତାହ' ପାଳିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ସୂଚନା ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.