ETV Bharat / bharat

MSP କମିଟି ପାଇଁ ୫ ଚାଷୀନେତାଙ୍କ ନାଁ ଚୟନ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ବଡ ନିଷ୍ପତ୍ତି । MSP କମିଟି ପାଇଁ ୫ ଚାଷୀନେତାଙ୍କୁ କରାଗଲା ଚୟନ । ସରକାରଙ୍କ ସହ ବୈଠକରେ ରଖିବେ ମୋର୍ଚ୍ଚାର ଦାବି । ଅଧିକ ପଢନ୍ତୁ

MSP କମିଟି ପାଇଁ ୫ ଚାଷୀନେତାଙ୍କୁ ନାମ ଡୂଡାନ୍ତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

author img

By

Published : Dec 4, 2021, 7:31 PM IST

ନୂଆଦିଲ୍ଲୀ: ଆଜି(ଶନିବାର) ସଂଯୁକ୍ତ କିସାନ୍ ମୋର୍ଚ୍ଚା (SKM)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ MSP କମିଟି ପାଇଁ 5 ଜଣ ଚାଷୀ ନେତାଙ୍କ ନାମ ଚୂଡାନ୍ତ ହୋଇଥିବା ସୂଚନା ରହିଛି । MSP ପ୍ରସଙ୍ଗରେ କମିଟି ଗଠନ ହେବାକୁ ଥିବାବେଳେ ୫ ଜଣଙ୍କୁ ଆଲୋଚନା ପାଇଁ ପ୍ରତିନିଧି ଭାବେ ଚୟନ କରିବାକୁ କହିଥିଲା କେନ୍ଦ୍ର ସରକାର ।

କିଷାନ ମୋର୍ଚ୍ଚା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚାଷୀ ନେତା ଯୁଧିଷ୍ଠିର ସିଂ, ଶିବ କୁମାର କକ୍କା, ବଲବୀର ରାଜୱାଲ, ଅଶୋକ ଧାୱାଲେ, ଗୁରୁନାମ ସିଂ ଚାଡୁନିଙ୍କ ନାମ ସରକାର ଗଠନ କରିବାକୁ ଥିବା MSP କମିଟିରେ ପ୍ରତିନିଧିତ୍ବ କରିବା ପାଇଁ କିଷାନ ମୋର୍ଚ୍ଚା ବୈଠକରେ ସହମତି ପ୍ରକାଶ ପାଇଛି । ଡିସେମ୍ବର 7ରେ ମୋର୍ଚ୍ଚାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ।

ଏଥି ସହିତ, ଏହି ନିଷ୍ପତ୍ତି ସମ୍ପର୍କରେ ରାକେଶ ଟିକାଏତ କହିଛନ୍ତି, ଯେ ଏହା ସଂଯୁକ୍ତ କିଷାନ ମୋର୍ଚ୍ଚାର ମୁଖ୍ୟ କମିଟି ହେବ, ଯାହା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ ।ଏପର୍ଯ୍ୟନ୍ତ ସରକାର ଆନୁଷ୍ଠାନିକ ଭାବେ ଆଲୋଚନା ପାଇଁ ଆହ୍ୱାନ କରିନାହାଁନ୍ତି । ଯଦି କଥାବାର୍ତ୍ତା ପାଇଁ ଡକାଯାଏ, ତେବେ ଆଜି ଚୟନ ହୋଇଥିବା ଚାଷୀନେତାଙ୍କ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ସହ ଆଲୋଚନା କରିବେ । ସେହିପରି ଆନ୍ଦୋଳନର ଆଗାମୀ ରଣନୀତି ନେଇ ରାକେଶ ଟିକାୟତ ଦୋହରାଇଛନ୍ତି ଯେ, ଚାଷୀମାନେ ଧାରଣାସ୍ଥଳରୁ କୌଣସି ସ୍ଥାନକୁ ଯାଉନାହାନ୍ତି । ଡିସେମ୍ବର 7ରେ ମୋର୍ଚ୍ଚାର ପରବର୍ତ୍ତୀ ବୈଠକରେ ଅନ୍ୟ ସମସ୍ତ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ପରେ ଯାହା କିଛି ସ୍ପଷ୍ଟ ହେବ ।

ସେହିପରି କୃଷି ଆଇନକୁ ନେଇ ଜାରି ରହିଥିବା ବିକ୍ଷୋଭରେ ପ୍ରାଣ ହରାଇଥିବା 702 କୃଷକଙ୍କୁ ଶହୀଦ ବୋଲି ଦର୍ଶାଇବା ସହ ମୃତ କୃଷକଙ୍କ ତାଲିକା କୃଷି ସଚିବଙ୍କ ନିକଟକୁ ପଠାଇଛି ମୋର୍ଚ୍ଚା । ବୈଠକରେ MSP ଏବଂ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ପାଇଁ ଆଲୋଚନା ହୋଇଥିଲା । ଏହି ଆନ୍ଦୋଳନ ବର୍ତ୍ତମାନ ଶେଷ ହେବା ଉଚିତ କିମ୍ବା ଜାରି ରହିବ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ ଏହା ଉପରେ ବିଚାରବିମର୍ଶ ଜାରି ରହିଛି । ପରବର୍ତ୍ତୀ ବୈଠକରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.