ETV Bharat / bharat

ବଢୁଛି ଲେମ୍ବୁ ଦର, ଗୋଦାମରୁ ଲୁଟି ନେଲେ 60 କିଲୋ ଲେମ୍ବୁ

author img

By

Published : Apr 12, 2022, 7:49 AM IST

ସୁନା ରୁପା ଟଙ୍କା ଚୋରି କଥା ଶୁଣିଥିବେ ହେଲେ ଲେମ୍ବୁ ଚୋରି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ଲେମ୍ବୁ ଦର ବଢିବାରୁ ଏଭଳି ସ୍ଥିତିରେ ଜଣେ ବ୍ୟବସାୟୀଙ୍କ ଗୋଦାମରୁ 60 କେଜି ଲେମ୍ବୁ ଚୋରି ହୋଇଛି । ଏପରି ଘଟଣା ଘଟିଛି ଲକ୍ଷ୍ନୌ ଶାହାଜାହାନପୁରରେ । ଅଧିକ ପଢନ୍ତୁ

ଗୋଦାମରୁ 60 କିଲୋ ଲେମ୍ବୁ ଚୋରି
ଗୋଦାମରୁ 60 କିଲୋ ଲେମ୍ବୁ ଚୋରି

ଲକ୍ଷ୍ନୌ: ଭାତ ଥାଳି କଡରେ ଲେମ୍ବୁ ଟିକେ ଥିଲେ ଭାତ ଆପେ ଆପେ ଖାଇ ହୋଇଯାଏ । ଖରାଦିନ ଆସିରେ ଲେମ୍ବୁ ପାଣି ଟିକେ ପିଇଦେଲେ ଆତ୍ମା ଶାନ୍ତି ହୋଇଯାଏ । ଚଳିତ ବର୍ଷ ଲେମ୍ବୁ ମହଙ୍ଗା ହୋଇଛି । ଗୋଟିକୁ 10 ଟଙ୍କାରେ ବିକ୍ରି ହେଉଛି । ସୁନା ରୁପା ଟଙ୍କା ଚୋରି କଥା ଶୁଣିଥିବା ହେଲେ ଲେମ୍ବୁ ଚୋରି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ଲେମ୍ବୁ ଦର ବଢିବାରୁ ଏଭିଳି ସ୍ଥିତିରେ ଜଣେ ବ୍ୟବସାୟୀଙ୍କ ଗୋଦାମରୁ 60 କେଜି ଲେମ୍ବୁ ଚୋରି ହୋଇଛି । ଏପରି ଘଟଣା ଘଟିଛି ଲକ୍ଷ୍ନୌ ଶାହାଜାହାନପୁରରେ ।

ଗୋଦାମରୁ 60 କିଲୋ ଲେମ୍ବୁ ଚୋରି

ଶାହାଜାହାନପୁରରେ ଜଣେ ବ୍ୟବସାୟୀ ପରିବା ବ୍ୟବସାୟ କରନ୍ତି । ସେ ଗୋଦାମରେ ବିଭିନ୍ନ ପରିବା ସହ ଲେମ୍ବୁ ମଧ୍ୟ ସାଇଚି ରଖିଥିଲେ । ହେଲେ ଲୁଟେରାମାନେ 60 କିଲୋ ଲେମ୍ବୁ ସହିତ 38 କିଲୋ ରସୁଣ, 40 କିଲୋ ପିଆଜ ମଧ୍ୟ ଚୋରି କରିଛନ୍ତି । ଚୋରି ଲେମ୍ବୁର ଦାମ ପାଖାପାଖି 20 ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଚୋରିର ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଗରମ ବଢିବା ସହିତ ଲେମ୍ବୁର ଦାମ ବଢିଛି । ଫ୍ରିଜ ଓ ଭାତ ଥାଲି କଡରୁ ଲେମ୍ବୁ ଗାଏବ ହେଲାଣି । ଲେମ୍ବୁ କିଲୋପ୍ରିତ 300 ଟଙ୍କାରେ ପହଞ୍ଚିଛି । ଶାହାଜାହନପୁରରେ କିଲୋପ୍ରତି 280ରେ ବିକ୍ରି ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.