ETV Bharat / bharat

ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀର ଶାହଦରା ଜିଲ୍ଲାର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ତାଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ

ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ

author img

By

Published : Nov 4, 2022, 1:31 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଜ୍ଜା । ହସ୍ପିଟାଲରେ ଦୁଷ୍କର୍ମର ଶିକାର ହେଲେ ନାବାଳିକା । ନାବାଳିକାକୁ ହସ୍ପିଟାଲକୁ ଡାକି ଦୁଷ୍କର୍ମ କଲେ ହସ୍ପିଟାଲରେ କାର୍ଯ୍ୟରତ ଥିବା ଚପରାସି । ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି ଶାହାଦରା ଜିଲ୍ଲାର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରୁ । ୧୬ ବର୍ଷୀୟ ନାବାଳିକାକୁ ହସ୍ପଟାଲରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାଜଣେ ଚପରାସି ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ହେଲେ ହସ୍ପିଟାଲର ଚପରାସି ଦୀପକ(୨୫) ।

ଏହା ମଧ୍ୟ ପଢନ୍ତୁ: ରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କଲେ ଡାକ୍ତର !

ପୋଲିସର କହିବା ଅନୁସାରେ, ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ କାମ କରୁଥିବା ଦୀପକ, ନାବାଳିକାକୁ ଡାକି ହସ୍ପିଟାଲରେ ଦୁର୍ଷର୍ମ କରିଥିବା ନେଇ୧୬ ବର୍ଷୀୟ ନାବାଳିକାର ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଦୀପକ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ସୂଚନା ଅନୁସାରେ, ଅଭିଯୁକ୍ତ ଏବଂ ପୀଡିତା ପରସ୍ପରକୁ ଜାଣିଥିଲେ ଏବଂ ଉଭୟ ଉତ୍ତରପ୍ରଦେଶର ଗାଜିଆବାଦର ଲୋନି ବାସିନ୍ଦା ହୋଇଥିବାବେଳେ ଉଭୟେ ପଡୋଶୀ ଅଟନ୍ତି ।

ଅଭିଯୁକ୍ତ ଜଣକ ନାବାଳକକୁ କିଛି ବାହାନା କରି ଡାକ୍ତରଖାନାକୁ ଡାକି ସେଠାରେ ବଳାତ୍କାର କରିଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ କହିଛି ଯେ, ଅଭିଯୁକ୍ତ ଦୀପକ ଏବଂ ପୀଡିତା ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା । ଗୁରୁବାର ପୀଡିତା ତାଙ୍କ ଭଉଣୀଙ୍କୁ କହିଥିଲେ ଯେ ଦୀପକ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଡାକି ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତାଙ୍କ ଭଉଣୀ ପରିବାରକୁ ସୂଚନା ଦେବାପରେ ସମ୍ପର୍କୀୟମାନେ ଦୀପକଙ୍କ ଘରକୁ ଯାଇ ବାହାଘର ପାଇଁ ସର୍ତ୍ତ ରଖିଥିଲେ । କିନ୍ତୁ ଦୀପକଙ୍କର ପରିବାରଲୋକେ ମନା କରିବାରୁ ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.