ETV Bharat / bharat

ବିବାହ ଉତ୍ସବରୁ ଫେରିବା ବେଳେ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ, 8 ମୃତ

କୌଶାମ୍ବୀ କଡ଼ାଧାମ ପୋଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ ଉତ୍ସବରୁ ଫେରୁଥିବା ବେଳେ ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

six people died due to loaded truck overturns on scorpio in kaushambi
ବିବାହ ଉତ୍ସବରୁ ଫେରିବା ବେଳେ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ, 6 ମୃତ
author img

By

Published : Dec 2, 2020, 10:07 AM IST

Updated : Dec 2, 2020, 10:45 AM IST

ଲକ୍ଷ୍ନୌ:ବିବାହ ଉତ୍ସବରୁ ଫେରୁଥିବା ବେଳେ ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ଆଉ ଏହି ଦୁର୍ଘଟଣାରେ ଚାଲିଗଲା 8 ଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କୌଶାମ୍ବୀ କଡ଼ାଧାମ ପୋଲିସ ଷ୍ଟେସନ ଅଞ୍ଚଳ ଦେବଗଞ୍ଜ ସହରର ମହେଶ୍ବରୀ ଗେଷ୍ଟ ହାଉସ ନିକଟରେ ।

six people died due to loaded truck overturns on scorpio in kaushambi
ବିବାହ ଉତ୍ସବରୁ ଫେରିବା ବେଳେ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ, 6 ମୃତ

ସୂଚନାନୁସାରେ, ଦେବଗଞ୍ଜ ସହରର ମହେଶ୍ବରୀ ଗେଷ୍ଟ ହାଉସକୁ ଶହଜାଦପୁର ଗାଁରୁ ଏକ ବରଯାତ୍ରୀ ଆସିଥିଲା । ଏବଂ ବିବାହ ଉତ୍ସବ ସାରି ଘରକୁ ଫେରୁଥିବା ବେଳେ ଏହି ସ୍କର୍ପିଓ ଦୁର୍ଘଟଣାର ଶିକାର ହୋଇଥିଲା ।

ତେବେ ଏହି ସ୍କର୍ପିଓରେ ଡ୍ରାଇଭର ସମେତ ମୋଟ 9 ଜଣ ଥିଲେ ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର 8 ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପକ୍ଷରେ ପୋଲିସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2020, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.