ETV Bharat / bharat

ଆନ୍ଧ୍ରପ୍ରଦେଶରେ ଅଘଟଣ, ଡଙ୍ଗା ବୁଡ଼ିରେ ୬ ଯୁବକଙ୍କ ମୃତ୍ୟୁ - ଆନ୍ଧ୍ରପ୍ରଦେଶରେ ଅଘଟଣ

ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାରେ ଦୁଃଖଦ ଘଟଣା । ଡଙ୍ଗାରେ ବୁଡ଼ିରେ ୬ ଜଣ ଯୁବକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଆନ୍ଧ୍ରପ୍ରଦେଶରେ  ଡଙ୍ଗାରେ ବୁଡ଼ିରେ ୬ ଜଣ ଯୁବକଙ୍କ ମୃତ୍ୟୁ
boat capsizes in Andhra Pradesh
author img

By

Published : Feb 27, 2023, 5:39 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାରେ ଅଘଟଣ । ପୋଖରୀରେ ଡଙ୍ଗାବୁଡି ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଡଙ୍ଗାରେ ଅଧିକ ଲୋକ ଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗାରେ ମୋଟ ୧୦ ଜଣ ଯୁବକ ଥିବାବେଳେ ଅନ୍ୟ ୪ ଜଣ ଉଦ୍ଧାର ହୋଇଛନ୍ତି ।

ରବିବାର ସନ୍ଧ୍ୟାରେ ନେଲ୍ଲୋର ଜିଲ୍ଲାର ପୋଡାଲାକୁରୁ ଅଞ୍ଚଳର ଟୋଡେରୁରେ ଏଭଳି ଘଟଣା ଘଟିଛି । ନେଲ୍ଲୋର ଡିଏସପି ପି. ବୀରଞ୍ଜନେୟଙ୍କ ସୂଚନା ଅନୁଯାୟୀ ଟୋଡେରୁ ନିକଟସ୍ଥ ଶାନ୍ତି ନଗର ଅଞ୍ଚଳର ୧୦ ଜଣ ଯୁବକ ମାଛ ଧରା ପାଇଁ ବ୍ୟବହୃତ ହେଉଥିବା ଡଙ୍ଗାରେ ବସି ପୋଖରୀ ମଧ୍ୟକୁ ଯାଇଥିଲେ । ଡଙ୍ଗାଟି ପାଣି ମଧ୍ୟକୁ ଯିବା ମାତ୍ରେ ବୁଡ଼ି ଯାଇଥିଲା । ପରିମାଣରୁ ଅଧିକ ଲୋକ ଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ତେବେ ଡଙ୍ଗାଟି ସମ୍ପୂର୍ଣ୍ଣ ବୁଡିବା ପୂର୍ବରୁ ସେଥିରେ ଥିବା ୧୦ ଜଣ ଯୁବକ ପାଣି ମଧ୍ୟକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ନିରାପଦରେ ପୋଖରୁ ଉଦ୍ଧାର ହୋଇଥିଲେ । ମାତ୍ର ଅନ୍ୟ ୬ ଜଣ ଯୁବକ ନିଖୋଜ ଥିଲେ ।

ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ନିଖୋଜ ଥିବା ଯିବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାତ୍ର ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ରାତି ହୋଇଯିବାରୁ ଅପରେସନରେ ବାଧା ଦେଖାଦେଇଥିଲା । ତେଣୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ୬ ଜଣଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା ।

୬ ଜଣ ମୃତକ ପଞ୍ଜୁଲା ବାଲାଜୀ, ବଟ୍ଟା ରଘୁ, ମନ୍ନରୁ କଲ୍ୟାଣ, ଚଲା ପ୍ରଶାନ୍ତ, ପାଟି ସୁରେନ୍ଦ୍ର ଏବଂ ଅଲି ଶ୍ରୀନାଥ ବୋଲି ଜଣାପଡ଼ିଛି । ପୋଲିସ କହିବା ଅନୁଯାୟୀ, ପୋଖରୀ ତଦାରଖକାରୀଙ୍କ ବିନା ଅନୁମତିରେ ଉକ୍ତ ଯୁବକମାନେ ଡଙ୍ଗାର ବ୍ୟବହାର କରିଥିଲେ । ଡଙ୍ଗାକୁ ବୁଲାଇବାକୁ ଉଦ୍ୟମ କରୁଥିବା ସମୟରେ ଭାରମାସ୍ୟ ହରାଇ ବୁଡ଼ି ଯାଇଥିଲା । ପୋଖରୀ କାଦୁଅ ଥିବାରୁ କିଛି ଜଣ ସେଠାରେ ଚାପି ହେବା ଯୋଗୁଁ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.