ETV Bharat / bharat

ରାମଦାହ ଜଳପ୍ରପାତ ବୁଲିବାକୁ ଆସି ବୁଡ଼ିଗଲେ 6 ପର୍ଯ୍ୟଟକ - ରାମଦାହ ଜଳପ୍ରପାତରେ ଅଘଟଣ

ଛତିଶଗଡ଼ ରାମଦାହ ଜଳପ୍ରପାତରେ ଅଘଟଣ (accident in Ramdaha waterfall) । ମଧ୍ୟପ୍ରଦେଶରୁ ପିକନିକ ଆସିଥିବା ବେଳେ ୬ ଜଣ ଜଳପ୍ରପାତରେ ବୁଡ଼ିଯାଇଥିବା ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢ଼ନ୍ତୁ

ଛତିଶଗଡ଼ ରାମଦାହ ଜଳପ୍ରପାତରେ ଅଘଟଣ, ବୁଲିବାକୁ ଆସି ୬ ଜଣ ବୁଡ଼ିଗଲେ

author img

By

Published : Aug 29, 2022, 7:09 AM IST

ରାୟପୁର: ରାମଦାହ ଜଳପ୍ରପାତରେ ଅଘଟଣ (accident in Ramdaha waterfall) । ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରୁ ପିକନିକ ଆସିଥିବା ୬ ଜଣ ରାମଦା ଜଳପ୍ରପାତରେ ବୁଡ଼ିଯାଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶରୁ ଆସିଥିବା ୧୪ ଜଣ ରାମଦା ଜଳପ୍ରପାତରେ ଗାଧୋଇବାକୁ ଆସିଥିବା ବେଳେ ହଠାତ ଜଳସ୍ତର ବୃଦ୍ଧି ପାଇବାରୁ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରୁ ଦୁଇଟି ଗାଡିରେ ୧୪ ଜଣ ବ୍ୟକ୍ତି ଭରତପୁରସ୍ଥିତ ରାମଦାହ ଜଳପ୍ରପାତ ବୁଲିବା ପାଇଁ ଆସିଥିଲେ । ତେବେ ଏଠାରେ ଗାଧୋଇବା ବେଳେ ୬ ଜଣ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ୪ ଜଣ ନିଖୋଜ ଅଛନ୍ତି । ସ୍କୁବା ଡାଇଭର୍ସର ଏକ ଦଳ ସନ୍ଧାନ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି ।

ଏନେଇ ସ୍ଥାନୀୟ ଗ୍ରାମବାସୀ ଗୁଲଶନ କୁମାର କହିଛନ୍ତି, "ସେମାନେ ଖାଇବା ପରେ ଗାଧୋଇବାକୁ ଯାଇଥିଲେ । ପରେ ଉଦ୍ଧାର କରିବାକୁ ଚିତ୍କାର କରିବାରୁ ଆମେ ଦୌଡ଼ି ଆସିଲୁ ।" ସେଠାକାର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସିଂ ପ୍ରଶାସନକୁ ଦାୟୀ କରିବା ସହ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି । ତେବେ ଗତ ମାର୍ଚ୍ଚ ମାସରେ ମଧ୍ୟ ଏଠାରେ ବୁଡ଼ିଯାଇ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ସେମାନେ ମଧ୍ୟପ୍ରଦେଶର ଉମାରିୟା ଅଞ୍ଚଳରୁ ବୁଲିବା ପାଇଁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.