ETV Bharat / bharat

ଆନ୍ଧ୍ରରେ ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ - ମାଓବାଦୀ ଆତ୍ମସମର୍ପଣ

ଗୁରୁବାର ଆନ୍ଧ୍ରପ୍ରଦେଶ ଡିଜିଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ୬ ହାର୍ଡକୋର ମାଓବାଦୀ । ଅଧିକ ପଢନ୍ତୁ...

ଆନ୍ଧ୍ରରେ ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

author img

By

Published : Aug 12, 2021, 8:04 PM IST

ଅମରାବତୀ: ବଦଳୁଛି ଉପାନ୍ତ ଅଞ୍ଚଳର ପରିଦୃଶ୍ୟ । ଧିରେ ଧିରେ ଭୁଷୁଡିବାରେ ଲାଗିଛି ମାଓ ଗଡ । ଶେଷରେ କୌଣସି ଉପାୟ ନପାଇ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଗୁରୁବାର ଆନ୍ଧ୍ରପ୍ରଦେଶ ଡିଜିଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ୬ ହାର୍ଡକୋର ମାଓବାଦୀ ।

ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ହେଉଛନ୍ତି ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଡିଭିଜନାଲ କମାଣ୍ଡର ଚିକ୍କୁଡୁ ଚିନ୍ନା ରାଓ( ସୁଧୀର) ମୁଣ୍ଡ ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ଜୋନାଲ କମିଟି (ଏସିଏମ୍)ର ଦୁଇଜଣ ସଦସ୍ୟ ଭନଥଲା ବେଣୁ ଏବଂ ମାଡକାମ ସମିଦିଙ୍କ ମୁଣ୍ଡ ଉପରେ 4 ଲକ୍ଷ ଲେଖାଏଁ ଟଙ୍କା ରହିଥିଲା । ସେହିପରି ଅନ୍ୟ ତିନିଜଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ରହିଥିଲା 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ।

ଆତ୍ମସମର୍ପଣ କରିଥିବା ୬ ଜଣ ମାଓବାଦୀଙ୍କ ମଧ୍ୟରୁ ଚାରିଜଣ ପଡୋଶୀ ଛତିଶଗଡର ବୋଲି ଜଣାପଡିଛି । ବିଶାଖା-ପୂର୍ବ ବିଭାଗୀୟ କମାଣ୍ଡର ସୁଧୀର 93ଟି ଅପରାଧରେ ଜଡିତ ଥିଲା, ଯେଉଁଥିରେ 14ଟି ହତ୍ୟା ଏବଂ 11ଟି ଗୁଳି ବିନିମୟ ସାମିଲ ରହିଛି । ବିଶାଖାପାଟନମରେ ରହୁଥିବା ସୁଧୀର 2008ରେ ଥରେ ଗିରଫ ହୋଇଥିଲା ।

ସୋମିଦି ମାଓ ନେତା ଅକିରାଜୁ ହରିଗୋପାଲର ବ୍ୟକ୍ତିଗତ ସୁରକ୍ଷା ଟିମ୍‌ରେ କାର୍ଯ୍ୟ କରୁଥିଲା । କିଛି ବର୍ଷ ପୂର୍ବେ ପୋଲିସ ସହ ଗୁଳି ବିନିମୟରେ ସୋମିଦି ସ୍ବାମୀ ରଣଦେବର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.