ETV Bharat / bharat

ଆସାମ-ମିଜୋରାମ ସୀମା ସଂଘର୍ଷ, ୬ ସୁରକ୍ଷାକର୍ମୀ ଶହୀଦ - Assam Police

ଆସାମ ପୋଲିସ ଓ ପାରାମିଲିଟାରୀର ୬ ଜଣ ଯବାନ ଶହୀଦ ହୋଇଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ...

ଆସାମ-ମିଜୋରାମ ସୀମା ସଂଘର୍ଷ, ୬ ସୁରକ୍ଷାକର୍ମୀ ଶହୀଦ

author img

By

Published : Jul 26, 2021, 8:10 PM IST

Updated : Jul 26, 2021, 8:51 PM IST

ଗୌହାଟୀ: ଭାରତର ପୂର୍ବୋତ୍ତର ଆନ୍ତଃରାଜ୍ୟ ସୀମା ବିବାଦ ଘଟଣା ମଧ୍ୟରେ ଆସାମରୁ ସାମ୍ନାକୁ ଆସିଛି ବଡ ଖବର । ଆସାମ ପୋଲିସ ଓ ପାରାମିଲିଟାରୀର ୬ ଜଣ ଯବାନ ଶହୀଦ ହୋଇଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

  • I am deeply pained to inform that six brave jawans of @assampolice have sacrificed their lives while defending constitutional boundary of our state at the Assam-Mizoram border.

    My heartfelt condolences to the bereaved families.

    — Himanta Biswa Sarma (@himantabiswa) July 26, 2021 " class="align-text-top noRightClick twitterSection" data=" ">

ଆସାମ ଓ ମିଜୋରାମ ମଧ୍ୟରେ ଉପୁଜିଥିବା ସୀମା ବିବାଦ ଏବେ ରକ୍ତ ସଂଘର୍ଷ ଆଡକୁ ମୁହାଁଇଛି । ଦୁଇ ରାଜ୍ୟର ସୀମାରେ ଆସାମର ସୁରକ୍ଷା ବଳ ଓ ମିଜୋରାମ ନାଗରିକଙ୍କ ମଧ୍ୟରେ ହୋଇଛି ସଂଘର୍ଷ । କେବଳ ଏତିକି ନୁହେଁ ଘଟଣାରେ ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି ।

ବର୍ତ୍ତମାନ ଆସାମ ଓ ମିଜୋରାମ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO)ର ହସ୍ତକ୍ଷେପ ଲୋଡିଛନ୍ତି ।

ଏହାପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମାମଲାରେ ହସ୍ତକ୍ଷେପ କରିବାକୁ କହିଥିଲେ । ସୋମବାର ସଂଧ୍ୟାରେ ଗୃହମନ୍ତ୍ରୀ ଶାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରିଥିଲେ । ବିବାଦର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଶାହା ।

Last Updated : Jul 26, 2021, 8:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.