ETV Bharat / bharat

ଟ୍ରକ-ବସ ମୁହାଁମୁହିଁ ଧକ୍କା: 6 ମୃତ, 10 ଗୁରୁତର

ମହାରାଷ୍ଟ୍ରର ଔରଙ୍ଗାବାଦ ଲାତୁରରେ(Latur-Aurangabad) ମର୍ମନ୍ତୁଦ ସଡକ ଦୁର୍ଘଟଣା(road accident) । ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଟ୍ରକ-ବସ ମୁହାଁ ମୁହିଁ ଧକ୍କା: 6 ମୃତ, 10 ଗୁରୁତର

author img

By

Published : Jan 9, 2022, 1:33 PM IST

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦ ଲାତୁର(Latur-Aurangabad) ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା(road accident) । ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାଟି ଆଜି(ରବିବାର) ସକାଳ 8.30 ସମୟରେ ଅମ୍ବାଜୋଗାଇ-ଲାତୁର(Ambajogai-Latur) ରାସ୍ତାର ବରଦାପୁର(Bardapur ) ନିକଟରେ ଘଟିଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୁରୁତରଙ୍କୁ କ୍ରେନ ସାହାଯ୍ୟରେ ଗାଡିରୁ ବାହାର କରିବାକୁ ପଡ଼ିଥିଲା । ଗୁରୁତରମାନେ ଅମ୍ବାଜୋଗାଇର ସ୍ବରାଟୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.