ETV Bharat / bharat

Pre-Budget meeting: ଆଜି ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ

author img

By

Published : Dec 30, 2021, 8:06 AM IST

ଆସନ୍ତା ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ । ଏନେଇ ଆଜି ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ପ୍ରି ବଜେଟ ବୈଠକ (Pre-Budget meeting)କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

Pre-Budget meeting: ଆଜି ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ
Pre-Budget meeting: ଆଜି ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ । ଏହା ପୂର୍ବରୁ ଆଜି ବୈଠକ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ପ୍ରି ବଜେଟ ବୈଠକ (Pre-Budget meeting)କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ହେବା ନେଇ ଏକ ବିଶେଷ ସୁତ୍ରରୁ ଜଣାପଡିଛି ।

ବଜେଟ ଉସ୍ଥାପନା ପୂର୍ବରୁ ପ୍ରସ୍ତୁତି ସମ୍ପର୍କରେ ଅର୍ଥମନ୍ତ୍ରୀ ବିଭିନ୍ନ ସ୍ଟେକହୋଲ୍ଡରଙ୍କ ସହ ବୈଠକ କରୁଛନ୍ତି । ତେବେ ଏହା ମଧ୍ୟ ବଜେଟ ଉପସ୍ଥାପନାର ଏକ ଅଂଶ । ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ଆଜି ସୀତାରମଣଙ୍କ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପନ କରିବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏପର୍ଯ୍ୟନ୍ତ ଶିଳ୍ପ, ଟ୍ରେଡ ୟୁନିୟନ, କୃଷି ବିଶେଷଜ୍ଞ ଏବଂ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଆୟକର ସ୍ଲାବ ଗୁଡିକର ଯୁକ୍ତିଯୁକ୍ତକରଣ, ଡିଜିଟାଲ ସେବାକୁ ଭିତ୍ତିଭୂମି ପ୍ରଦାନ ଏବଂ ହାଇଡ୍ରୋଜେନ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେବେ ସ୍ବାସ୍ଥ୍ୟମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ଗତ ଡିସେମ୍ବର ୧୫ ରୁ ୨୨ ମଧ୍ୟରେ ୮ଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.