ETV Bharat / bharat

ବିହାରରେ ପୁଣି ମଦମୃତ୍ୟୁ, ବିଷାକ୍ତ ମଦ ନେଲା 6 ଜଣଙ୍କ ଜୀବନ !

author img

By ETV Bharat Odisha Team

Published : Nov 19, 2023, 7:29 AM IST

ବିହାରରେ ପୁଣି ବିଷାକ୍ତ ମଦ ପିଇ 6 ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ପହଞ୍ଚିବା ପୂର୍ବରୁ ମୃତଦେହ ପୋଡି ଦେଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ପାଟନା: ବିହାରରେ ଥମିବାର ନାଁ ଧରୁନି ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ ପୁନଃ 6 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୀତାମଢ଼ିରେ ଏପରି ଘଟଣା ଘଟିଥିବା ବେଳେ ମୃତ୍ୟୁର କାରଣ ବିଷାକ୍ତ ମଦ ହୋଇଥିବା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇନାହିଁ । ଗୁରୁବାର ସନ୍ଧ୍ୟାରେ ସମସ୍ତ ମୃତକ ଏକାଠି ହୋଇ ମହୁଆଇନକୁ ମଦ ପିଇବାକୁ ଯାଇଥିଲେ । ଏହାପରେ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁଇ ମୃତକଙ୍କୁ ସେମାନଙ୍କ ସମ୍ପର୍କୀୟ ପୋଲିସ ପହଞ୍ଚିବା ପୂର୍ବରୁ ଦାହ କରିଥିବା ବେଳେ ନରହା କାଲା ଗ୍ରାମବାସୀ ମୃତ ଅବଧେଶ ଯାଦବଙ୍କ ପୋଷ୍ଟମର୍ଟମ କରାଯାଇଥିଲା, ଏହାପରେ ଏସପି ଜଣେ ଗ୍ରାମବାସୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଛତିଶଗଡ଼ରେ ବିଷାକ୍ତ ମଦ ନେଲା ଜୀବନ, ୩ ମୃତ

ସୀତାମଢିରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ: ଛଟ ପୂଜାର ଗୋଟିଏ ଦିନ ପୂର୍ବରୁ ବିହାରରେ ଏପରି ଘଟଣା ସାମ୍ନାକୁ ଆସିଥିବାରୁ ଚାରିଆଡେ ଶୋକରଛାୟା ଖେଳିଯାଇଛି । ଏନେଇ ଖବର ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବିଷାକ୍ତ ମଦ ପିଇ 6 ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ମୃତକଙ୍କ ପରିବାରକୁ ପୋଲିସ ପଚରାଉଚରା କରୁଥିଲେ ମଧ୍ୟ ସେମାନେ ମୁହଁ ଖୋଲୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ଜାଣି ହେଲାନି ଫରକ: ଭିନେଗାରକୁ ପାଣି ଭାବି ମଦରେ ମିଶାଇ ପିଇଦେଲେ, ଚାଲିଗଲା ଜୀବନ

ସୀତାମଢ଼ିର ଏସ୍‌ପିଙ୍କ କହିବା ଅନୁଯାୟୀ, ଜଣେ ମୃତକଙ୍କ ପୋଷ୍ଟମର୍ଟମ କରାଯାଇଛି । 2 ମୃତକଙ୍କୁ ସେମାନଙ୍କ ପରିବାର ଲୋକେ ବିନା ପୋଷ୍ଟମର୍ଟମରେ ଦାହ କରିଦେଇଛନ୍ତି । 3 ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମଦ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜଣେ ପୋଲିସ ଅଧିକାରୀ ଓ ଜଣେ ଓ୍ବାଚମେନ୍‌କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଗୁରୁବାର ସନ୍ଧ୍ୟାରେ ମହୁଆଇନରେ ସମସ୍ତ ମୃତ ଏକାଠି ବସି ମଦ୍ୟପାନ କରିଥିଲେ। ବିଷାକ୍ତ ମଦ ପିଇବା ପରେ ଜଣଙ୍କ ପରେ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଲା । ଏହାପରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛି ସୋଲମନ ଟୋଲର ରାମ ବାବୁ ରାୟ, ବିକ୍ରମ କୁମାର, ନରହର ଗାଁର ସନ୍ତୋଷ ମହତୋ ଏବଂ ରୋଶନ କୁମାର, ନରହା କାଲାର ବାସିନ୍ଦା ଅବଧେଶ ଯାଦବ ଓ ମହେଶ ଯାଦବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.