ETV Bharat / bharat

ଦରଘାରେ ମୁସଲମାନଙ୍କ ଦ୍ବାରା ସୀତାରାମ ବିବାହ ଉତ୍ସବ ଅନୁଷ୍ଠିତ

author img

By

Published : Mar 31, 2023, 3:22 PM IST

ରାମ ନବମୀ ଅବସରରେ ଭଦ୍ରାଦ୍ରୀର କୋଥାଗୁଡେମ୍ ଇଲାଣ୍ଡୁରେ ସୀତାରାମଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Sita Rama Kalyanam
Sita Rama Kalyanam

ହାଇଦ୍ରାବାଦ: ଧୁମଧାମରେ ସାରା ଦେଶରେ ପାଳିତ ହୋଇଯାଇଛି ରାମ ନବମୀ । ସେହି ଅବସରରେ ଭଦ୍ରାଦ୍ରୀ କୋଥାଗୁଡେମ୍ ଇଲାଣ୍ଡୁଠାରେ ସୀତାରାମଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାହା ନେତ୍ର ପର୍ବ ଭାବେ ଆୟୋଜନ କରାଯାଇଥିଲା । ଏହି ବିବାହ ଉତ୍ସବରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଯୋଗ ଦେଇଥିଲେ ।

ଗତ 40 ବର୍ଷ ଧରି ଇଲାଣ୍ଡୁ ଜିଲ୍ଲା ଭଦ୍ରାଦ୍ରୀ କୋଥାଗୁଡେମ୍‌ର ସତ୍ୟନାରାୟଣପୁରମରେ ହଜରତ ନଗୁଳ ମୀରା ଉର୍ସୁ ପର୍ବ ପାଳନ କରାଯାଉଛି । ଏହି କ୍ରମରେ ଏଠାରେ ଶ୍ରୀରାମ ନବମୀ ଉତ୍ସବ ମଧ୍ୟ ପାଳନ କରାଯାଇଛି । କୌଣସି ଜାତି କିମ୍ବା ଧର୍ମର ପାର୍ଥକ୍ୟ ବିନା ଏଠାରେ ପୂଜା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦରଘାରେ ସମସ୍ତଙ୍କୁ ସମାନ ମଣି ଏଭଳି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି ।

ଉଭୟ ହିନ୍ଦୁ ଏବଂ ମୁସଲମାନ ହଜରତ ନାଗୁଲ ମୀରା ପାଳନ କରିବା ସହିତ ପ୍ରତିବର୍ଷ ଶ୍ରୀରାମ ନବମୀ ମଧ୍ୟ ପାଳନ କରନ୍ତି । ପ୍ରତିବର୍ଷ ଶ୍ରୀରାମ ନବମୀ ଦିନ ଏଠାରେ ପୂଜାର୍ଚ୍ଚନା କରାଯାଏ । ସେହିପରି ଏଠାର ଆଉ ଏକ ବିଶେଷତ୍ୱ ​​ହେଉଛି ଏହି ଦରଘାରେ ଜଣେ ହିନ୍ଦୁ ପୁରୋହିତ ଅଛନ୍ତି । ପ୍ରତିବର୍ଷ ସୀତାରାମଙ୍କ ବିବାହ ଉତ୍ସବ ବ୍ରାହ୍ମଣ ପୁରୋହିତମାନେ ପରମ୍ପରା ଅନୁଯାୟୀ ପାଳନ କରି ଆସୁଥାନ୍ତି । ଏଥିସହ ଗତକାଲି ହେବାକୁ ଥିବା ସୀତାରାମଙ୍କ ରାଜ୍ୟାଭିଷେକ ସମାରୋହ ପାଇଁ ପ୍ରସ୍ତୁତି କରାଯାଉଛି ।

ସେପଟେ ଖମାମ ଜିଲ୍ଲାର ତଲାଡାଠାରେ ମୁସଲମାନ ଭାଇମାନେ ଶ୍ରୀରାମ ନବମୀ ଉତ୍ସବରେ ଅଂଶଗ୍ରହଣ କରି ଏକତା ଉଦାହରଣ ସୃଷ୍ଟି କରିଛନ୍ତି । ମଣ୍ଡଳ ପରିଷଦ ସଦସ୍ୟ ଶ୍ରୀରାମ ନବମୀରେ ରେଶମ କପଡା ଏବଂ ତଲାମବ୍ରାଲୁ ଦାନ କରିଛନ୍ତି । ତେବେ ଶ୍ରୀ ଭେଙ୍କଟେଶ୍ବର ସ୍ୱାମୀ ମନ୍ଦିରରେ ଆୟୋଜିତ ସୀତାରାମ ବିବାହ ଉତ୍ସବରେ ମୁସଲିମ ଦମ୍ପତି ଅଂଶଗ୍ରହଣ କରିଥିବା ବେଳେ ମନ୍ଦିର କମିଟି ସଦସ୍ୟମାନେ ଏହି ଦମ୍ପତିଙ୍କୁ ସମ୍ମାନିତ କରିଥିଲେ ।

ଅଯୋଧ୍ୟା ନରେଶ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ତଥା ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ଏହି ଶୁଭ ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରିଥାନ୍ତି । ଭଗବାନ ଶିବଙ୍କ ଉପାସକମାନେ ମଧ୍ୟ ଏହି ପବିତ୍ର ପର୍ବକୁ ବ୍ୟାପକ ରୂପେ ପାଳନ କରିଥାଆନ୍ତି । ମାନ୍ୟତା ଅଛି ଯେ, ରାମ ନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଏବଂ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.