ETV Bharat / bharat

‘ଅକ୍ସିଜେନ ଅଭାବରୁ ହୋଇଥିବା ମୃତ୍ୟୁକୁ ଲୁଚାଉଛନ୍ତି କେନ୍ଦ୍ର ସରକାର’

author img

By

Published : Aug 21, 2021, 7:00 AM IST

ମହାମାରୀ କାଳରେ ଅକ୍ସିଜେନ ଅଭାବରୁ ଯାଇଛି ଅନେକଙ୍କ ଜୀବନ । ଏହି ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଅନିଲ ବୈଜଲ । ଅଧିକ ପଢନ୍ତୁ...

‘ଅକ୍ସିଜେନ ଅଭାବରୁ ହୋଇଥିବା ମୃତ୍ୟୁ ଲୁଚାଉଛନ୍ତି କେନ୍ଦ୍ର ସରକାର’

ନୂଆଦିଲ୍ଲୀ: ମହାମାରୀ କାଳରେ ଅକ୍ସିଜେନ ଅଭାବରୁ ଯାଇଛି ଅନେକଙ୍କ ଜୀବନ । ଏହି ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଅନିଲ ବୈଜଲ । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବଦିନ ସିସୋଦିଆ ଦାବି କରିଥିଲା ଯେ ଅମ୍ଳଜାନ ଅଭାବ ହେତୁ କେନ୍ଦ୍ର ସରକାର ମୃତ୍ୟୁକୁ ଲୁଚାଇବାକୁ ଚାହୁଁଛନ୍ତି । ଏବଂ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କମିଟି ଗଠନ ପ୍ରସ୍ତାବକୁ ଏଲଜି ପ୍ରତ୍ୟାଖ୍ୟାନ କରିଛନ୍ତି ।

ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଛି ଏବଂ ଚୂଡ଼ାନ୍ତ ରିପୋର୍ଟ ପାଇଁ କାର୍ଯ୍ୟ କରୁଛି । ଏଲଜି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦୋହରାଇଛନ୍ତି ଯେ ଉକ୍ତ କମିଟିକୁ ଏହାର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ । ସମାନ ଉଦ୍ଦେଶ୍ୟରେ ଅନ୍ୟ କମିଟି କେବଳ ଗଠନ ହେବ । ଏହି ପ୍ରସଙ୍ଗରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସୂଚନା ମିଳିଛି । ତେବେ, ମହାମାରୀ ସମୟରେ ଅକ୍ସିଜେନର ଅଭାବ ହେତୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଲୋକେ ମୃତ୍ୟୁ ବରଣ କରିଥିଲେ । ବିଶେଷ କରି ଦିଲ୍ଲୀରେ ସର୍ବାଧିକ ଲୋକ ଆଖିବୁଜିଥିଲେ ବୋଲି କୁହାଯାଉଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.