ETV Bharat / bharat

ଭାରତରେ ଉତ୍ପାଦନ ହେବ ସ୍ପୁଟନିକ ଲାଇଟ, କୋରୋନାକୁ ମାତ ଦେବ ସିଙ୍ଗଲ ଡୋଜ - ସ୍ପୁଟନିକ ଲାଇଟ

ଋଷ ମଧ୍ୟ କୋରୋନା ଲଢେଇରେ ଭ୍ୟାକ୍ସିନକୁ ନେଇ ଚଳାଇଛି ନୂଆ ନୂଆ ଗବେଷଣା । ଏବେ ସିଙ୍ଗଲ ଡୋଜରେ କୋରୋନାକୁ ହରାଇବା ପାଇଁ ଋଷ ତିଆରି କରିଛି ସ୍ପୁଟନିକ ଲାଇଟ ଭ୍ୟାକ୍ସିନ । ସିଙ୍ଗଲ ଡୋଜ୍‌ରେ କୋରୋନାକୁ ମାତ ଦେବାକୁ ଋଷ ପ୍ରସ୍ତୁତ କରିଥିବା ସ୍ପୁଟନିକ ଲାଇଟ୍ ଏବେ ଭାରତରେ ହେବ ଉତ୍ପାଦନ । ଅଧିକ ପଢନ୍ତୁ...

ଭାରତରେ ଉତ୍ପାଦନ ହେବ ସ୍ପୁଟନିକ ଲାଇଟ, ସିଙ୍ଗଲ ଡୋଜରେ କୋରୋନାକୁ ମିଳିବ ମାତ୍‌

author img

By

Published : May 7, 2021, 8:45 PM IST

Updated : May 7, 2021, 9:15 PM IST

ନୂଆଦିଲ୍ଲୀ: କୋରୋନାକୁ ଭ୍ୟାକ୍ସିନ ଅସ୍ତ୍ରରେ ମାତ ଦେବାକୁ ପ୍ରୟାସ କରୁଛି ସମଗ୍ର ବିଶ୍ବ । ଏନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇ ଟୀକାକରଣ କରାଯାଉଛି । ଋଷ ମଧ୍ୟ କୋରୋନା ଲଢେଇରେ ଭ୍ୟାକ୍ସିନକୁ ନେଇ ଚଳାଇଛି ନୂଆ ନୂଆ ଗବେଷଣା । ଏବେ ସିଙ୍ଗଲ ଡୋଜରେ କୋରୋନାକୁ ରହାଇବା ପାଇଁ ଋଷ ତିଆରି କରିଛି ସ୍ପୁଟନିକ ଲାଇଟ ଭ୍ୟାକ୍ସିନ ।

ସିଙ୍ଗଲ ଡୋଜ୍‌ରେ କୋରୋନାକୁ ମାତ ଦେବାକୁ ଋଷ ପ୍ରସ୍ତୁତ କରିଥିବା ସ୍ପୁଟନିକ ଲାଇଟ୍ ଏବେ ଭାରତରେ ହେବ ଉତ୍ପାଦନ । ଗୁରୁବାର ଋଷରେ ମିଳିଥିଲା ସ୍ପୁଟନିକ ଲାଇଟକୁ ମଞ୍ଜୁରୀ ।

ଏହି ଭ୍ୟାକ୍ସିନର କଣ ରହିଛି ଲାଭ ?

ଋଷ ଯେଉଁ ସ୍ପୁଟନିକ ଭି ଟିକାର ଲାଇଟ ଭର୍ସନକୁ ଅନୁମୋଦନ କରିଛି, ତାହା କୋରୋନା ଭାଇରସରସକୁ ବିରୋଧରେ ବେଶ ପ୍ରଭାବଶାଳୀ । ବର୍ତ୍ତମାନ ପର୍ଯ୍ୟନ୍ତ, ଟୀକାକରଣର ଦୁଇଟି ଡୋଜ ପ୍ରୟୋଗ କରିବା ଆବଶ୍ୟକ ହେଉଛି । ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ଗୁରୁବାର ଏହି ସୂଚନା ଦେଇଛି। ଆରଡିଆଇଏଫ୍ ରିପୋର୍ଟ କରିଛି ଯେ କୋରୋନା ବିରୁଦ୍ଧରେ ସ୍ପୁଟନିକ ଲାଇଟ୍ ଭର୍ସନ 79.4% ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏହାର ମୂଲ୍ୟ $ 10 ଅର୍ଥାତ୍ 730 ଟଙ୍କାରୁ କମ ।

କିଏ ବିକଶିତ କରିଛି ଏହି ଟିକା ?

ସ୍ପୁଟନିକର ଏହି ଲାଇଟ୍‌ ଭର୍ସନ ଟିକା ମସ୍କୋରେ ଅବସ୍ଥିତ Gamaleya Research Institute of Epidemiology and Microbiology ଦ୍ୱାରା ବିକଶିତ ହୋଇଛି । ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସ୍ପୁଟନିକ୍ ଲାଇଟ ବ୍ୟବହାର କରାଯାଇପାରିବ । ଏହା ଭାରତ ସମେତ ସେହି ସମସ୍ତ ଦେଶ ପାଇଁ ଉପକୃତ ହୋଇପାରେ, ଯେଉଁଠାରେ ଅଧିକ ସଂକ୍ରମଣ ବ୍ୟାପୁଛି ।

Last Updated : May 7, 2021, 9:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.