ETV Bharat / bharat

କୋରୋନା ମୃତ୍ୟୁକୁ ମାତ୍‌ ଦେଉଛି ସିଙ୍ଗଲ୍‌ ଡୋଜ: ICMR

author img

By

Published : Jul 7, 2021, 9:28 AM IST

ICMRର ନୂଆ ଅଧ୍ୟୟନ । କୋରୋନା ମୃତ୍ୟୁକୁ ରୋକିବାରେ ସଫଳ ହେଉଛି ସିଙ୍ଗଲ ଡୋଜ ଟିକା । ଅଧିକ ପଢନ୍ତୁ...

କୋରୋନା ମୃତ୍ୟୁକୁ ମାତ୍‌ ଦେଉଛି ସିଙ୍ଗଲ୍‌ ଡୋଜ: ICMR
କୋରୋନା ମୃତ୍ୟୁକୁ ମାତ୍‌ ଦେଉଛି ସିଙ୍ଗଲ୍‌ ଡୋଜ: ICMR

ହାଇଦ୍ରାବାଦ: ମହାମାରୀର ମହାମୁକାବିଲା ପାଇଁ ଅମୋଘ ଅସ୍ତ୍ର ସାଜିଥିବା କୋରୋନା ଟିକାକୁ ନେଇ ଆସିଲା ଖୁସି ଖବର । କୋରୋନା ମୃତ୍ୟୁକୁ ମାତ ଦେବାରେ ସକ୍ଷମ ଟିକାର ସିଙ୍ଗଲ ଡୋଜ । ICMR କରିଥିବା ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

କୋରୋନା ଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ ଟିକାର ସିଙ୍ଗଲ ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ । ବର୍ତ୍ତମାନକୁ ଯଦି ଦେଖିବା ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଟୀକାକରଣ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଅଧ୍ୟୟନ କହୁଛି । କୋରୋନା ଟିକାକୁ ନେଇ ତାମିଲନାଡୁ ପୋଲିସ ବିଭାଗରେ ଅଧ୍ୟୟନ କରାଯାଇଥିଲା ।

ଯେଉଁଥିରେ ପୋଲିସ ବିଭାଗରେ କାର୍ଯ୍ୟରତ ଅନେକ ପୋଲିସଙ୍କୁ ଟିକା ଦିଆଯାଇଥିଲା । କିଛି ଜଣଙ୍କୁ କେବଳ ଗୋଟିଏ ମାତ୍ର ଡୋଜ ଦିଆଯାଇଥିବା ବେଳେ ଅନେକଙ୍କୁ ଡବଲ ଡୋଜ ଦିଆଯାଇଥିଲା । ଆଉ ଦ୍ବିତୀୟ ଲହରରେ କେତେ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆଉ ମୃତ୍ୟୁକୁ ରିପୋର୍ଟ ପ୍ରସ୍ତୁତ କରିଥିଲା ।

ତାମିଲନାଡୁରେ ପୋଲିସ ବିଭାଗରେ 1,17,524 ପୋଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେଥିରୁ ଫେବୃଆରୀ 1, 2021 ରୁ ମେ 14, 2021 ମଧ୍ୟରେ 32,792ଜଣ କର୍ମଚାରୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି 67,673 ଡବଲ ଡୋଜ ଟିକା ନେଇଥିବା ବେଳେ 17,059ଜଣଙ୍କୁ ଟିକା ଦିଆଯାଇନଥିଲା ।

ICMR ଅଧ୍ୟୟନରୁ ଜଣାପଡିଛି କି, ଏପ୍ରିଲ୍ 13, 2021 ରୁ ମେ 14, 2021 ମଧ୍ୟରେ ଏହି ପୋଲିସ୍ କର୍ମଚାରୀଙ୍କ ମଧ୍ୟରୁ 31ଜଣ କୋରୋନାରେ ମୃତ୍ୟୁ ହୋଇଥିଲା । ଏହି 31 ଜଣଙ୍କ ମଧ୍ୟରୁ ଚାରିଜଣ ଟିକା ଦୁଇ ଡୋଜ ନେଇଥିଲେ, ସାତଜଣ ଗୋଟିଏ ଡୋଜ ନେଇଥିଲେ ଏବଂ ବାକି 20ଟି ଟୀକାକରଣ କରାଯାଇନଥିଲା ।

ସିଙ୍ଗଲ ଡୋଜ ନେଇଥିବା ଲୋକଙ୍କ କ୍ଷେତ୍ରରେ 82 ପ୍ରତିଶତ ମୃତ୍ୟୁ ନ ହେବାର ସମ୍ଭାବନା ରହିଥିବା ବେଳେ ଡବଲ ଡୋଜ ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା 95 ପ୍ରତିଶତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.