ସିଙ୍ଗାପୁର: COVID ସଂକ୍ରମଣ ପାଇଁ ସିଙ୍ଗାପୁରକୁ ଭାରତ ସମେତ ବିଭିନ୍ନ ଦକ୍ଷିଣ ଏସିୟ ଦେଶରୁ ବନ୍ଦ ଥିବା ବିମାନ ଚଳାଚଳ ଉପରେ କଟକଣା ହ୍ରାସ କରିଛି ସିଙ୍ଗାପୁର । ଆସନ୍ତା ୨୬ ତାରିଖରୁ ବାଂଲାଦେଶ, ଭାରତ, ମିଆଁମାର, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାରୁ ପୁଣି ସିଙ୍ଗାପୁରକୁ ବିମାନ ଚଳାଚଳ ଆରମ୍ଭ ହେବ । କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ପୂର୍ବ କଟକଣା କୋହଳ କରିବା ସହ ସିଙ୍ଗାପୁର ସରକାର ନିଷ୍ପତ୍ତି ନେଇଛନ୍ତି ।
ଏନେଇ ସିଙ୍ଗାପୁର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଭାରତ, ବାଂଲାଦେଶ, ମିଆଁମାର, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ 14 ଦିନିଆ ଯାତ୍ରା ରେକର୍ଡ ଥିବା ଯାତ୍ରୀଙ୍କୁ ସିଙ୍ଗାପୁରରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ସେହି ନିଷ୍ପତ୍ତିକୁ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ କରାଯାଉଛି । ଆସନ୍ତା ୨୬ ତାରିଖରୁ ଏହି ସବୁ ଦେଶ ସିଙ୍ଗାପୁରକୁ ବିମାନ ଚଳାଚଳ କରିପାରିବେ । ତେବେ ଏହି ସବୁ ଦେଶରୁ ସିଙ୍ଗାପୁରକୁ ଯାଉଥିବା ଯାତ୍ରୀ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସଂଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ କଡାକଡି ଭାବେ ପାଳନ କରିବାକୁ ମଧ୍ୟ କଟକଣା ଜାରି କରିଛି ସିଙ୍ଗାପୁର ।
@ANI