ETV Bharat / bharat

ମାଟିରେ ମିଶିଯିବ ଦେବଭୂମୀ ଉତ୍ତରାଖଣ୍ଡ ! ବଡ଼ ଧରଣର ଭୂକମ୍ପ ନେଇ ବୈଜ୍ଞାନିକଙ୍କ ଆକଳନ - ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡକୁ ବଡ଼ ଧରଣର ଭୂକମ୍ପ ବିପଦ । ଭୂକମ୍ପ ନେଇ ଚେତାବନୀ ଦେଲା ଏସିଆ ଭୂକମ୍ପ କମିଶନ ସିଙ୍ଗାପୁର । ଅଧିକ ପଢ଼ନ୍ତୁ

singapore geologist have warned of larger earthquake in uttarakhand
ଉତ୍ତରାଖଣ୍ଡକୁ ମାଡ଼ି ଆସୁଛି ବିପଦ! ବଡ଼ ଧରଣର ଭୂକମ୍ପ ନେଇ ବୈଜ୍ଞାନିକଙ୍କ ଚେତାବନୀ
author img

By

Published : Jul 29, 2022, 12:58 PM IST

Updated : Jul 29, 2022, 1:27 PM IST

ଡେରାଡୁନ: ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଭୂକମ୍ପର ଛୋଟ ଝଟ୍‌କା କିଛି ବଡ ବିପଦର ସଙ୍କେତ ଦେଉଛି । ଏହା ଏଥିପାଇଁ କାରଣ ଭୂବୈଜ୍ଞାନିକ ଉତ୍ତରାଖଣ୍ଡକୁ ଭୂକମ୍ପ ଦୃଷ୍ଟିକୋଣରୁ ଜୋନ୍‌-5ରେ ସ୍ଥାନ ଦେଇଛନ୍ତି । ମାତ୍ର ଏବେ ନୂଆ କିଛି ଆକଳନ ଉତ୍ତରାଖଣ୍ଡର ଭୂକମ୍ପ ସହିତ ବିପଦକୁ ନେଇ ଥିବା ଚିନ୍ତାକୁ ଆହୁରି ବଢାଇଦେଇଛି । ସବୁଠୁ ବଡ କଥା ହେଉଛି, ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ରିକ୍ଟର ସ୍କେଲରେ 8ରୁ ଅଧିକ ତୀବ୍ରତା ଭୂକମ୍ପ ଆସିବାରା ସମ୍ଭାବନା ରହିଛିି ।

ମାଟିରେ ମିଶିଯିବ ଦେବଭୂମୀ ଉତ୍ତରାଖଣ୍ଡ

ସେଣ୍ଟ୍ରାଲ ସସ୍ମିକ ଗ୍ୟାପରେ ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡକୁ ସେଣ୍ଟ୍ରାଲ ସସ୍ମିକ ଗ୍ୟାପ(Central Seismic Gap) କୁହାଯାଇଛି, ଏଥିରେ ବଡ ଭୂକମ୍ପ ଆସିବାର ସମସ୍ତ ସମ୍ଭାବନା ରହିଛି । ଏହା ଆଶଙ୍କା କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକଙ୍କ କହିବା କଥା ଯେ, ଦୀର୍ଘ ସମୟ ହୋଇଗଲାଣି, ହିମାଳୟ କ୍ଷେତ୍ରର ଏହି ଭାଗରେ ବଡ ଭୂକମ୍ପ ଆସିନାହିଁ । ଏହା କାରଣରୁ ଉତ୍ତର ପଶ୍ମିମୀ ହିମାଳୟ ରିଜନରେ ଯେତେ ପରିମାଣର ଭୂକମ୍ପୀୟ ଉର୍ଜା ଭୂକମ୍ପରେ ଏକତ୍ର ହୋଇଛି, ଏହାର କେବଳ 3ରୁ 5 ପ୍ରତିଶତ ଉର୍ଜା ବାହାରକୁ ବାହାରି ପାରିଛି । ଏହି କାରଣ ପାଇଁ ବୈଜ୍ଞାନିକମାନେ ବଡ ଧରଣର ଭୂକମ୍ପ ଆସିପାରେ ବୋଲି ପୂର୍ବାନୁମାନ କରିଛନ୍ତି ।

ଯଦି 1905 ମସିହାରେ ହିମାଚଳର କାଙ୍ଗ୍ରାଠାରେ ହୋଇଥିବା ଭୂକମ୍ପ ବିଷୟରେ କୁହାଯାଏ, ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.8 ରହିଥିଲା । ସେହିପରି ନେପାଳରେ ହୋଇଥିବା ଭୂକମ୍ପ ପରେ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ କୌଣସି ବଡ଼ ଭୂକମ୍ପ ହୋଇନାହିଁ । ତେଣୁ ଏଭଳି ସ୍ଥିତିରେ ଉତ୍ତରାଖଣ୍ଡ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି । କିନ୍ତୁ ଏହା କେବେ ହେବ ସେନେଇ କୌଣସି ସୂଚନା ମିଳିନାହିଁ ।

1991 ମସିହାରେ ଉତ୍ତରାଖଣ୍ଡରେ ହୋଇଥିବା ଭୂକମ୍ପରେ ରିକ୍ଟର ସ୍କେଲରେ ତୀବ୍ରତା 7.0 ରହିଥିଲା । 1999ରେ ଚାମୋଲିରେ 6.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ସେବେଠାରୁ କୌଣସି ବଡ଼ ଧରଣର ଭୂକମ୍ପ ହୋଇନାହିଁ । କିନ୍ତୁ ଛୋଟ ଭୂକମ୍ପର ମାତ୍ରା ବୃଦ୍ଧି ପାଇଛି । ଅନ୍ୟପଟେ ଏସିଆ ଭୂକମ୍ପ କମିଶନ ସିଙ୍ଗାପୁରର (Asian Seismological Commission) ନିର୍ଦ୍ଦେଶକ ପରମେଶ ବାନାର୍ଜୀ କହିଛନ୍ତି, "ଜାପାନ ଏବଂ ଚୀନରେ ଅଧିକାଂଶ ସମୟରେ ଭୂକମ୍ପ ଘଟିଥାଏ ।

ସେଠାରେ ଲଗାତାର ଭାବେ ରିସର୍ଚ୍ଚ ମଧ୍ୟ ଚାଲିଛି । ଜାପାନରେ ଦୁଇ ହଜାରରୁ ଅଧିକ ଜିପିଏସ ସିଷ୍ଟମ ସ୍ଥାପନ କରାଯାଇଛି । ହିମାଳୟର ଯେଉଁ ଅଞ୍ଚଳମାନଙ୍କର ଭୂକମ୍ପ ଅନୁଭୂତ ହୁଏ, ସେଠାରେ ଏପରି ବ୍ୟବସ୍ଥା ନାହିଁ । କିନ୍ତୁ ଆଗାମୀ ସମୟରେ ଜିପିଏସ ସିଷ୍ଟମର ଆବଶ୍ୟକତା ରହିଛି । ଯାହା ଫଳରେ ବୈଜ୍ଞାନିକମାନେ ହିମାଳୟ ଅଞ୍ଚଳର ଗତିବିଧି ଜାଣିପାରିବେ ।"

Last Updated : Jul 29, 2022, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.