ETV Bharat / bharat

ଭୟଙ୍କର ବିସ୍ଫୋରଣରେ ଥରିଲା ସିଏରା ଲିଓନ: 90 ମୃତ, ଶତାଧିକ ଆହତ - ସିଆରା ଲିଓନରରେ ବିସ୍ଫୋରଣ

ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନର ରାଜଧାନୀ ଫ୍ରିଟାଉନରେ ଭୟଙ୍କର ବିସ୍ଫୋରଣ ଘଟିଛି । ଦୁଇ ତେଲ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ଭୟଙ୍କର ବିସ୍ଫୋରଣରେ ୯୦ରୁ ଊର୍ଦ୍ଧ୍ବ ମୃତ । ଆହତଙ୍କ ସଂଖ୍ୟା ୧୦୦ ପାର ଆଶଙ୍କା । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଓ ଚିକିତ୍ସା । ଅଧିକ ପଢନ୍ତୁ...

ସିଆରା ଲିଓନରେ ଭୟଙ୍କର ବିସ୍ଫୋରଣ: 90ମୃତ, ଶତାଧିକ ଆହତ

author img

By

Published : Nov 6, 2021, 9:18 PM IST

ଫ୍ରିଟାଉନ: ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନର ରାଜଧାନୀ ଫ୍ରିଟାଉନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଦୁଇ ତେଲ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଭୟଙ୍କର ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ 90ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳ ନିକଟବର୍ତ୍ତୀ ଅଞ୍ଚଳ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସହରର ବ୍ୟସ୍ତବହୁଳ ଅଞ୍ଚଳରେ ପାର୍କିଂ ହୋଇଥିବା ଏକ ତେଲ ଟ୍ୟାଙ୍କର୍ ସହିତ ଅନ୍ୟ ଏକ ତେଲ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମରେ ବିସ୍ଫୋରଣ ସମୟରେ ରେକର୍ଡ ହୋଇଥିବା ଫୁଟେଜ ପ୍ରସାରିତ ହୋଇଛି । ତେବେ ଘଟଣାସ୍ଥଳ ଓ ଏହାର ଆଖପାଖରେ ଥିବା ଗାଡି ଗୁଡିକ ଜଳିଯିବା ସହ ପ୍ରାୟ ୯୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବଳ ଉଦ୍ଧାର ଓ ଜରୁରୀକାଳୀନ ମେଡିକାଲ ସହାୟତା ଯୋଗାଇବାରେ ଲାଗିଛି । ଆହତଙ୍କ ସଂଖ୍ୟା ବାବଦରେ ସ୍ପଷ୍ଟ ସୂଚନା ମିଳି ନଥିବାବେଳେ ସେମାନଙ୍କ ମଧ୍ୟରେ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ କରାଯାଉଛି ।

ଏହି ଘଟଣାରେ ସିଏରା ଲାଏନର ରାଷ୍ଟ୍ରପତି ଜୁଲିୟସ ମାଡା ବାୟୋ ଦୁଃଖପ୍ରକାଶ କରିବା ସହ ପ୍ରଭାବିତ ପରିବାରକୁ ସାହାଯ୍ୟ ପାଇଁ ତାଙ୍କ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିବା ଆଶ୍ବାସନା ଦେଇଛନ୍ତି । ସେହିପରି ଫ୍ରିଟାଉନ ମେୟର ୟୋଭେନେ ଆକି-ସାଏର୍ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସରକାରଙ୍କ ନିକଟରେ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ନଥିବା ମଧ୍ୟ ପ୍ରକାଶ କରିଛନ୍ତି ମେୟର ।

ସିଆରା ଲିଓନରେ ଭୟଙ୍କର ବିସ୍ଫୋରଣ: 90ମୃତ, ଶତାଧିକ ଆହତ
ସିଆରା ଲିଓନରେ ଭୟଙ୍କର ବିସ୍ଫୋରଣ: 90ମୃତ, ଶତାଧିକ ଆହତ

ସେହିପରି ଆହତଙ୍କ ସଂଖ୍ୟା ଓ ସେମାନଙ୍କ ଅବସ୍ଥା ସମ୍ପର୍କରେ ଲାଗି ରହିଥିବା ଅନିଶ୍ଚିତତା ଦେଶବାସୀଙ୍କ ଚିନ୍ତା ବଢାଇଛି । ଦେଶର ଡେପୁଟି ସ୍ବାସ୍ଥ୍ୟମନ୍ତ୍ରୀ ଅମରା ଜାମବାଇ କହିଛନ୍ତି, ରାଜଧାନୀର ଡାକ୍ତରଖାନା ଏବଂ ଏକାଧିକ କ୍ଲିନିକରେ 100 ରୁ ଅଧିକ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସାଧୀନ ଆହତଙ୍କୁ ସମସ୍ତ ଚିକିତ୍ସା ସେବା ଯୋଗାଇଦେବା ନେଇ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଯଥାସମ୍ଭବ କାର୍ଯ୍ୟ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.