ETV Bharat / bharat

Sidhu Moosewala Murder Case: ଚମ୍ପଟ ମାରିଲା ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁ

author img

By

Published : Oct 2, 2022, 7:16 PM IST

କଂଗ୍ରେସ ନେତା ତଥା ସୁପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଜଣେ ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତରୁ ଫେରାର୍‌(Deepak Tinu escaped from police custody) । ଅଧିକ ପଢ଼ନ୍ତୁ

Sidhu Moosewala Murder Case: ଚମ୍ପଟ ମାରିଲା ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁ
Sidhu Moosewala Murder Case: ଚମ୍ପଟ ମାରିଲା ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁ

ଚଣ୍ଡିଗଡ଼: କଂଗ୍ରେସ ନେତା ତଥା ପ୍ରଖ୍ୟାତ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଜଣେ ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛି(Deepak Tinu escaped from police custody) । ଏହାକୁ ନେଇ ରବିବାର ପଞ୍ଜାବର ମନ୍‌ସା ପୋଲିସ ସୂଚନା ଦେଇଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ଦୀପକ ଟିନୁ ଅପରାଧ ତଦନ୍ତକାରୀ ସଂସ୍ଥାକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଛି ।

ଶନିବାର ରାତିରେ ଏକ ବେସରକାରୀ ଗାଡ଼ିରେ ଦୀପକ ଟିନକୁ ଅପରାଧ ତଦନ୍ତକାରୀ ସଂସ୍ଥା(Crime Invesitgation Agency) କର୍ମଚାରୀ କପୁରଥାଲା ଜେଲ୍‌ରୁ ମନ୍‌ସା ନେଉଥିଲେ । ଏହି ସମୟରେ ଦୀପକ ଅପରାଧ ତଦନ୍ତକାରୀ ସଂସ୍ଥାକୁ ଚକ୍‌ମା ଦେଇ ଖସିଯାଇଛି । ଏହାକୁ ନେଇ ମନ୍‌ସା ପୋଲିସ ପକ୍ଷରୁ କୁହାଯାଇଛି, "ଦୀପକ ଟିନୁକୁ ମନ୍‌ସା CIA ଷ୍ଠାଫ୍‌ଙ୍କ ଜିମାରେ ଦେବାକୁ କପୁରଥାଲା ଜେଲ୍‌ରୁ ବାହାରକୁ ଅଣାଯାଉଥିବା ବେଳେ ଖସି ପଳାଇବାରେ ସକ୍ଷମ ହୋଇଛି ।"

ଦୀପକ ଟିନକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଟିମ୍‌ ମୁତୟନ କରିଛି । ଦୀପକକୁ ଖସାଇବାରେ କିଛି ପୋଲିସ କର୍ମୀ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି । ତେବେ ତାକୁ ଖସାଇବାରେ ଯଦି କୌଣସି ପୋଲିସ କର୍ମୀ ସମ୍ପୃକ୍ତ ଥାଆନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭାଟିଣ୍ଡା IG ଏମ୍‌ ଏସ୍‌ ଚିନ୍ନା ।

ଗତ ମେ ୨୯ ତାରିଖରେ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ କିଛି ଦୁର୍ବୃତ୍ତ ଦିନଦ୍ବିପ୍ରହରରେ ଗୁଳିକରି ହତ୍ୟା କରିଥିଲେ । ତାଙ୍କୁ ଦିଆଯାଇଥିବା ସୁରକ୍ଷା ହଟାଯିବାର ଗୋଟିଏ ଦିନ ପରେ ହିଁ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ପଏଣ୍ଟ ବ୍ଲାଙ୍କ୍‌ ରେଞ୍ଜ୍‌ରେ ତାଙ୍କୁ ଗୁଳି କରାଯାଇଥିଲା । ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା ।

ତଦନ୍ତ ପରେ ଏହି ଘଟଣା ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ହାତ ଥିବା ଜଣା ପଡ଼ିଥିଲା । ଏହାପରେ ତାର ଘନିଷ୍ଠ ଗୋଲ୍ଡି ବ୍ରାର ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ବର୍ତ୍ତମାନ ସେନ କାନାଡାରେ ଥିବା କୁହାଯାଉଛି । ଇଣ୍ଟରପୋଲ ସହ ଯୋଗାଯୋଗ କରି ପୋଲିସ ବ୍ରାର୍‌ ବିରୁଦ୍ଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.