ETV Bharat / bharat

Moosewala Death Case: ବ୍ୟବଚ୍ଛେଦ ପରେ ବାସଭବନ ଅଭିମୁଖେ ପାର୍ଥୀବ ଶରୀର

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ସରିଲା ବ୍ୟବଚ୍ଛେଦ । ଅନ୍ତିମ ସଂସ୍କାର ଲାଗି ତାଙ୍କ ପାର୍ଥୀବ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ

Moosewala Death Case: ବ୍ୟବଚ୍ଛେଦ ପରେ ବାସଭବନ ଅଭିମୁଖେ ପାର୍ଥୀବ ଶରୀର
Moosewala Death Case: ବ୍ୟବଚ୍ଛେଦ ପରେ ବାସଭବନ ଅଭିମୁଖେ ପାର୍ଥୀବ ଶରୀର
author img

By

Published : May 31, 2022, 1:10 PM IST

ଚଣ୍ଡିଗଡ଼: ଅକାଳରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା(Moosewala Death Case)ଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ତାଙ୍କୁ ଗତ ମେ ୨୯ ତାରିଖରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମାନସା ସିଭିଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥୀବ ଶରୀରକୁ ଆଜି(ମଙ୍ଗଳବାର) ପରିବାରକୁ ହସ୍ତାନ୍ତର କରାଯାଇଛି । ପରିବାର ମୁସେୱାଲାଙ୍କ ପାର୍ଥୀବ ଶରୀରକୁ ତାଙ୍କ ଘର(Family takes his body home post autopsy)କୁ ନିଆଯାଉଛି ।

ପଞ୍ଜାବ ପୋଲିସ ମୁସେୱାଲାଙ୍କ ସମେତ ୪୨୦ ଜଣଙ୍କ ଠାରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରିନେବାର ଗୋଟିଏ ଦିନ ପରେ ଏହି ହତ୍ୟାକାଣ୍ଡ ଘଟିଛି । ଗତ ସୋମବାର ପଞ୍ଜାବ ପୋଲିସ ଡେରାଡୁନରୁ ୬ ଜଣଙ୍କୁ ଅଟକ ରଖିଛି । ଉତ୍ତରାଖଣ୍ଡ ଓ ପଞ୍ଜାବ STFର ମିଳିତ ଅପରେସନ ଫଳରେ ଅପରାଧୀ ସହ ଜଡ଼ିତ ଅଭିଯୋଗରେ ଏମାନଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଏ ନେଇ ପଚରାଉଚୁରା କରୁଛି ।

ଏହା ବି ପଢନ୍ତୁ- Sidhu Moose Wala Murder: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ସିଦ୍ଧୁଙ୍କ ଶରୀରରେ ବାଜିଥିଲା ୨୪ ଗୁଳି

କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ ଏହି ହତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ କରିବା ପରେ ତାର ସହଯୋଗୀ ଲରେନ୍ସକୁ ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ କହିଛି । ସେପଟେ ପଞ୍ଜାବ ପୋଲିସ ସିଦ୍ଧୁଙ୍କ ହତ୍ୟା ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ FIR ଦାଏର କରିଛି । ଏହି ଏଫଆଇଆର IPC ଧାରା ୩୦୨, ୩୦୭ ଓ ୩୪୧ ଆଧାରରେ ଦାଏର ହୋଇଛି ।

ତେବେ ସୂଚନା ଥାଉ କି ଗତ ରବିବାର ତଥା ମେ ୨୯ ତାରିଖରେ ନିଜ କାରରେ ଘରକୁ ଫେରୁଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ୨ ଡଜନ୍‌ ବା ୨୪ଟି ଗୁଳି ବାହାରିଛି । ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଏକାଧିକ କ୍ଷତ ସହିତ ଅଧିକ ରକ୍ତ ବାହାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କହିଛି ଡାକ୍ତରୀ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.