ETV Bharat / bharat

ବିଗିଡିଲା ସିନ୍ଧୁଙ୍କ ସ୍ବାସ୍ଥ୍ୟବସ୍ଥା, ଚଣ୍ଡିଗଡ PGIରେ ଭର୍ତ୍ତି - ହସ୍ପିଟାଲରେ ଭର୍ତି ହେଲେ ସିନ୍ଧୁ

ସ୍ବସ୍ଥ୍ୟ ସମସ୍ୟା ଦେଖାଦେବାରୁ ହସ୍ପିଟାଲରେ ଭର୍ତ୍ତିହେଲେ କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ । ଅଧିକ ପଢନ୍ତୁ

ବିଗିଡିଲା ସିନ୍ଧୁଙ୍କ ସ୍ବାସ୍ଥ୍ୟ
ବିଗିଡିଲା ସିନ୍ଧୁଙ୍କ ସ୍ବାସ୍ଥ୍ୟ
author img

By

Published : Jun 7, 2022, 9:42 AM IST

ଚଣ୍ଡିଗଡ: ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ସୋମବାର ସିଦ୍ଧୁଙ୍କ ଲିଭରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ଚଣ୍ଡିଗଡର PGIMERର ହସ୍ପିଟାଲର ହେପ୍ଟୋଲୋଜି ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଆଗକୁ ସିଦ୍ଧୁଙ୍କ ଅଧିକ ଚିକିତ୍ସା କରାଯିବ, ବର୍ତ୍ତମାନ ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ହେପ୍ଟୋଲୋଜି ବିଭାଗ ମୁଖ୍ୟ ବିରେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟବସ୍ଥା ବିଗିଡିବାପରେ ଜେଲରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ, ଏହା ପୂର୍ବରୁ ମଧ୍ୟ ଜେଲ୍‌ରେ କିଛି ନ ଖାଇବାରୁ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ସେ ସୁସ୍ଥ ହୋଇ ଜେଲକୁ ଫେରିଥିଲେ । ମଇ ୧୯ ତାରିଖରେ 34 ବର୍ଷ ପୂର୍ବ ରୋଡ ରେଜ୍ ମାମଲାରେ ତାଙ୍କୁ ଜେଲ୍ ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.