ETV Bharat / bharat

ମଧ୍ୟପ୍ରଦେଶ ବସ ଦୁର୍ଘଟଣା: ଚର୍ଚ୍ଚାରେ ସିଏମଙ୍କ 2017 ମସିହାର ଟ୍ବିଟ - ମଧ୍ୟପ୍ରଦେଶ ସିଦ୍ଧିରେ ଭୟଙ୍କର ଦୁର୍ଘଟଣା

ମଧ୍ୟପ୍ରଦେଶ ସିଦ୍ଧିରେ ଭୟଙ୍କର ଦୁର୍ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଥିବାବେଳେ ଏବେ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଟ୍ବିଟ୍‌ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମଧ୍ୟପ୍ରଦେଶ ବସ ଦୁର୍ଘଟଣା: ଚର୍ଚ୍ଚାରେ ସିଏମଙ୍କ 2017 ମସିହାର ଟ୍ବିଟ

author img

By

Published : Feb 17, 2021, 1:44 PM IST

ଭୋପାଳ: ରାସ୍ତା ନିର୍ମାଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ମଧ୍ୟପ୍ରଦେଶ । ଏପରିକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଆମେରିକାରେ ନିର୍ମିତ ରାସ୍ତା ଠାରୁ ମଧ୍ୟପ୍ରଦେଶରେ ଥିବା ରାସ୍ତା ଅତି ଉନ୍ନତମାନର ବୋଲି କହିଛନ୍ତି । ସେପଟେ ମଙ୍ଗଳବାର ରାଜ୍ୟରେ ଘଟିଥିବା ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । କେନାଲରେ ବସ ଓଲଟି 49 ଜଣଙ୍କ ପ୍ରାଣ ଯାଇଥିବା ବେଳେ ଚୁହିଆ ଘାଟିକୁ ଦାୟୀ କରିଛନ୍ତି ଲୋକେ । ଚୁହିଆ ଘାଟି ଆମେରିକା ଭଳି ହୋଇଥିଲେ ଏଭଳି ଦୁର୍ଘଟଣାରୁ 49 ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ପାରିଥାଆନ୍ତା ବୋଲି କୁହାଯାଉଛି।

ମଧ୍ୟପ୍ରଦେଶ ବସ ଦୁର୍ଘଟଣା: ଚର୍ଚ୍ଚାରେ ସିଏମଙ୍କ 2017 ମସିହାର ଟ୍ବିଟ
ମଧ୍ୟପ୍ରଦେଶ ବସ ଦୁର୍ଘଟଣା: ଚର୍ଚ୍ଚାରେ ସିଏମଙ୍କ 2017 ମସିହାର ଟ୍ବିଟ

ସୂଚନାନୁଯାୟୀ, ମଙ୍ଗଳବାର ଦୁର୍ଘଟଣାର ଶିକାର ହୋଇଥିବା ବସ୍‌ଟି ଚୁହିଆ ଘାଟି ଦେଇ ଯିବାର ଥିଲା । କିନ୍ତୁ ସେହି ଘାଟିରେ ସବୁବେଳେ ରାସ୍ତାଜାମ୍‌ ହେଉଥିବାରୁ ବସ୍‌ଟି ଏହାର ଗତି ବଦଳାଇ ସିଦ୍ଧି ଦେଇ ଗସ୍ତ କରିଥିଲା । ଏକ ବଡ ଗାଡି ଏହି ରୁଟ୍‌ରେ ଗଲେ ପୁରା ରାସ୍ତା କେତେ କିଲୋମିଟର ପର୍ଯ୍ୟନ୍ତ ଜାମ୍‌ ହୋଇଯାଏ । ସେପଟେ ବସରେ ଅନେକ ନର୍ସିଂ ଛାତ୍ରଛାତ୍ରୀ ଥିବାବେଳେ ପରୀକ୍ଷା ଦେବା ପାଇଁ ଯାଉଥିବାରୁ ବସ୍‌ଟି ତାହାର ରୁଟ୍‌ ବଦଳାଇଥିଲା । ଯଦି ରାସ୍ତା ଉନ୍ନତମାନର ହୋଇଥାଆନ୍ତା ତେବେ ଏତେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥାଆନ୍ତା ବୋଲି କୁହାଯାଉଛି ।

ସେପଟେ 2017 ମସିହାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିବେଶକଙ୍କ ସହ ଏକ ବୈଠକରେ ଯୋଗ ଦେବାକୁ ଯାଇଥିଲେ । ୱାଶିଂଟନ ବିମାନବନ୍ଦରରୁ ବାହାରି ଯେବେ ସଡକପଥରେ ଯାତ୍ରା କରିଥିଲେ ସେତେବେଳେ ସେ ଏହା କହିଥିଲେ ଯେ ଆମେରିକା ରାସ୍ତାଠୁ ଖୁବ ଉଚ୍ଚକୋଟୀର ମଧ୍ୟପ୍ରଦେଶର ରାସ୍ତା । ତେବେ ନିକଟରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଚାରଆଡେ ଚର୍ଚ୍ଚା ହେଉଥିବାବେଳେ ସିଏମ୍‌ଙ୍କ ଏହି ଟ୍ବିଟକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.