ETV Bharat / bharat

ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଅଫର ! - କର୍ଣ୍ଣାଟକ ଫଳାଫଳ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବରେ ବଡ ଚର୍ଚ୍ଚା । ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଡି.କେଙ୍କୁ ଉପମୁଖ୍ୟମନ୍ତ୍ରୀ ଅଫର ନେଇ ସୂତ୍ରରୁ ସୂଚନା । ସେଲିବ୍ରେସନ ଆରମ୍ଭ କଲାଣି ସିଦ୍ଧରମୈୟା କ୍ୟାମ୍ପ । ଅଧିକ ପଢନ୍ତୁ

ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଡିକେଙ୍କୁ ଉପମୁଖ୍ୟମନ୍ତ୍ରୀ ଅଫର !

author img

By

Published : May 17, 2023, 3:46 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସିଦ୍ଧରମୈୟା । ଅନ୍ଯତମ ଦାବିଦାର ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର କରାଯାଇଛି । କଂଗ୍ରେସ ବିଧିବଦ୍ଧ ଭାବେ ଆଉ କିଛି ସମୟ ମଧ୍ୟରେ ଘୋଷଣା କରିବାକୁ ଥିବା ବେଳେ ସୂତ୍ରରୁ ଏପରି ସୂଚନା ମିଳିଛି । ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ଆଜି ରାଜଧାନୀ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ସିଦ୍ଧରମୈୟାଙ୍କ ସମର୍ଥକମାନେ ସେଲିବ୍ରେସନ ଆରମ୍ଭ କରିସାରିଥିବା ଚିତ୍ର ମଧ୍ୟ ଆସିବାରେ ଲାଗିଛି ।

ଗତକାଲି (ମଙ୍ଗଳବାର) ଉଭୟ ନେତା ପୃଥକ ପୃଥକ ଭାବେ ଦଳୀୟ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦିଲ୍ଲୀରେ ଭେଟି ଆଲୋଚନା କିରଥିଲେ । ହେଲେ ଏଥିରେ ମଧ୍ୟ ଖଡଗେ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲେ । ନିଷ୍ପତ୍ତି ସୋନିଆ ଗାନ୍ଧୀଙ୍କ ସହ ବିଚାରବିମର୍ଶ ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଜି ଅପରାହ୍ନରେ କଂଗ୍ରେସ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ନେଇ ଯୋଜନା ଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଏହି ଖବର ମିଳିଛି । ହେଲେ ସିଦ୍ଧରମୈୟାଙ୍କ କ୍ୟାମ୍ପରେ ଉତ୍ସାହ ଦେଖାଯାଇଥିବା ବେଳେ ଶିବକୁମାରଙ୍କ ସମର୍ଥିତ ଗୋଷ୍ଠୀ ପ୍ରାୟତଃ ନୀରବ ରହିଛି । ଆଉ କିଛି ସମୟ ମଧ୍ୟରେ ଦଳ ବିଧିବଦ୍ଧ ଘୋଷଣା କରିପାରେ ।

ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ପୁଅ ଯତୀନ୍ଦ୍ର, ବିଧାୟକ ଜମିର ଅହମ୍ମଦ, ଭାରତୀ ସୁରେଶ ଓ ବରିଷ୍ଠ ନେତା କେଜେ ଜର୍ଜଙ୍କ ସହ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ପହଞ୍ଚି ଆଲୋଚନା କରିଥିଲେ । ପରେ ଶିବକୁମାର ମଧ୍ୟ ମଲ୍ଲିକାର୍ଜନ ଖଡଗେଙ୍କ ବାସଭବନରେ ପହଞ୍ଚିଥିଲେ । ଉଭୟଙ୍କ ସହ ପୃଥକ ଆଲୋଚନା ପରେ ରାହୁଲ ଗାନ୍ଧୀ ମଧ୍ୟ ଖଡଗେଙ୍କ ବାସଭବନରେ ପହଞ୍ଚିଥିଲା । ଏହି ପ୍ରସଙ୍ଗରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପରେ ଖଡଗେ ବିଚାରବିମର୍ଶ କରିଥିଲେ । ଆଜି ଅପରାହ୍ନରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ନେଇ କଂଗ୍ରେସ ସୂତ୍ରରୁ ସୂଚନା ମିଳିଥିଲା । ହେଲେ ସକାଳେ ସେପରି କିଛି ନିଷ୍ପତ୍ତି ସାମ୍ନାକୁ ନଆସିବା ସହ ଅପରାହ୍ନ କିମ୍ବା ସଂଧ୍ୟା ସୁଦ୍ଧା ଆନୁଷ୍ଠାନିକ ଘୋଷଣା କରାଯାଇପାରେ । ହେଲେ ଏହା ପୂର୍ବରୁ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଆସିଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ଚଳିତ ନିର୍ବାଚନରେ 135 ଆସନ ଜିତି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡି.କେ ଶିବକମାର ଦଳର ଅନ୍ୟତମ ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ଥିବା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଲବିରେ ରହିଛନ୍ତି । ଉଭୟ ନେତା ନିଜ ଦାବିଦାରି ସହ ଦିଲ୍ଲୀରେ ପହଞ୍ଚି ଆଲୋଚନା କରିସାରିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଆସନର ସ୍ପଷ୍ଟତା ସହ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.