ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଦେବାକୁ ମନା କଲେ ସିଦ୍ଧରମୟା - Ram Mandir construction

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଦେବାକୁ ସଫା ସଫା ମନା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । ଏକ ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ହେବାକୁ ଯାଉଥିବା ବେଳେ ଏଥିପାଇଁ ସେ ନିଧି ଦେବେ ନାହିଁ ବୋଲି ମନା କରିଛନ୍ତି ସେ ।

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଦେବାକୁ ମନା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

author img

By

Published : Feb 17, 2021, 12:25 PM IST

Updated : Feb 17, 2021, 12:51 PM IST

ବେଙ୍ଗାଲୁରୁ:ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଦେବାକୁ ସଫା ସଫା ମନା କରିଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । ଏକ ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ହେବାକୁ ଯାଉଥିବା ବେଳେ ଏଥିପାଇଁ ସେ ନିଧି ଦେବେ ନାହିଁ ବୋଲି ମନା କରିଛନ୍ତି ଏହି କଂଗ୍ରେସ ନେତା ।

ଯଦି ରାମ ମନ୍ଦିର କୌଣସି ଅନ୍ୟ ସ୍ଥାନରେ ନିର୍ମିତ ହୋଇଥାନ୍ତା, କିମ୍ବା ତାଙ୍କ ଗ୍ରାମରେ ନିର୍ମିତ ହୋଇଥାନ୍ତା ତାହା ହେଲେ ସେ ନିଧି ଦାନ କରିଥାନ୍ତେ ବୋଲି କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ଅନୁଦାନ କରୁଛନ୍ତି ସେମାନଙ୍କୁ ଆରଏସଏସ ରିସିଟ୍‌ ଦେଉଛି ନା ନାହିଁ । ଲୋକଙ୍କ ଠାରୁ ମିଳିଥିବା ପାଣ୍ଠିକୁ ଆରଏସଏସ ଅଡିଟ୍‌ ଜାରି କରିବ ନା ନାହିଁ ବୋଲି ମିଡିଆକୁ କହିଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ।

ସେପଟେ ଏବେ ସୁଦ୍ଧା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ 15 କୋଟି ଟଙ୍କାର ନିଧି ସଂଗ୍ରହ ହୋଇଛି । ଅନେକ ପ୍ରତିଷ୍ଠିତ ବ୍ୟକ୍ତିଠୁ ଆରମ୍ଭ କରି ନେତା ମନ୍ତ୍ରୀ, ସାଧାରଣ ଲୋକ ସ୍ବ ଚିତ୍ତରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ଦେଖିବାକୁ ମିଳୁଛି ।

Last Updated : Feb 17, 2021, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.