ETV Bharat / bharat

ଦାମି ଚାଟାର୍ଡ ବିମାନ ବିବାଦ: ଜବାବ ଦେଲେ ସିଦ୍ଧରମୈୟା, ପ୍ରଧାନମନ୍ତ୍ରୀ କେଉଁଥିରେ ଯା'ନ୍ତି ?

author img

By ETV Bharat Odisha Team

Published : Dec 22, 2023, 6:11 PM IST

Karnataka luxury jet row: ଦାମି ଚାଟାର୍ଡ ବିମାନ ବିବାଦକୁ ନେଇ ମୁହଁ ଖୋଲିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କହିଲେ ପ୍ରଧାନମନ୍ତ୍ରୀ କେଉଁଥିରେ ଯାତ୍ରା କରନ୍ତି ? ଅଧିକ ପଢନ୍ତୁ

Karnataka luxury jet row
Karnataka luxury jet row

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କ୍ୟାବିନେଟ ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କ ସହିତ ଏକ ବିଳାସପୂର୍ଣ୍ଣ ଚାଟାର୍ଡ ବିମାନରେ ଯାତ୍ରା କରିବା ଭିଡିଓ ଖୁବ ଭାଇରାଲ ହେଉଛି । ଏହାକୁ ନେଇ ବିଜେପି କଂଗ୍ରେସ ସରକାରକୁ ଟାର୍ଗେଟ କରିଛି । କଂଗ୍ରେସର ନେତା ମନ୍ତ୍ରୀମାନେ ଜନତାଙ୍କ ଟଙ୍କାରେ ବିଳାସମୟ ଜୀବନ ଜିଉଁଥିବା ବିଜେପି ଅଭିଯୋଗ ଆଣିବା ପରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ୬ ଆସନ ବିଶିଷ୍ଟ ବିମାନରେ ଏକାକୀ ଯାତ୍ରା କରନ୍ତି ବୋଲି କହିଛନ୍ତି ସିଦ୍ଧରମୈୟା ।

  • On the one hand, Congress is pretending to crowdfund and didn’t even serve samosas in I.N.D.I Alliance meeting, on the other, Zameer Ahmed Khan, Cabinet Minister for Housing, Waqf and Minority Affairs in Karnataka Govt, is flaunting his pictures with CM Siddaramaiah in a private… pic.twitter.com/SkrLB5OdjI

    — Amit Malviya (@amitmalviya) December 22, 2023 " class="align-text-top noRightClick twitterSection" data=" ">

ଏହି ଦାମି ବିମାନ ସମ୍ପର୍କରେ ମୁହଁ ଖୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, "ବିଜେପି ନେତାମାନଙ୍କୁ ପ୍ରଶ୍ନ କରିବା ଦରକାର ପ୍ରଧାନମନ୍ତ୍ରୀ ମୋଦି କେଉଁଥିରେ ଯାତ୍ରା କରନ୍ତି ? ପ୍ରଧାନମନ୍ତ୍ରୀ ମୋଦି ୬ ଆସନ ବିଶିଷ୍ଟ ବିମାନରେ ଏକାକୀ ଯାତ୍ରା କରନ୍ତି ।" ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ୍ସ ସାଇଟରେ ସିଦ୍ଧରମୈୟାଙ୍କ ଭିଡିଓକୁ ପୋଷ୍ଟ କରିଥିଲେ । ଏହାପରେ ଭିଡିଓଟି ଖୁବ ଭାଇରାଲ ହୋଇଥିଲା । ଅମିତ ଅଭିଯୋଗ କରି କହିଥିଲେ," କଂଗ୍ରେସ 'ଡୋନେଟ ଫର ଦେଶ' ଅଭିଯାନ ଆରମ୍ଭ କରି ଦେଶବାସୀଙ୍କୁ ଟଙ୍କା ମାଗୁଛି । ହେଲେ ଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଘରୋଇ ବିମାନରେ ଯାତ୍ରୀ କରୁଛନ୍ତି । ଏପରିକି ଇଣ୍ଡିଆ ମେଣ୍ଟ ସମୟରେ ନେତାମାନଙ୍କୁ ସିଙ୍ଗଡା ଭି ପରଷାଯାଉନାହିଁ । "

  • ಆಪರೇಷನ್ ಕಮಲದ ಮೂಲಕ ಸಮ್ಮಿಶ್ರ ಸರ್ಕಾರ ಬೀಳಿಸಿ, ಶಾಸಕರನ್ನು ವಿಶೇಷ ವಿಮಾನದಲ್ಲಿ ದೆಹಲಿ, ಮುಂಬೈ ಸುತ್ತಾಡಿಸಿದ, ಐಷಾರಾಮಿ ಹೋಟೆಲ್‌ಗಳಲ್ಲಿ ವಾರಗಟ್ಟಲೆ ಠಿಕಾಣಿ ಹಾಕಿಸಿ ಮೋಜು ಮಸ್ತಿಗಾಗಿ ಖರ್ಚು ಮಾಡಿದ ನೂರಾರು ಕೋಟಿ ಹಣ ಬಿಜೆಪಿಯವರು ನರೇಗಾ ಯೋಜನೆಯಲ್ಲಿ ಕೂಲಿ ಮಾಡಿ ಕೂಡಿಟ್ಟದ್ದಲ್ಲ, ರಾಜ್ಯದ ಬಡಜನರು ಕಷ್ಟಪಟ್ಟು ಕಟ್ಟಿದ ತೆರಿಗೆ ಹಣ.…

    — Siddaramaiah (@siddaramaiah) December 22, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Karnataka: କୃଷି ମନ୍ତ୍ରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, CID ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅମିତ ମାଲବ୍ୟ ଆହୁରି କହିଥିଲେ, "କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଜମିର ଅହମ୍ମଦ ଖାନ ଘରୋଇ ଜେଟରେ ଯାତ୍ରା କରିବା ସମୟର ଫଟୋ ସେୟାର କରୁଛନ୍ତି । କର୍ଣ୍ଣାଟକ ଲୋକେ ମିସ ଗଭର୍ନାନ୍ସ ଅଧୀନରେ ଶାସିତ ହେଉଥିବା ବେଳେ କଂଗ୍ରେସ ଲୁଟ୍‌ କରିବା ଜାରି ରଖିଛି ।" ସେପଟେ କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବି. ୱାଇ ବିଜେନ୍ଦ୍ର କହିଛନ୍ତି, " କର୍ଣ୍ଣାଟକରେ ଏବେ ମରୁଡି ପଡ଼ିଥିବା ବେଳେ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି । କମ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ଅଛନ୍ତି । ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଲୋକଙ୍କ ଟଙ୍କାରେ ବିଳାସମୟ ଜୀବନ ଯାପନ କରୁଛନ୍ତି । କଂଗ୍ରେସର ନେତାମାନଙ୍କ ଲାଗି ଲୋକଙ୍କ ଋଣ ଟଙ୍କାକୁ ଲୁଟିବା ବେଶ ସହଜ । ଏହା ନିନ୍ଦାଜନକ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.