ETV Bharat / bharat

Siddaramaiah Swearing: ଆଜି ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡୁନି ମନ୍ତ୍ରୀମଣ୍ଡଳ ଅଙ୍କ

author img

By

Published : May 19, 2023, 10:19 PM IST

Updated : May 20, 2023, 7:08 AM IST

ଦଳ କୌଣସି ମତେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଚୟନ କରିଦେଲା । କିନ୍ତୁ ପୁରା ମନ୍ତ୍ରୀ ମଣ୍ଡଳ ଗଠନକୁ ନେଇ ଏବେ ଦଳ ପାଖରେ ବଡ ଆହ୍ବାନ ରହିଛି । ମନ୍ତ୍ରୀ ମଣ୍ଡଳର ସ୍ବରୂପ କଣ ହେବ ? କେତେ ମନ୍ତ୍ରୀ ହେବେ ? କାହାକୁ କେଉଁ ବିଭାଗ ମିଳିବ? ଅଧିକ ପଢନ୍ତୁ

ଶପଥ ନେବେ ସିଦ୍ଦରମୈୟା ଓ ଶିବକୁମାର, ଛିଣ୍ଡିନାହିଁ ମନ୍ତ୍ରୀ ମଣ୍ଡଳ ଅଙ୍କ

ବେଙ୍ଗାଲୁର: ଆଜିଠୁ ପୁଣି କର୍ଣ୍ଣାଟକରେ ଆରମ୍ଭ ହେବ ସିଦ୍ଧରମୈୟା ରାଜ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର । ଏଥିପାଇଁ ବେଙ୍ଗାଲୁରୁର କନ୍ତିରବା ଷ୍ଟାଡିୟମରେ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସେପଟେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଛିଣ୍ଡୁନି ଅଙ୍କ । ମାଳ ମାଳ ଆଶାୟୀ ଥିବାବେଳେ କାହାକୁ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ । ସେ ଚିନ୍ତା ଏବେ ଦଳକୁ ଘାରିଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତି କଂଗ୍ରେସ ଏବେ ଜୋଶରେ ଅଛି । ଦଳ ଆଗାମୀ ସମସ୍ତ ନିର୍ବାଚନ ଜିତିବାକୁ ଦମ୍ଭୋକ୍ତି ଦେଖାଉଛି । କର୍ଣ୍ଣାଟକ ଫଳାଫଳ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂଗ୍ରେସ ନେତା କର୍ମୀଙ୍କ ମନରେ ସଞ୍ଜିବନୀ ଦେଇଛି । କିନ୍ତୁ କର୍ଣ୍ଣାଟକ କିଙ୍ଗ ହେବା ସତ୍ତ୍ବେ କଂଗ୍ରେସରେ ସମସ୍ୟା । କର୍ଣ୍ଣାଟକକୁ ନେଇ କଂଗ୍ରେସ ଆଗରେ ଆହୁରି ସଂକଟ ରହିଛି । ଏଯାଏଁ ଟଳିନି କଂଗ୍ରେସର କର୍ଣ୍ଣାଟକ ସଂକଟ ।

ଦଳ କୌଣସି ମତେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଚୟନ କରିଦେଲା । କିନ୍ତୁ ପୁରା ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଏବେ ଦଳ ପାଖରେ ବଡ ଆହ୍ବାନ ରହିଛି । ମନ୍ତ୍ରୀ ମଣ୍ଡଳର ସ୍ବରୂପ କଣ ହେବ ? କେତେ ମନ୍ତ୍ରୀ ହେବେ ? କାହାକୁ କେଉଁ ବିଭାଗ ମିଳିବ ? ମନ୍ତ୍ରୀ ମଣ୍ଡଳରେ ବିଧାୟକ କେତେ ଏମଏଲସି କେତେ ରହିବେ ? କଂଗ୍ରେସର ବିଜୟୀ ହୋଇଥିବା 135 ବିଧାୟକଙ୍କ ସମେତ ଏମଏଲସି ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ଏମିତି 60 ଜଣ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଅଛନ୍ତି ଯେଉଁମାନେ ମନ୍ତ୍ରୀ ହେବାକୁ ଦାବିଦାର । ବର୍ତ୍ତମାନ 40 ଜଣ ଏଭଳି ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଅଛନ୍ତି ଯେଉଁମାନେ ଉଭୟ କଂଗ୍ରେସ ଓ ବିଜେପି ସରକାରରେ ମନ୍ତ୍ରୀ ରହିସାରିଛନ୍ତି ।

ଏହାବି ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

କର୍ଣ୍ଣାଟକ ବିଧାନସଭା ନିୟମ ଅନୁସାରେ ସରକାରଙ୍କ 32ଟି ବିଭାଗ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ସର୍ବାଧିକ 34 ଜଣ ମନ୍ତ୍ରୀ ହୋଇପାରିବେ । ଏପରି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ କାହାକୁ ମନ୍ତ୍ରୀ କରିବେ ? ବରିଷ୍ଠ, ମହିଳା, ଆଦିବାସୀ, ସଂଖ୍ୟାଲଘୁ ଓ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରି ମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ବିଚାର ଚାଲିଛି । ଏପରି ସ୍ଥିତିରେ କାହାକୁ ମିଳିବ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ? କିଏ ପଡିବେ ବାଦ ? କୁହାଯାଉଛି ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବ୍ୟତୀତ ଆଉ କିଛି ମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି । ଏହାର କିଛି ଦିନ ପରେ ପୁରା ମନ୍ତ୍ରୀ ମଣ୍ଡଳ ଗଠନ ହେବ ।

ସିଦ୍ଧରମୈୟାଙ୍କ କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ ? କେଉଁ ବିଧାୟକ ହେବେ ମନ୍ତ୍ରୀ ? ଏନେଇ କଂଗ୍ରେସ ହାଇକମାଣ୍ଡ ବିଭିନ୍ନ ବିଚାର ବିମର୍ଶ ଚଳାଇଛନ୍ତି । ଖବର ଅନୁସାରେ ଦଳ ସାମ୍ଭାବ୍ୟ ମନ୍ତ୍ରୀ ପାଇଁ 5ଟି ସ୍ତରରେ ବିଚାର କରୁଛି । ଏହି 5ଟି ସ୍ତରରୁ ମନ୍ତ୍ରୀ ଚୟନ କରାଯିବ ।

ପ୍ରଥମ ସ୍ତର:- ଯିଏ ଦଳର ପ୍ରତିଶୃତି ପୂରଣ ପାଇଁ ତତ୍ପର ଥିବ । ଏକ ଦକ୍ଷ ଓ ସୁଦୃଢ ସରକାର ପରିଚାଳନା ପାଇଁ ଦଳକୁ ସହଯୋଗ କରୁଥିବ ।

ଦ୍ବିତୀୟ ସ୍ତର- ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଆଞ୍ଚଳିକ ସମସ୍ୟାକୁ ସନ୍ତୁଳନ ରଖାଯିବ । ମଧ୍ୟ କର୍ଣ୍ଣାଟକ ସେଣ୍ଟ୍ରାଲ ବେଙ୍ଗାଲୁରୁ ସମେତ ଉପକୂଳ କର୍ଣ୍ଣାଟକ ଓ ମଧ୍ୟ କର୍ଣ୍ଣାଟକକୁ ଗୁରୁତ୍ବ ଦିଆଯିବ । ଏହାଦ୍ବାରା ସରକାରରେ ସାରା ରାଜ୍ୟର ପ୍ରତିନିଧିତ୍ବ ରହିବ ।

ତୃତୀୟ ସ୍ତର- କଂଗ୍ରେସ ପୁରା ମନ୍ତ୍ରୀମଣ୍ଡଳରେ ବିଭିନ୍ନ ସମ୍ପ୍ରଦାୟକୁ ସାମିଲ କରିବାକୁ ଯୋଜନା କରିଛି । ଲିଙ୍ଗାୟତ, ୱୋକ୍କାଲିଙ୍ଗା ଭଳି ବର୍ଗରୁ ଅଧିକ ମନ୍ତ୍ରୀ ହୋଇପାରନ୍ତି । ନିର୍ବାଚନରେ ଅନୁସୂଚିତ ବର୍ଗର ଭୋଟର ମଧ୍ୟ କଂଗ୍ରେସକୁ ପୁରା ସାଥ ଦେଇଛନ୍ତି । ତେଣୁ ଏହି ବର୍ଗରରୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ।

ଚତୁର୍ଥସ୍ତର- ବରିଷ୍ଠ କନିଷ୍ଠ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବ ଦଳ । ଏତତ ବ୍ୟତୀତ ମହିଳା ଓ ସଂଖ୍ୟାଲଘୁ ବର୍ଗରୁ ମଧ୍ୟ ଦାବି ଦାର ଅଛନ୍ତି । ପୁରା ମନ୍ତ୍ରୀମଣ୍ଡଳ ଗଠନରେ ଏହା ହିଁ କଂଗ୍ରେସ ପାଇଁ ବଡ ଆହ୍ବାନ ହେବ । ବରିଷ୍ଠ କନିଷ୍ଠ ଅନ୍ୟ ବର୍ଗରୁ ହେବାକୁ ଥିବା ମନ୍ତ୍ରୀଙ୍କ ମଧ୍ୟରେ କିଭଳି ସନ୍ତୁଳନ ରଖିବ ଦଳ ?

ପଞ୍ଚମସ୍ତର- ଗୋଷ୍ଠୀ କନ୍ଦଳକୁ ନେଇ ଦଳ ସତର୍କ ରହିଛି । ଯେଭଳି ମନ୍ତ୍ରୀ ମଣ୍ଡଳରେ କିମ୍ବା ପୁରା ଦଳରେ ଗୋଷ୍ଠୀ କନ୍ଦଳ ସମସ୍ୟା ନହୁଏ ତାହାକୁ ଦଳ ସୁନିଶ୍ଚିତ କରିବାକୁ ଉଦ୍ୟମ କରୁଛି । କାରଣ ଅତୀତରେ ଅନେକ ଗୋଷ୍ଠୀ କନ୍ଦଳର ଶିକାର ହୋଇ କଂଗ୍ରେସ ଦୁର୍ଦ୍ଦଶା ଭୋଗିଛି । ମନ୍ତ୍ରୀ ମଣ୍ଡଳ ଗଠନ ପରେ ଯେଭଳି ଭାବେ ଗୋଷ୍ଠୀ କନ୍ଦଳ ସୃଷ୍ଟି ହେବ ନାହିଁ ଦଳ ତାହାକୁ ନେଇ ବିଚାର କରୁଛି ।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ 12.30ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ସମସ୍ତ ଶୀର୍ଷ ନେତାଙ୍କ ସମେତ ବିଭିନ୍ନ ରାଜ୍ୟ ଓ ଦଳର ମୁଖିଆ ସାମିଲ ହୋଇପାରନ୍ତି ।

Last Updated : May 20, 2023, 7:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.