ନୂଆଦିଲ୍ଲୀ: ଭୁଲ ପାଇଁ ଅନୁତାପ କରୁଛନ୍ତି ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ । ଜେଲରୁ ମୁକୁଳିବାକୁ ଚାହୁଁନି ଅଭିଯୁକ୍ତ ଅଫତାବ ପୁନାୱାଲ । ନିଜ ଜାମିନ ଆବେଦନକୁ ଫେରାଇ ନେଇଥିବା ଜଣାପଡିଛି ( aftab poonawalla withdraws bail ) । ଆଜି ଭିସି ଜରିଆରେ କୋର୍ଟରେ ହାଜର ହୋଇଥିଲା ଅଫତାବ । ନିଜ ଜାମିନ ଆବେଦନ ଫେରସ୍ତ କରି ନେଇଥିବା ଜଣାପଡିଛି । ଅଫତାବଙ୍କ ଓକିଲ କହିଛନ୍ତି ସେ ଅଫତାବଙ୍କ ସହିତ 50 ମିନିଟ କଥାବାର୍ତ୍ତା ହୋଇଥିଲେ । ଏହା ପରେ ସେ କୋର୍ଟ ଆସିଥିଲେ । ଏହି ସମୟରେ ଅଫତାବ ବିଚାରପତିଙ୍କୁ ତାଙ୍କ ଜାମିନ ଆବେଦନ ଫେରସ୍ତ ନେବାକୁ କହିଥିଲେ ।
-
Delhi |Chargesheet not filed yet but Aftab's bail application filed. Aftab denied giving permission to his advocate to file for bail. His advocate should have stood for humanity first&then for a criminal. However,today he withdrew the bail application:Shraddha's father's advocate pic.twitter.com/4b0ZjdaTNQ
— ANI (@ANI) December 22, 2022 " class="align-text-top noRightClick twitterSection" data="
">Delhi |Chargesheet not filed yet but Aftab's bail application filed. Aftab denied giving permission to his advocate to file for bail. His advocate should have stood for humanity first&then for a criminal. However,today he withdrew the bail application:Shraddha's father's advocate pic.twitter.com/4b0ZjdaTNQ
— ANI (@ANI) December 22, 2022Delhi |Chargesheet not filed yet but Aftab's bail application filed. Aftab denied giving permission to his advocate to file for bail. His advocate should have stood for humanity first&then for a criminal. However,today he withdrew the bail application:Shraddha's father's advocate pic.twitter.com/4b0ZjdaTNQ
— ANI (@ANI) December 22, 2022
ଏହା ପୂର୍ବରୁ ଡିସେମ୍ବର ପହିଲାରେ ଅଫତାବର ନାର୍କୋ ଟେଷ୍ଟ ହୋଇଥିଲା । ରୋହିଣୀର ଆମ୍ବେଦକର ଡାକ୍ତରଖାନାକୁ ଅଣାଯାଇଥିଲା । ଦୁଇଘଣ୍ଟା ଧରି ଡାକ୍ତରୀ ଟିମ ନୀରିକ୍ଷଣରେ ରହିଥିଲା ଅଫତାବ । ଏହାପର୍ବରୁ 5ଥର ରୋହିଣୀ ଏଫଏସଏଲରେ ଅଫତାବର ପଲିଗ୍ରାମ ଟେଷ୍ଟ ହୋଇଥିଲା । ଶ୍ରଦ୍ଧା ହତ୍ୟାକାଣ୍ଡରେ ଗିରଫ ହେବା ପରେ ଦିଲ୍ଲୀ ସାକେତ କୋର୍ଟରେ ଜାମିନ ଆବେଦନ କରିଥିଲେ ଅଫତାବ । ଆଜି (ଗୁରୁବାର) ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଅଫତାବଙ୍କ ଓକିଲ ପହଞ୍ଚି ନ ଥିଲେ । ଏହା ପୂର୍ବରୁ ଡିସେମ୍ବର 17ରେ ଅଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ଅତିରିକ୍ତ ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା । ନଭେମ୍ବର ୨୬ ତାରିଖରେ ଅଫତାବ ଆମିନ ପୁନାୱାଲଙ୍କୁ ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଥିଲା । ଫଳରେ ତିହାର ଜେଲ ପାଲଟିଥିଲା ଅଫତାବର ଠିକଣା ।
ସେପଟେ ଶ୍ରଦ୍ଧା ବାପାଙ୍କ ଓକିଲ କହିଛନ୍ତି, '' ଅଫତାବ ନାମରେ ଚାର୍ଜସିଟ ଦାଖଲ ହୋଇନାହିଁ ମାତ୍ର ବେଲ ପିଟିସନ ଦାୟର ହୋଇଛି । ଅଫତାବ ବେଲ ପିଟିସନ ଦାୟର କରିବାକୁ ଅଫତାବ ତାଙ୍କ ଓକିଲଙ୍କ ମନା କରିଥିଲା । ତାଙ୍କ ଓକିଲ ପ୍ରଥମେ ମାନବିକତା ଓ ପରେ ଜଣେ ଅପରାଧୀ ପାଇଁ ଛିଡା ହେବା ଦରକାର । ଆଜି ସେ ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି ।''
ଏହା ବି ପଢନ୍ତୁ....Shraddha Murder Case: ବଢିଲା ଅଫତାବର ନ୍ୟାୟିକ ହେପାଜତ ଅବଧି
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ନିଜ ଲିଭ୍ ଇନ୍ ପାର୍ଟନର୍ ଶ୍ରଦ୍ଧା ୱାଲକରକୁ ବୀଭତ୍ସ ଭାବରେ ହତ୍ୟା କରିଥିଲା ଅଫତାବ୍ । ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା । ପରବର୍ତ୍ତୀ ସମୟରେ ମୃତଦେହର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ସେବେଠୁ ତିହାର ଜେଲରେ ଅଛି ଅଭିଯୁକ୍ତ ଅଫତାବ ।